TV ଇଣ୍ଡଷ୍ଟ୍ରି ର ଏହି ଫେମସ ଅଭିନେତ୍ରୀ ମାନେ ଅଟନ୍ତି Bollywood ର ଏହି 3 ଜଣ ହୀରୋଙ୍କ ରିଅଲ ଲାଇଫ ଭାଣିଜୀ, ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ପୃଥିବି ରେ ଏକ ବିଶ୍ୱସ୍ତ ଓ ସଚ୍ଚୋଟ ସମ୍ପର୍କ ମିଳିବା ବହୁତ କଷ୍ଟ ସାଧ୍ୟ ହୋଇଥାଏ।କିଛି ସମ୍ପର୍କରେ ଏପରି ଥାଏ ଯାହା ବହୁତ ନିବିଡ଼ ହୋଇଥାଏ।ଏପରିକି ଭାରତୀୟ ସିନେମା ଗୁଡିକ ମଧ୍ୟରେ ମଧ୍ୟ ଅନେକ ପ୍ରକାର ସମ୍ପର୍କ ଦେଖିବାକୁ ମିଳିଥାଏ।ସେ ବାପ ପୁଅ ହେଉ କିମ୍ବା ମା ପୁଅ ହେଉ କି ମା ଝିଅ ହେଉ କି ବାପା ଝିଅ ହେଉ ଏହିପରି ଅନେକ ସମ୍ପର୍କ ବିଷୟରେ ବଲିଉଡରେ ବହୁତ ଗୁଡିଏ ଫିଲ୍ମ ତିଆରି ମଧ୍ୟ କରାଯାଇଛି।କିନ୍ତୁ ମାମୁ ଭଣେଜୀ ସମ୍ପର୍କ କୁ ନେଇ ବଲିଉଡରେ ଆଜି ପର୍ଯ୍ୟନ୍ତ କୌଣସି ଫିଲ୍ମ ତିଆରି ହୋଇନି।

ଫିଲ୍ମ ତିଆରି ନ ହୋଇଥିଲେ ମଧ୍ୟ ବଲିଉଡରେ ଅନେକ କଳାକାର ନିଜ ଅସଲ ଜୀବନ ରେ ମାମୁ ଭଣେଜୀ ଅଟନ୍ତି।ତେବେ ବନ୍ଧୁଗଣ ଆପଣ ହୁଏ ତ ଏ ବିଷୟରେ ଅଳ୍ପ ବହୁତ ଜାଣିଥିବେ ତଥାପି ଆମେ ଆଜି ଆପଣଙ୍କୁ ଏହି ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବୁ।ତେବେ ଆସନ୍ତୁ ବନ୍ଧୁଗଣ ସେ ବିଷୟରେ ଆହୁରି ଅନେକ କିଛି କଥା ଜାଣିବା।

୧.ସଲମାନ ଖାନ-ବନ୍ଧୁଗଣ ଆମ ଲିଷ୍ଟ ରେ ପ୍ରଥମ ସ୍ଥାନ ରେ ଅଛନ୍ତି ବଲିଉଡର ଭାଇଜାନ ସଲମାନ ଖାନ।ବଲିଉଡ କୁ ଗୋଟିଏ ପରେ ଗୋଟିଏ ସୁପର ହିଟ ଫିଲ୍ମ ଦେଇ ଆସୁଥିବା ସଲମାନ ଖାଁ ଙ୍କୁ କିଏ ବା ନ ଜାଣେ।ସଲମାନ ଖାନ ନିଜର ଦମଦାର ଆକ୍ସନ ଓ ଅଭିନୟ ପାଇଁ ଆଜି ଘରେ ଘରେ ପରିଚିତ।ତେବେ ଯଦି ଆମେ ସଲମାନ ଖାନ ଙ୍କ ର ଭଣେଜୀ ଙ୍କ ବିଷୟରେ କଥା ହେବା ତେବେ ଆପଣ ମାନେ ଜାଣି ରଖନ୍ତୁ ଯେ ସଲମାନ ଙ୍କ ର ଦୁଇଟି ଭାଣେଜୀ ଅଛନ୍ତି।

ଜଣଙ୍କର ନାମ ହେଉଛି ଏଲିଜା ଅଗ୍ନିହୋତ୍ରୀ । ଏଲିଜା ସଲମାନ ଙ୍କ ର ବଡ଼ ଭଉଣୀ ଙ୍କ ଝିଅ ଅଟନ୍ତି । ଏହା ପରେ ତାଙ୍କର ସାନ ଭାଣେଜୀ ଙ୍କ ନାମ ହେଉଛି ଆୟୁସ ଶର୍ମା । ସେ ତାଙ୍କର ସାନ ଭଉଣୀ ଅର୍ପିତା ଖାନ ଙ୍କର ଝିଅ ଅଟନ୍ତି। ସେ ନିଜର ଦୁଇ ଭାଣେଜି କୁ ବହୁତ ଭଲ ପାଆନ୍ତି। ତାଙ୍କର ବଡ଼ ଭାଣେଜୀ ଖୁବ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି।

