ମାଟ୍ରିକ ଛାତ୍ର ଛାତ୍ରୀଙ୍କ ପାଇଁ ବଡ ଖବର, ଏହି ତାରିଖରୁ ଆରମ୍ଭ ହେବ ଫର୍ମ ପୂରଣ

ଯଦି ଆପଣ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଛନ୍ତି ତେବେ ଆପଣ ମାନେ ଜାଣିଥିବେ ଯେ ଚଳିତ ବର୍ଷ ମେ ୩ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ଓ ଏହା ସହ ଛାତ୍ରଛାତ୍ରୀ ଙ୍କ ମନ ରେ ବହୁତ ପ୍ରଶ୍ନ ଥିବ ଯେପରି ଫର୍ମ ପୂରଣ କେବେ ହେବ ଏବଂ ପରୀକ୍ଷାର ଟାଇମଟେବଲ କେବେ ଆସିବ।

ଏବେ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀ ଙ୍କ ପାଇଁ ଏକ ଅପଡେଟ ଆସି ଯାଇଛି ଫର୍ମ ପୂରଣ ପାଇଁ ଯାହାର ତାରିଖ ମଧ୍ୟ ନିର୍ଧାରିତ ହୋଇଯାଇଛି। ଯଦି ଆପଣ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଛନ୍ତି ତେବେ ଫର୍ମ ପୂରଣ ପାଇଁ ବାହାରି ସାରିଛି ବିଜ୍ଞପ୍ତି। ମଧ୍ୟାତ୍ମିକ ଶିକ୍ଷା ପରିଷଦ ରୁ ପ୍ରକାଶ ପାଇଛି ବିଜ୍ଞପ୍ତି।

୧୦ ତାରିଖରୁ ଆରମ୍ଭ ହେବ ଫର୍ମ ଫିଲପ ଏବଂ ଏହା ଅନଲାଇନ ମାଧ୍ୟମ ରେ ହେବ। ବିନା ଜୋରିମାନା ସହ ଫର୍ମ ପୂରଣ ର ଶେଷ ତାରିଖ ୨୮ ଜାନୁଆରୀ ରହିଛି। ଜୋରିମାନା ସହ ଫର୍ମ ପୂରଣ ର ଶେଷ ତାରିଖ ୨ ଫେବ୍ରୁଆରି ପର୍ଯ୍ୟନ୍ତ ରହିଛି। ଆସନ୍ତା ମେ ୩ ରୁ ମେ ୧୫ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ତରଫ ରୁ ସୂଚନା ଦିଆଯାଇଥିଲା।

ରାଜ୍ୟ ସରକାର ଙ୍କ ନିସ୍ପତି କ୍ରମେ ଆସନ୍ତା ଜାନୁଆରୀ ୮ ତାରିଖ ରୁ ସାରା ରାଜ୍ୟ ରେ ସ୍କୁଲ ଖୋଲିବ। ଏହା ସହ ରବିବାର ଓ ଶନିବାର ରେ ମଧ୍ୟ ପାଠ ପଢା ହେବ। ଏହିଭଳି ଭାବେ ଏପ୍ରିଲ ୨୬ ତାରିଖ ପର୍ଯ୍ୟନ୍ତ ସ୍କୁଲ ରେ ପାଠ ପଢା ଜାରି ରହିବ। ରାଜ୍ୟ ସରକାର ଙ୍କ ନିଷ୍ପତି କ୍ରମେ ସ୍କୁଲ ରେ ୧୦୦ ଦିନ ଛାତ୍ରଛାତ୍ରୀ ପାଠ ପଢିବେ।

ଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