ସୂର୍ଯ୍ୟ ପରାଗରେ, ଏହି ରାଶିମାନଙ୍କ ଉପରେ ପଡିବ ସକାରାତ୍ମକ ପ୍ରଭାବ ଓ ଏହି ରାଶିମାନଙ୍କ ଉପରେ ପଡିବ ନକାରାତ୍ମକ ପ୍ରଭାବ

ଆଜି ଆମେ ଆପଣଙ୍କୁ ୨୧ ଜୁନକୁ ଲାଗିବାର ଥିବା ସୂର୍ଯ୍ୟ ଗ୍ରହଣ ବିଷୟରେ କହିବାକୁ ଯାଉଛୁ । ୨୧ ଜୁନକୁ ଖଣ୍ଡଗ୍ରାସ ଅର୍ଥାତ ଆଂଶିକ ସୂର୍ଯ୍ୟ ଗ୍ରହଣ ଲାଗିବ । ଏହି ଗ୍ରହଣ ଭାରତ ଛଡା ଏସିଆ, ଆଫ୍ରିକା, ୟୁରୋପର କିଛି କ୍ଷେତ୍ରରେ ନଜର ଆସିବ । ଗ୍ରହଣ ସକାଳ ୧୦ : ୧୪ ମିନିଟରେ ଆରମ୍ଭ ହେବ । ଗ୍ରହଣର ମଧ୍ୟ ୧୧ : ୫୬ ମିନିଟରେ ହେବ ଓ ଗ୍ରହଣର ମୋକ୍ଷ ୧ : ୩୮ ମିନିଟରେ ହେବ ।

ଗ୍ରହଣର ସୁତକ କାଳ ୨୦ ଜୁନ ରାତି ୧୦ : ୧୪ ମିନିଟରେ ଆରମ୍ଭ ହୋଇଯିବ । ସୁତକ କାଳ ୨୧ ଜୁନ ଦ୍ଵିପହର ୧ : ୩୮ ମିନିଟ ପର୍ଯ୍ୟନ୍ତ ରହିବ । ଗ୍ରହଣର ସମୟ ଅଲଗା ଅଲଗା କ୍ଷେତ୍ରରେ ଅଲଗା ଅଲଗା ପ୍ରଭାବ ପଡିପାରେ । ବର୍ଷର ଏହା ଏକମାତ୍ର ସୂର୍ଯ୍ୟ ଗ୍ରହଣ ହେବ ଯାହା ଭାରତରେ ନଜର ଆସିବ ଓ ଏହାର ଧାର୍ମିକ ପ୍ରଭାବ ବି ମାନନୀୟ ରହିବ । ଏହି ଗ୍ରହଣ ମାର୍ଗଶିର ନକ୍ଷତ୍ରରେ ଓ ମିଥୁନ ରାଶିରେ ଲାଗିବ ।

ବର୍ତ୍ତମାନ ଆମେ ଆପଣଙ୍କୁ କହିଦେଉଛୁ କି କେଉଁ ରାଶି ଉପରେ ଅଧିକ ଗ୍ରହଣର ପ୍ରଭାବ ଦେଖିବାକୁ ମିଳିବ । କହିବାକୁ ଗଲେ ସବୁ ରାଶି ଉପରେ ଏହି ସୂର୍ଯ୍ୟ ଗ୍ରହଣର ପ୍ରଭାବ ଦେଖିବାକୁ ମିଳିବ । କିନ୍ତୁ କିଛି ରାଶି ଉପରେ ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳିବ ଓ ଅନ୍ୟକିଛି ରାଶି ଉପରେ ନକାରାତ୍ମକ ପ୍ରଭାବ ଦେଖିବାକୁ ମିଳିବ ।

ମେଷ, ସିଂହ, କନ୍ୟା, କୁମ୍ଭ ରାଶିମାନଙ୍କ ପାଇଁ ସୂର୍ଯ୍ୟ ଗ୍ରହଣ ଶୁଭ ଫଳ ଦେବାର ସ୍ଥିତିରେ ରହିବ । ଲୋକମାନଙ୍କୁ ଭାଗ୍ୟର ସାଥ ମିଳିବ । କିନ୍ତୁ ବୃଷ, ମିଥୁନ, କର୍କଟ, ତୁଳା, ବିଚ୍ଛା, ଧନୁ, ମକର, ମୀନ ରାଶିର ଲୋକମାନଙ୍କୁ ସତର୍କ ରହି କାମ କରିବାକୁ ପଡିବ । ଲୋକମାନଙ୍କ ପାଇଁ କିଛି ବାଧା ଉତ୍ପନ୍ନ ହୋଇପାରେ ।