ଅମ୍ବାନୀ ପରିବାରରେ ସାନ ବୋହୁର ହେଲା ଆଗମନ, ପାର୍ଟିରେ ସମସ୍ତଙ୍କ ସହିତ ନଜର ଆସିଥିଲା ଏକ ଖାସ ଚେହେରା

ଭାରତର ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ମଧ୍ୟରେ ସାମିଲ ଥିବା ଅମ୍ବାନୀଙ୍କ ପରିବାର କୌଣସି ପରିଚୟର ମୋହତାଜ ନୁହନ୍ତି । ଏମାନଙ୍କ ପରିବାରରେ ଯଦି କିଛି ବି ହୋଇଥାଏ ତେବେ ପୁରା ମିଡିଆରେ ଚର୍ଚ୍ଚା ହୋଇଥାଏ ଓ ବର୍ତ୍ତମାନ ହିଁ ଏକ ପାର୍ଟି ସମୟରେ ମୁକେଶ ଅମ୍ବାନୀଙ୍କ ପତ୍ନୀ ନିତା ଅମ୍ବାନୀ ଏକ ଝିଅର ବହୁତ ପାଖପାଖି ନଜର ଆସିଲେ ତେବେ ଲୋକମାନେ କିଛି ଅଲଗା ହିଁ  କହିବାକୁ ଲାଗିଲେ ।

ଏମିତି କୁହାଯାଉଛି କି ଅମ୍ବାନୀ ପରିବାରର ସାନ ବୋହୁର ଆଗମନ ହୋଇ ଯାଇଛି । କିନ୍ତୁ ଏହି କଥା କେତେ ସତ ଅଟେ ଏହା ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ଅମ୍ବାନୀ ପରିବାରକୁ ଆସିଲେ ନୂତନ ଅତିଥି

କପୁର ପରିବାର ସହ ସମ୍ବନ୍ଧ ରଖୁଥିବା ଅରମାନ ଜୈନଙ୍କ ରିସିପ୍ସନ ପାର୍ଟୀ ୪ ଫେବୃୟାରୀରେ ଆୟୋଜିତ ହୋଇଥିଲା । ୪ ଫେବୃୟାରୀ ସନ୍ଧ୍ୟା ସମୟରେ ମୁମ୍ବାଇରେ ଆୟୋଜିତ ଏହି ପାର୍ଟିରେ କରୀନା କପୁର, କରିଶ୍ମା କପୁର, ରଣବୀର କପୁର, ଶାହରୁଖ ଖାନ, କରଣ ଜୌହର ସହିତ ଅନ୍ୟ କେତେକ ଷ୍ଟାରମାନେ ବି ସାମିଲ ହୋଇଥିଲେ ।

ଏମାନଙ୍କ ମଧ୍ୟରେ ଅଭିନେତ୍ରୀ ରେଖାଙ୍କ ସୁନ୍ଦରତାର ଜଲୱା ବି ଦେଖିବାକୁ ମିଳିଲା ଓ ଏହା ସହିତ ପୁରା ଅମ୍ବାନୀ ପରିବାର ବି ଏହି ରିସେପ୍ସନ ପାର୍ଟୀରେ ପହଞ୍ଚିଥିଲେ । ଏହି ସମୟରେ ମୁକେଶ ଅମ୍ବାନୀ, ନିତା ଅମ୍ବାନୀ ଓ ଛୋଟ ପୁଅ ଅନନ୍ତ ଅମ୍ବାନୀ ମିଡିଆର କ୍ୟାମେରା ସାମ୍ନାରେ ନଜର ଆସିଲେ ଓ ତାଙ୍କ ସହିତ ଏକ ଝିଅ ବି ସମସ୍ତଙ୍କର ଧ୍ୟାନ ଆକର୍ଷିତ କରିଥିଲା ଯାହାର ନାମ ରାଧିକା ମର୍ଚେଂଟ ଅଟେ ।

