tv ର ଏହି 10 Popular ହିରୋଇନ ମାନେ ରିଅଲ ଲାଇଫରେ ବି ନିଜ ଭଉଣୀ

ଟିଭି ଇଣ୍ଡଷ୍ଟ୍ରି ରେ କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ କମ୍ ସମୟ ରେ ହିଁ ବହୁତ ସଫଳତା ଓ ଲୋକପ୍ରିୟତା ହାସଲ କରିଛନ୍ତି । ଏହି ଅଭିନେତ୍ରୀ ମାନେ ଉଭୟ ନିଜର ଅଭିନୟ ଓ ସୁନ୍ଦରତା ପାଇଁ ପ୍ରସିଦ୍ଧ । କିନ୍ତୁ ଏହି ଅଭିନେତ୍ରୀ ମାନଙ୍କ ଭଉଣୀ ମାନେ ମଧ୍ୟ ଏମାନଙ୍କ ଠୁ ଆହୁରି ସୁନ୍ଦର । ଆସନ୍ତୁ ଏପରି କିଛି ଅଭିନେତ୍ରୀ ଙ୍କ ଭଉଣୀ ଙ୍କୁ ଜାଣିବା ।

ରୁବିନା ଦିଲାଇକ୍

ଟିଭି ର ଏକ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି ରୁବିନା ଦିଲାଇକ୍ । ସେ “ଶକ୍ତି ଅସ୍ଥିତ୍ଵ କା ଏହସାସ୍” ଧାରାବାହିକରେ କିନ୍ନର ସୌମ୍ୟା ର ