Pawandeep ଙ୍କ ସହ ଗୀତ ଗାଇବାକୁ ମନା କରିଦେଲେ Arunita Kanjilal ! ସେମାନଙ୍କ ସମ୍ପର୍କରେ ଲାଗିଗଲା କି ଆଉ କାହା ନଜର ?

ପୱନଦୀପ ରାଜନ ଓ ଅରୁଣିତା କାଞ୍ଜିଲାଲଙ୍କ ଯୋଡିକୁ ଆପଣ ନିଶ୍ଚୟ ମନେ ରଖିଥିବେ । ଗୀତ ରିୟାଲିଟି ଶୋ’ ଇଣ୍ଡିଆନ ଆଇଡଲ ସିଜନ-୧୨ରେ ଦୁହେଁ ଅଧିକ ଧ୍ୟାନ ଆକର୍ଷଣ କରିଥିଲେ । ଏପରିକି ଶୋ ଶେଷ ହେବା ପୂର୍ବରୁ ଦୁହେଁ ଏକାଠି କାମ କରିବା ବି ଆରମ୍ଭ କରି ଦେଇଥିଲେ । ଶୋ ସମାପ୍ତ ହେବା ପରେ ମଧ୍ୟ ଦୁହେଁ ଏକାଠି ଦୁଇଟି ପ୍ରୋଜେକ୍ଟରେ ନଜର ଆସିଥିଲେ । କିନ୍ତୁ ପୱନଦୀପ ଓ ଅରୁଣିତାଙ୍କ ଫ୍ୟାନ ମାନଙ୍କୁ ଝଟକା ଦେବା ଭଳି ଏକ ଖବର ଆସିଛି ।

ଆଗାମୀ ମ୍ୟୁଜିକ ଭିଡିଓରେ ପୱନଦୀପ ଓ ଅରୁଣିତାଙ୍କୁ ଏକାଠି ଦେଖିବାକୁ ମିଳିବ ନାହିଁ । ରାଜ ସୁରାନୀ ଏହି ମ୍ୟୁଜିକ ଭିଡିଓର ନିର୍ଦ୍ଦେଶନା ଦେବାକୁ ଯାଉଥିବା ବେଳେ ଏଭଳି ଖବର ସେମାନଙ୍କ ପ୍ରଶଂସକଙ୍କ ମନରେ ଦୁଃଖ ଭରି ଦେଇଛି । ସୂଚନା ମୁତାବକ ରାଜ ସୁରାନୀ, ପୱନଦୀପ ଓ ଅରୁଣିତାଙ୍କ ସହ ଏକ ମ୍ୟୁଜିକ ଆଲବମ ସୁଟି॰ କରିଥିଲେ, ଯାହାର ନାମ ଥିଲା ‘ମଞ୍ଜୁର ଦିଲ୍’ । କିନ୍ତୁ ଅରୁଣିତା ଏହି ମ୍ୟୁଜିକ ଭିଡିଓରେ ଏବେ ନିଜକୁ ଦୂରେଇ ଦେଇଛନ୍ତି ।

ଯାହାପରେ ପୱନଦୀପଙ୍କ ସହ ଏକ ନୂଆ ଚେହେରା ଖୋଜୁଛନ୍ତି ସଙ୍ଗୀତ ନିର୍ଦ୍ଦେଶକ, ଯାହାଙ୍କୁ ସେ ଅରୁଣିତାଙ୍କ ସ୍ଥାନରେ ନେଇ ପାରିବେ । ତେବେ ଅରୁଣିତାଙ୍କ ଏହିଭଳି ନିଷ୍ପତ୍ତି ପରେ ଏବେ ପୱନଦୀପଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ବର୍ତ୍ତମାନ ଅରୁଣିତା ଓ ପୱନଦୀପଙ୍କ ମଧ୍ୟରେ କିଛି ସମ୍ପର୍କ କିଛି ଭଲ ନାହିଁ ବୋଲି ସମସ୍ତେ ଅନୁମାନ କରୁଛନ୍ତି । ତେବେ ଏନେଇ ଉଭୟଙ୍କ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ସୂଚନାଯୋଗ୍ୟ ଯେ, ସୋନି ଟିଭିରେ ପ୍ରସାରିତ ଲୋକପ୍ରିୟ ମ୍ୟୁଜିକ ରିୟାଲିଟି ଶୋ ‘ଇଣ୍ଡିଆନ ଆଇଡଲ-୧୨’ ର ବିଜେତା ହୋଇଥିଲେ ସୁଗାୟକ ପୱନଦୀପ ରାଜନ ଓ ପ୍ରଥମ ରନର୍ସ ଅଫ ହୋଇଥିଲେ ଅରୁଣିତା କାଞ୍ଜିଲାଲ । ଶୋ’ର ଆରମ୍ଭରୁ ନିଜ ସଙ୍ଗୀତର ଜାଦୁରେ ସେ ଦର୍ଶକଙ୍କ ସହ ଜଜ୍ ମାନଙ୍କ ହୃଦୟ ମଧ୍ୟ ଜିଣି ନେଇଥିଲେ । ତାଙ୍କ ଗାୟକୀକୁ ସାରା ଦେଶବାସୀ ଖୁବ୍ ପସନ୍ଦ କରିଥିଲେ । ସେହିଭଳି ଅରୁଣିତାଙ୍କ ସଙ୍ଗୀତ ପରିବେଷଣ ମଧ୍ୟ ଖୁବ୍ ହୁର୍ଦୟସ୍ପର୍ଶୀ ଥିଲା ।

ଶୋ’କୁ ଆସୁଥିବା ବଲିଉଡର ବଡ ବଡ କଳାକାର ଓ ସଙ୍ଗୀତଜ୍ଞମାନେ ତାଙ୍କ ସଙ୍ଗୀତ ଖୁବ୍ ପସନ୍ଦ କରୁଥିଲେ । ଅନ୍ୟ କେତୋଟି ପ୍ରତିଯୋଗୀ ମାନେ ତାଙ୍କ ନିଆରା ସଙ୍ଗୀତ ଜାଦୁରେ ସମସ୍ତଙ୍କୁ ବାନ୍ଧି ରଖୁଥିଲେ । କିନ୍ତୁ ପୱନଦୀପ ଓ ଅରୁଣିତାଙ୍କ ଯୋଡିକୁ ସମସ୍ତେ ଖୁବ୍ ଅଧିକ ପସନ୍ଦ କରୁଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।