ଯେତେବେଳେ କ୍ୟାମେରା ସାମ୍ନାରେ ପୁରା ପରିବାର ପୋଜ ଦେଉଥିଲେ ତେବେ ନିତା ଅମ୍ବାନୀ ରାଧିକା ମର୍ଚେଂଟକୁ ନିଜ ପାଖକୁ ଟାଣୁ ଥିବାର ନଜର ଆସିଲେ ଓ ତାଙ୍କୁ ଫଟୋ ଉଠାଇବାକୁ କହିଲେ । ଆପଣଙ୍କୁ କହିଦେଉଛୁ କି ମୁକେଶ ଅମ୍ବାନୀଙ୍କ ବଡ ପୁଅ ଆକାଶ ଅମ୍ବାନୀଙ୍କ ବିବାହ ସମୟରେ ବି ରାଧିକା ମର୍ଚେଂଟ ଲାଇମଲାଇଟରେ ରହିଥିଲେ ଓ ଆକାଶଙ୍କ ବିବାହରେ ରାଧିକାଙ୍କର ଡ୍ୟାନ୍ସ ଭିଡିଓ ବି ବହୁତ ଭାଇରାଲ ହୋଇଥିଲା ।

ଅନନ୍ତ ଅମ୍ବାନୀଙ୍କ ସହିତ ରାଧିକା ମର୍ଚେଂଟ ଆଇପିଏଲ ଓ ଅନ୍ୟ ଇଭେଣ୍ଟରେ ବି ନଜର ଆସିଥାନ୍ତି । ଏମିତି ଶୁଣିବାକୁ ମିଳୁଛି କି ଜଲ୍ଦି ହିଁ ଅନନ୍ତ ଅମ୍ବାନୀ ବିବାହ ବନ୍ଧନରେ ବାନ୍ଧି ହୋଇଯିବେ ଓ ତାଙ୍କର ବିବାହ ରାଧିକାଙ୍କ ସହିତ ହୋଇପାରେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଜଣ ନିଜର ରିଲେଶନଶିପ ବିଷୟରେ କୌଣସି ଅଫିସିୟାଲ ଅନାଉଂସମେଂଟ କରି ନାହାନ୍ତି ।

ଅରମାନ ଜୈନଙ୍କ ରିସେପ୍ସନ ପାର୍ଟୀରେ ଯେଉଁଭଳି ଭାବରେ ନିତା ଅମ୍ବାନୀ ରାଧିକାଙ୍କ ସହିତ ବହୁତ ପାଖାପାଖି ନଜର ଆସୁଥିଲେ ତେବେ ଏହାକୁ ଦେଖି ଲୋକମାନେ କଥା ହେବାକୁ ଲାଗିଲେ କି ରାଧିକା ଅମ୍ବାନୀ ପରିବାରର ସାନ ବୋହୁ ହୋଇ ପାରନ୍ତି । ଆପଣଙ୍କୁ କହିଦେଉଛୁ କି ରାଧିକା ଜଣେ ଗୁଜୁରାଟି ଅଟନ୍ତି ଓ ରାଧିକାଙ୍କ ଜେଜେବାପା ଅଜିତ କୁମାର ଗୋବର୍ଦ୍ଧନଦାସ ମର୍ଚେଂଟ ବି ଏକ ବିଜନେସମ୍ୟାନ ଥିଲେ ଯିଏ ସଫଳ ମଧ୍ୟ ଥିଲେ ।

ରାଧିକାଙ୍କ ପିତା ବୀରେନ ମର୍ଚେଂଟ ADF ଫୁଡ୍ସ ଲିମିଟେଡର ନନ ଏକ୍ଜିକ୍ୟୁଟିଭ ଡାୟରେକ୍ଟର ଅଟନ୍ତି । ଏହା ଛଡା ସେ ‘ଏଙ୍କୋର ହେଲ୍ଥକେୟାର ପ୍ରାଇଭେଟ ଲିମିଟେଡ’ କମ୍ପାନୀ ବି ସମ୍ଭାଳନ୍ତି । ରାଧିକା ନିଜର ସ୍କୁଲିଂଗ ମୁମ୍ବାଇରେ କରିଛନ୍ତି ଓ ଏହା ପରେ ନ୍ୟୁୟର୍କ ୟୁନିଭର୍ସିଟି ପଲିଟିକ୍ସ ଓ ଇକୋନୋମିକ୍ସରେ ରାଧିକା ଗ୍ରାଜୁଏଶନ କରିଛନ୍ତି । ରାଧିକା ମର୍ଚେଂଟ ନିଜର କ୍ୟାରିୟର ର ଆରମ୍ଭ କେଡାର କଂସଲଟେଂଟ, ଦେସାଈ ଏଂଡ ଦୀୱାନଜୀ ଓ ଇଣ୍ଡିଆ ଫର୍ସ୍ଟ ଭଳି କମ୍ପାନୀରେ କରିଛନ୍ତି ।