ଯଦି Sumit ଙ୍କ ପରିବାରକୁ ଆମେ ତାଲା ପକାଇ ରଖିଛୁ ତେବେ ସେମାନେ…’ ସୁମିତଙ୍କ ଘରଲୋକଙ୍କୁ ଗୃହବନ୍ଦୀ ରଖା ଯାଇଥିବା ଆରୋପକୁ ନେଇ ମୁହଁ ଖୋଲିଲେ Pramila Tripathy, ଦେଖନ୍ତୁ Video

ବ୍ରହ୍ମପୁରର ବହୁଚର୍ଚ୍ଚିତ ପାରିବାରିକ ବିବାଦ ତପସ୍ଵିନୀ ଓ ସୁମିତଙ୍କ ମାମଲା ସମାଧାନ ବଦଳରେ ଦିନକୁ ଦିନ ଦୁହିଁଙ୍କ ମଧ୍ୟରେ ବାଦବିବାଦ ବଢିବାରେ ଲାଗିଛି । ଦୀର୍ଘ ଦେଢ ମାସ ହେବ ତପସ୍ଵିନୀ ସେହିପରି ସୁମିତଙ୍କ ସହ ରହିବେ ବୋଲି ଜିଦ୍ ଧରି ବସିଛନ୍ତି । ଆଉ ସେପଟେ ସୁମିତ ଏବଂ ତାଙ୍କ ପରିବାର ମଧ୍ୟ ନିଜ ଜିଦ୍ ରେ ଅଟଳ । ଜନ ସାଧାରଣଙ୍କ ସହଯୋଗରେ ତପସ୍ଵିନୀ ସୁମିତଙ୍କ ଘର ଅଗଣାରୁ ତାଙ୍କ ପିଣ୍ଡା ଯାଏଁ ତ ପହଞ୍ଚିଗଲେ, କିନ୍ତୁ ଏ ଯାଏଁ ଘର ଭିତରକୁ ଯାଇପାରୁ ନାହାନ୍ତି ।

ତପସ୍ଵିନୀଙ୍କୁ ଘରକୁ ନେବା ପରିବର୍ତ୍ତେ ଓଲଟା ସୁମିତ ଏବଂ ତାଙ୍କ ପରିବାର ତପସ୍ଵିନୀଙ୍କ ଉପରେ ଆରୋପ ଉପରେ ଆରୋପ ଲଗାଇ ଚାଲିଛନ୍ତି । ତପସ୍ଵିନୀ ସୁମିତଙ୍କ ଘର ପିଣ୍ଡାରେ ବସି ରହୁଥିବାରୁ ସୁମିତଙ୍କ ପରିବାର ଗୃହବନ୍ଦୀ ହୋଇ ରହିଛନ୍ତି ଅର୍ଥାତ ତପସ୍ଵିନୀ ସେମାନଙ୍କୁ ଗୃହବନ୍ଦୀ କରି ରଖିଛନ୍ତି ବୋଲି ସୁମିତଙ୍କ ପରିବାର ଅଭିଯୋଗ ଆଣିଛନ୍ତି । ତେବେ ଏହାକୁ ଖଣ୍ଡନ କରିଛନ୍ତି ତପସ୍ଵିନୀ ଏବଂ ତାଙ୍କ ସହଯୋଗ କରୁଥିବା ସମାଜସେବୀ ପ୍ରମିଳା ତ୍ରିପାଠୀ ।

ପ୍ରମିଳା ମା କହିଛନ୍ତି ଯେ, ତାଙ୍କ ଝିଅ ତପସ୍ଵିନୀଙ୍କ ନାଁ’ରେ ମିଛ ଅଭିଯୋଗ ଅଣାଯାଉଛି । କୋର୍ଟଙ୍କ ନିୟମକୁ ମାନ୍ୟ କରି ଆମେ କେବଳ ପିଣ୍ଡାରେ ବସି ରହିଛୁ । ଘର ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିନାହୁଁ । ଯଦି ଆମେ ସୁମିତଙ୍କ ପରିବାରକୁ ଗୃହବନ୍ଦୀ କରି ରଖିଛୁ ତେବେ ଗ୍ଯାସ ବାଲା କିପରି ଆସି ଗ୍ଯାସ ଦେଇକି ଗଲା ? ସୁମିତଙ୍କ ବାପା ନିଜେ କବାଟ ଏବଂ ଗେଟ୍ ଖୋଲି ଗ୍ଯାସ ଭିତରକୁ ନେଇଥିଲେ । ଏହି ସମୟର ଏକ ଭିଡିଓ ମଧ୍ୟ ଜାରି କରାଯାଇଛି ।

ଭିଡିଓରେ ଆପଣ ଦେଖି ପାରୁଥିବେ ସୁମିତଙ୍କ ବାପା ନିଜେ ଆସି କବାଟ ଖୋଲି ଗେଟ୍ ରୁ ତାଲା ଖୋଲୁଛନ୍ତି ଏବଂ ଗ୍ଯାସ ବାଲା ଭିତରକୁ ଯାଇ ଗ୍ଯାସ ସିଲିଣ୍ଡର ରଖି ଆସୁଛି । ସେହିପରି ସୁମିତଙ୍କ ଓକିଲ ମଧ୍ୟ ସେମାନଙ୍କ ଘରକୁ ଯିବା ଆସିବା କରୁଛନ୍ତି । ତପସ୍ଵିନୀଙ୍କ ନାଁରେ ମିଛ ଅଭିଯୋଗ କରାଯାଉଛି ବୋଲି କହିଛନ୍ତି ପ୍ରମିଳା ମା ।

ତପସ୍ଵିନୀ ସୁମିତଙ୍କ ଘରଲୋକଙ୍କୁ ଗୃହବନ୍ଦୀ କରି ରଖିଛନ୍ତି ବୋଲି ସେମାନେ ଆରୋପ ଲଗାଉଛନ୍ତି । ସୁମିତଙ୍କ ପରିବାର ଲୋକଙ୍କ ଏହିପରି ଆରୋପକୁ ସଂପୂର୍ଣ୍ଣ ଭାବେ ମିଛ ବୋଲି ପ୍ରମାଣ ସହ ଦେଖାଇବାକୁ ଚେଷ୍ଟା କରିଛନ୍ତି ପ୍ରମିଳା ମାଆ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।