ସିକ୍ରେଟ ବିବାହ କଲେ ଟିଭିର ମହାଦେବ (Mohit Raina), ନୂଆବର୍ଷରେ ନିଜେ ଫଟୋ ଶେୟାର କରି ଫ୍ୟାନ୍ସଙ୍କୁ ଦେଲେ ସରପ୍ରାଇଜ, ଦେଖନ୍ତୁ କାହାକୁ କଲେ ସେ ବିବାହ ?

ନୂଆବର୍ଷ ୨୦୨୨ ଆରମ୍ଭ ହୋଇସାରିଛି, କିନ୍ତୁ ବଲିଉଡ ସେଲିବ୍ରିଟିଙ୍କ ବିବାହ ସିଲସିଲା ଜାରି ରହିଛି । ୨୦୨୧ରେ ଭିକି କୌଶଲ ଓ କ୍ଯାଟ୍ରିନା କେଫଙ୍କ ବିବାହ ଠାରୁ ନେଇ ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ମଧ୍ୟ ବିବାହ କରିଥିଲେ । ଆଉ ଏବେ ନୂଆବର୍ଷରେ ନିଜ ବିବାହ ଖବର ପ୍ରସାରିତ କରି ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଇଛନ୍ତି ଟିଭି ଦୁନିଆର ମହାଦେବ ମୋହିତ ରାନା । ଏହି ଖବର ତାଙ୍କ ଫ୍ୟାନ୍ସଙ୍କୁ ଅତ୍ୟନ୍ତ ଆଚମ୍ବିତ ମଧ୍ୟ କରିଛି । ମୋହିତ ରାନାଙ୍କର ଗର୍ଲଫ୍ରେଣ୍ଡ ଅଛି ବୋଲି ମଧ୍ୟ ବହୁତ କମ୍ ଲୋକ ହିଁ ଜାଣିଥିବେ ।

ମୋହିତଙ୍କ ଗର୍ଲଫ୍ରେଣ୍ଡ ଆଦିତି ବର୍ତ୍ତମାନ ତାଙ୍କର ପତ୍ନୀ ହୋଇ ସାରିଛନ୍ତି । ବର୍ତ୍ତମାନ ସେମାନଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମୋହିତ ରାନା ନିଜେ ସୋସିଆଲ ମିଡିଆରେ ନିଜ ବିବାହ ଫଟୋ ଶେୟାର କରିଥିଲେ । ଏହା ଦେଖି ତାଙ୍କ ଆଶ୍ଚର୍ଯ୍ୟ ହେବା ସହ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜ୍ଞାପନ କରୁଛନ୍ତି । ବଲିଉଡ ଏବଂ ଟିଭି ଇଣ୍ଡଷ୍ଟ୍ରିର କଳାକାର ମାନେ ମଧ୍ୟ ତାଙ୍କୁ ବିବାହ ପାଇଁ ଶୁଭେଚ୍ଛା ଜଣାଉଛନ୍ତି ।

ନିଜ ବିବାହ ଫଟୋ ଶେୟାର କରି ମୋହିତ ରାନା କ୍ୟାପସନରେ ଲେଖିଥିଲେ କି, “ପ୍ରେମ କୌଣସି ପ୍ରତିବନ୍ଧକକୁ ଚିହ୍ନେ ନାହିଁ, ସେସବୁ ପାର କରେ । ପ୍ରେମ ସମସ୍ତ ବ୍ଯବଧାନକୁ ପାର କରି କଠିନରୁ କଠିନ ପ୍ରାଚୀରକୁ ବି ଭାଙ୍ଗି ପକାଏ । ସେହି ଆଶା ଏବଂ ନିଜ ପିତାମାତାଙ୍କ ଆଶୀର୍ବାଦରେ ଆମେ ଦୁଇ ନୁହେଁ ବରଂ ଏକ ହୋଇଛୁ । ଆଦିତି ଏବଂ ମୋହିତ ।” ଏହି ଫଟୋରେ ମୋହିତ ଧଳା ରଙ୍ଗର ଏକ ଶେରୱାନୀ ଏବଂ ଧଳା ପଗଡି ପିନ୍ଧିଛନ୍ତି । ତାଙ୍କ ପତ୍ନୀ ଆଦିତି ମଧ୍ୟ ବିବାହ ବସ୍ତ୍ରରେ ଖୁବ୍ ସୁନ୍ଦର ଦେଖା ଯାଉଛନ୍ତି ।

