ଅମିତାଭ ବଚ୍ଚନଙ୍କର ସେହି ୬ ଟି ଦମଦାର ରୋଲ, ଯାହାକୁ ତାଙ୍କ ଠାରୁ ଅଧିକ ଭଲ ଆଉ କେହି କରି ପାରି ନ ଥାନ୍ତେ, ଦେଖନ୍ତୁ

ଅମିତାଭ ବଚ୍ଚନଙ୍କ ଠାରୁ ବଡ ସୁପରଷ୍ଟାର ବର୍ତ୍ତମାନ ପର୍ଯ୍ୟନ୍ତ ବଲୀଉଡରେ ଜନ୍ମ ହୋଇ ନାହିଁ । ଇଣ୍ଡଷ୍ଟ୍ରିରେ ଲୋକମାନେ ଅମିତାଭ ବଚ୍ଚନଙ୍କୁ ବହୁତ ସମ୍ମାନ ବି ଦିଅନ୍ତି । ୧୧ ଅକ୍ଟୋବର ଦିନ ସେ ନିଜର ୭୭ ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ବୟସରେ ବି ତାଙ୍କୁ ଫିଲ୍ମର ଅଫର ଆସିଥାଏ । ଏହାର କାରଣ ହେଲା ସେ ଯେତେବେଳେ ବି କୌଣସି ଫିଲ୍ମ କରିଥାନ୍ତି ତେବେ ସେ ନିଜର ଚରିତ୍ରରେ ଜୀବନ ଭରି ଦେଇଥାନ୍ତି  ।

ଏମିତିରେ ଆଜି ଆମେ ଆପଣଙ୍କୁ ତାଙ୍କର ଅଭିନୀତ ୭ଟି ଦମଦାର ଚରିତ୍ର ସହ ସାକ୍ଷାତ କରାଇବୁ ।

ଅଗ୍ନିପଥ

୧୯୯୦ରେ ରିଲିଜ ହୋଇଥିବା ଫିଲ୍ମ ଅଗ୍ନିପଥ ବହୁତ ପପୁଲାର ହୋଇଥିଲା । ଏହି ଫିଲ୍ମରେ ଅମିତାଭ ବଚ୍ଚନ ବିଜୟ ଚରିତ୍ରରେ ଅଭିନୟ କରିଥିଲେ । ଅମିତାଭ ଯେଉଁ ସ୍ଟାଇଲରେ ଏହି ଅଭିନୟ କରିଥିଲେ ଅନ୍ୟ କେହି ବି ସେହି ଭଳି କରି ପାରିବେ ନାହିଁ । ତାଙ୍କର ଏହି ଫିଲ୍ମର ଡାଇଲଗ ଆଜି ବି ଲୋକମାନଙ୍କର ମନେ ଅଛି ।

ନିଶବ୍ଦ

ଏହି ଫିଲ୍ମ ୨୦୦୭ରେ ଆସିଥିଲା । ଏହି ଫିଲ୍ମରେ ଅମିତାଭଙ୍କ ଚରିତ୍ର ବହୁତ ଚ୍ୟାଲେଞ୍ଜିଙ୍ଗ ଥିଲା । ଫିଲ୍ମରେ ଅମିତାଭ ଗୋଟିଏ ବୟସ୍କ ବ୍ୟକ୍ତିର ଅଭିନୟ କରିଥିଲେ ଯାହାକୁ ନିଜ ଝିଅ ବୟସର ଯୁବତୀ ସହ ପ୍ରେମ ହୋଇ ଯାଇଥିଲା । ଏହି ଚରିତ୍ରକୁ ସେ ବହୁତ ଭଲ ଭାବରେ କରିଥିଲେ ।

ବଂଟୀ ଓ ବବଲୀ

୨୦୦୫ରେ ଆସିଥିବା ଫିଲ୍ମ ବଂଟୀ ଓ ବବଲୀରେ ଅମିତାଭ ଏକ ପୋଲିସବାଲାର ଅଭିନୟ କରିଥିଲେ । ଫିଲ୍ମରେ ସେ ସବୁବେଳେ ବିଡି ପିଉଥିଲେ । ଅନ୍ୟ ପଟେ ଚୋର ସହିତ ବହୁତ ଶକ୍ତ ବି ହୋଇ ଯାଉଥିଲେ । ଫିଲ୍ମରେ ଅମିତାଭ, ବୋହୁ ଐଶ୍ୱର୍ୟା ଓ ପୁଅ ଅଭିଷେକଙ୍କ ସହ କଜରାରେ ଗୀତରେ ଡ୍ୟାନ୍ସ ବି କରିଥିଲେ ।

ଚିନି କମ

୨୦୦୭ରେ ଆସିଥିବା ଏହି ଫିଲ୍ମ ଏକ ରୋମାଣ୍ଟିକ କମେଡି ଫିଲ୍ମ ଥିଲା । ଏଥିରେ ଅମିତାଭ ୬୪ ବର୍ଷର ଏକ ଅବିବାହିତ ବ୍ୟକ୍ତିର ଅଭିନୟ କରିଥିଲେ । ଫିଲ୍ମରେ ତାଙ୍କୁ ୩୪ ବର୍ଷର ତବ୍ବୁଙ୍କ ସହ ପ୍ରେମ ହୋଇ ଯାଉଛି । ଏହା ପରେ ସେ ଝିଅର ବାପାକୁ ଏହି ବିବାହ ପାଇଁ ରାଜି କରାଉଛନ୍ତି । ଆଶ୍ଚର୍ଯ୍ୟକର କଥା ଏହା ଅଟେ କି ବୟସରେ ଝିଅର ପିତା ଅମିତାଭଙ୍କ ଠାରୁ ସାନ ଅଟନ୍ତି । ଏହି ଫିଲ୍ମରେ ସେ ବହୁତ ଭଲ ଅଭିନୟ କରିଥିଲେ ।

ପା

ଏହି ଫିଲ୍ମରେ ଅମିତାଭଙ୍କର ଚରିତ୍ର ବହୁତ ଚ୍ୟାଲେଞ୍ଜିଙ୍ଗ ଥିଲା । ଫିଲ୍ମରେ ସେ ନିଜର ପୁଅ ଅଭିଷେକଙ୍କର ପୁଅ ହୋଇଥିଲେ । ସେ ଏକ ଏମିତି ପିଲାର ଅଭିନୟ କରୁଥିଲେ ଯାହାର ଶରୀର ଗୋଟିଏ ରୋଗ କାରଣରୁ ଜଲ୍ଦି ବୁଢା ହୋଇ ଯାଉଥିଲା । ଫିଲ୍ମରେ ଅମିତାଭଙ୍କ ଲୁକ ଏତେ ଜବରଦସ୍ତ ଥିଲା କି ତାଙ୍କୁ ଚିହ୍ନିବା କଷ୍ଟକର ହେଉଥିଲା ।

ବ୍ଲାକ

ଏହି ଫିଲ୍ମରେ ଅମିତାଭ ଯେଉଁ ଟିଚର ର ଭୂମିକା କରିଥିଲେ ତାହା ବହୁତ ପ୍ରଶଂସିତ ଅଟେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।