ଏହି ୩ଟି କମ୍ପାନୀର ମାଲିକ ଥିଲେ ସୁଶାନ୍ତ ସିଂହ ରାଜପୁତ, ଗୋଟିଏ ସହ ଅଛି ରିୟାଙ୍କ କନେକ୍ଶନ

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଲୋକମାନେ ଆଚମ୍ବିତ ହୋଇ ଯାଇଛନ୍ତି ଓ ସୋସିଆଲ ମିଡିଆରେ ତାଙ୍କର ଫଟୋ ଓ ଭିଡିଓ ଶେୟାର କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି । ତାଙ୍କର ନିଧନ ପରେ ସୋସିଆଲ ମିଡିଆ ଉପରେ ପକ୍ଷପାତର ବିବାଦ ପୁଣିଥରେ ଆରମ୍ଭ ହୋଇ ଯାଇଛି, ଯେଉଁଥିରେ ବହୁ ଷ୍ଟାରମାନେ ବି ନିଜର ନିଜର ରାୟ ରଖିଛନ୍ତି । ଏହାବି କୁହାଯାଉଛି କି ଗତ କିଛି ମାସ ହେବ ସୁଶାନ୍ତ ଡିପ୍ରେଶନରେ ଗତି କରୁଥିଲେ ।

ପୋଲିସ ଲଗାତାର ଏହି ମାମଲାର ଯାଞ୍ଚ କରୁଛି । ସୁଶାନ୍ତ ଫିଲ୍ମରେ କାମ କରିବା ସହିତ ନିଜର ବିଜନେସ ବି କରୁଥିଲେ । ଯାହା ବିଷୟରେ ବହୁତ କମ ଲୋକମାନେ ଜାଣିଛନ୍ତି । ଆପଣଙ୍କୁ କହିଦେଉଛୁ କି ସେ ୩ଟି କମ୍ପାନୀର ମାଲିକ ଥିଲେ । ଯେଉଁଥିରେ ଗୋଟିଏ କମ୍ପାନୀର କନେକ୍ସନ ତାଙ୍କର କଥିତ ଗର୍ଲଫ୍ରେନ୍ଡ ରିୟା ଚକ୍ରବର୍ତୀ ବି ଅଟନ୍ତି ।

ରାଷ୍ଟ୍ରୀୟ ଭୌତିକୀ ଓଲଂପିୟାଡ ବିଜେତା, ଅନ୍ତରିକ୍ଷ, ଭୌତିକ ଓ ତାରା ଗୁଡିକରେ ସୁଶାନ୍ତ ସିଂହ ରାଜପୁତଙ୍କ ରୁଚି ଏହା କହିଥାଏ କି ସେ କେତେ ବୁଦ୍ଧିମାନ ଥିଲେ । ଫିଲ୍ମ ଛଡା ବିଜନେସ ପ୍ରତି ସୁଶାନ୍ତଙ୍କ ଏକ ଭିନ୍ନ ଉତ୍ସାହ ଥିଲା । ଏକ ଖବର ଅନୁସାରେ ଏହି ୩ଟି କମ୍ପାନୀର ସ୍ଥାପନା କରି ସୁଶାନ୍ତ ନିଜର ବିଜନେସମ୍ୟାନ ସ୍ଵପ୍ନକୁ ପୁରା କରିବାକୁ ଚାହୁଁ ଥିଲେ ।

ସୁଶାନ୍ତ ନିଜର ପ୍ରଥମ କମ୍ପାନୀ ୨୦୧୮ରେ ଖୋଲିଥିଲେ । ଯାହା ଆର୍ଟିଫିଶିୟଲ ଇଂଟେଲୀଜେଂସ, ବର୍ଚୁଅଲ ରିଏଲିଟୀ ଓ ଆଗୁମେଂଟେଂଡ ରିଏଲିଟୀ ଉପରେ କାମ କରିଥାଏ । ସୁଶାନ୍ତଙ୍କ ଦ୍ଵିତୀୟ କମ୍ପାନୀର ନାମ Vividrage Rhealityx ଅଟେ । ଏହି ନାମକୁ ସେ ରିୟାଙ୍କ ନାମରେ ରଖି ଥିଲେ । ଏହି କମ୍ପାନୀ ବି ମିକ୍ସ୍ଡ ରିୟାଲିଟୀ ଓ ଟେକନିକ କ୍ଷେତ୍ରରେ କାମ କରିଥାଏ । ସୁଶାନ୍ତଙ୍କ ତୃତୀୟ କମ୍ପାନୀ ସ୍ୱାସ୍ଥ୍ୟ କଲ୍ୟାଣ ଓ ଏଜୁକେଶନ ରିସର୍ଚ, ଇନ୍ଟଲେକ୍ଚୁଅଲ ପ୍ରପର୍ଟୀ ଉପରେ କାମ କରିଥାଏ ।

ଆପଣଙ୍କୁ କହିଦେଉଛୁ କି ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ପୋଲିସ ଲଗାତାର ଯାଞ୍ଚ କରୁଛି । ଏହି ମାମଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୨ ଜଣ ଲୋକଙ୍କୁ ପଚରା ଉଚରା ବି କରି ସାରିଛି । ପୋଲିସ ବର୍ତ୍ତମାନ ହିଁ ତାଙ୍କର କଥିତ ଗର୍ଲଫ୍ରେନ୍ଡ ରିୟା ଚକ୍ରବତୀ ସହ କଥାବାର୍ତ୍ତା କରିଥିଲେ । ଯେଉଁଥିରେ ସେ ବହୁତ କିଛି କହିଲେ । ସେ କହିଲେ କି ସୁଶାନ୍ତ ଡିପ୍ରେସନରେ ଥିଲେ । ଏହା ସହିତ ସେ କହିଲେ କି ୬ ଜୁନକୁ ସୁଶାନ୍ତ ନିଜେ ତାଙ୍କୁ ଘରୁ ଯିବା ପାଇଁ କହିଲେ କାରଣ ସେ କିଛି ସମୟ ଏକୁଟିଆ ରହିବା ପାଇଁ ଚାହୁଁଥିଲେ ।