ମୋହିତ ରାନାଙ୍କ ଫଟୋରେ ଫ୍ୟାନ୍ସଙ୍କ ସହ ଅଭିନେତ୍ରୀ ମୃଣାଲ ଠାକୁର, କରଣ ଜୋହାର, ଦିୟା ମିର୍ଜା ଆଦି ବଲିଉଡ କଳାକାର ମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଜଣେ ୟୁଜର୍ସ ତାଙ୍କ ଫଟୋରେ ‘ମହାଦେବ’ ଲେଖି କମେଣ୍ଟ କରିଥିବା ବେଳେ ଆଉ ଜଣେ ‘ଶିବ-ପାର୍ବତୀ’ ବୋଲି ଲେଖିଛନ୍ତି । ସେହିପରି ଅନ୍ୟ ଜଣେ ୟୁଜର କମେଣ୍ଟ କରିଛନ୍ତି, ‘ଉରି ର ସବୁ କଳାକାରଙ୍କ ବିବାହ ହୋଇଗଲା ।’ ମୋହିତ ରାନା ଟିଭି ସିରିଏଲ ‘ଦେବୋ କେ ଦେବ ମହାଦେବ’ ରୁ ଘରେ ଘରେ ଏକ ସ୍ଵତନ୍ତ୍ର ପରିଚୟ ପାଇଥିଲେ ।

ଫିଲ୍ମ ‘ଉରି: ଡି ସର୍ଜିକାଲ ଷ୍ଟ୍ରାଇକ’ ରେ ମଧ୍ୟ ତାଙ୍କ ଅଭିନୟକୁ ଲୋକେ ଅତ୍ୟନ୍ତ ପସନ୍ଦ କରିଥିଲେ । ନିକଟରେ ମୋହିତ ରାନା ‘ଡାଏରିଜ ୨୬/୧୧’ ରେ ମଧ୍ୟ ନଜର ଆସିଥିଲେ । ଏକ ସମୟରେ ମୋହିତ ରାନା ଅଭିନେତ୍ରୀ ମୌନୀ ରୟଙ୍କୁ ଡେଟ୍ କରୁଥିଲେ । ଦୁହେଁ ରିଲେସନଶିପରେ ଥିଲେ ମଧ୍ୟ ମୋହିତ ଏହି ଖବରକୁ ଖଣ୍ଡନ କରି ଦେଇଥିଲେ ।

୨୦୧୮ରେ ଏକ ଇଣ୍ଟରଭ୍ୟୁରେ ସେ କହିଥିଲେ କି, ମୌନୀ ତାଙ୍କର କେବଳ ଜଣେ ଭଲ ବନ୍ଧୁ ଅଟନ୍ତି । ୨୦୦୬ରେ ଟିଭି ଶୋ ‘ଅନ୍ତରୀକ୍ଷ’ ରୁ ସେ ନିଜ କ୍ଯାରିୟର ଆରମ୍ଭ କରିଥିଲେ । କିନ୍ତୁ ‘ଦେବୋ କେ ଦେବ ମହାଦେବ’ ରୁ ସେ ଘରେ ଘରେ ପରିଚିତ ହୋଇଥିଲେ । ତାଙ୍କର ଆକର୍ଷଣୀୟ ବ୍ୟକ୍ତିତ୍ବ ଯୋଗୁଁ ତାଙ୍କୁ ମହାଦେବ ସିରିଏଲରେ ରୋଲ ମିଳିଥିଲା । ସେହି ସମୟରେ ତାଙ୍କ ଓଜନ ପ୍ରାୟ ୧୦୭କେଜି ଥିଲା ବୋଲି ମୋହିତ ନିଜେ କହିଥିଲେ ।

ନିର୍ମାତା ମୋହିତଙ୍କୁ ଓଜନ କମ କରିବାକୁ କହିଥିଲେ । ସେହିଅପରି ‘ମହାଭାରତ’ ଏବଂ ‘ସମ୍ରାଟ ଅଶୋକ’ ଭଳି ଲୋକପ୍ରିୟ ସିରିଏଲରେ ମଧ୍ୟ ମୋହିତ କାମ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।