୨.ଗୋବିନ୍ଦା-ଗୋବିନ୍ଦା ନିଜର ଉଚ୍ଚକୋଟୀର ଅଭିନୟ ଜରିଆରେ ଦର୍ଶକଙ୍କ ହୃଦୟ ରେ ବର୍ତ୍ତମାନ ସୁଦ୍ଧା ଘର କରି ରହିଛନ୍ତି।ସେ ନିଜର କମେଡି, ଡ୍ୟାନ୍ସ ଓ ଅଭିନୟ ଜରିଆରେ ଆଜି ବହୁତ ପ୍ରସିଦ୍ଧ ହୋଇ ପାରିଛନ୍ତି । ତେବେ ଯଦି କଥା ହେବା ତାଙ୍କ ଭାଣେଜୀ ମାନଙ୍କ ଵିଷୟ ରେ ତେବେ ଆପଣ ଜାଣି ରଖନ୍ତୁ କି ଗୋବିନ୍ଦା ଙ୍କର ତିନୋଟି ଭାଣେଜୀ ଅଛନ୍ତି। ସେମାନଙ୍କର ନାମ ହେଉଛି ଆରତୀ ସିଂହ,ରାଗିଣୀ ଖନ୍ନା,ସୌମ୍ୟା ସେଠ। ଗୋବିନ୍ଦା ଏହି ତିନି ଜଣ ଭାଣେଜୀ ଙ୍କୁ ବହୁତ ଭଲ ପାଆନ୍ତି।ଏହି ତିନି ଜଣ ମଧ୍ୟ ଅଭିନେତ୍ରୀ ଅଟନ୍ତି।ଏହି ତିନି ଜଣ ଅନେକ ଗୁଡିଏ ଧାରାବାହିକ ରେ ଅଭିନୟ କରିଛନ୍ତି।

୩.ଅଜୟ ଦେବଗଣ-ଅଜୟ ଦେବଗଣ ଙ୍କୁ କିଏ ବା ନ ଜାଣେ। ନିଜର ଦମଦାର ଆକ୍ସନ ଓ ଅଭିନୟ ଦ୍ୱାରା ସେ ଘରେ ଘରେ ପରିଚିତ।ସେ ବଲିଉଡ କୁ ଅନେକ ଗୁଡିଏ ହିଟ ଫିଲ୍ମ ଦେଇ ଆସୁଛନ୍ତି।ସେ ଗୋଲମାଲ,ସିଂହମ,ଦୃଶ୍ୟମ ଭଳି ଅନେକ ହିଟ ଫିଲ୍ମ ଦେଇ ଆସିଛନ୍ତି।ତାଙ୍କର ସମସ୍ତ ଫିଲ୍ମ ବକ୍ସ ଅଫିସ ରେ ବହୁତ ଧମାଲ ମଚାଇ ଥାଏ।ତେବେ ଆମେ ବର୍ତ୍ତମାନ ତାଙ୍କ ଭାଣେଜୀ ଙ୍କ ବିଷୟରେ ଆଲୋଚନା କରିବା।

ତାଙ୍କ ଭାଣେଜୀ ଙ୍କ ନାମ ସାକ୍ଷୀ ସେମ ଅଟେ । ସେ ଅଜୟ ଙ୍କର ଅସଲ ଜୀବନର ଭାଣେଜୀ ନୁହଁନ୍ତି।ସେ ଅଜୟ ଙ୍କ ସହିତ “ରାଜୁ ଚାଚା” ଫିଲ୍ମ ରେ ମାମୁ ଓ ଭାଣେଜୀ ଭାବେ ନଜର ଆସିଥିଲେ।ସେତେବେଳେ ଅଭିନୟ କରୁ କରୁ ସେ ସତରେ ତାଙ୍କର ମାମୁ ହୋଇ ଯାଇଥିଲେ।ଏହା ପରେ ଅଜୟ ତାଙ୍କୁ ନିଜ ଭାଣେଜୀ ଭଳି ସ୍ନେହ ଓ ଭଲ ପାଇବା ଦେଇ ଆସୁଛନ୍ତି।ବର୍ତ୍ତମାନ ସେ ବହୁତ ବଡ଼ ହୋଇଯାଇଛନ୍ତି ଓ ଅଧିକ ସୁନ୍ଦର ମଧ୍ୟ ଦେଖା ଯାଉଛନ୍ତି।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।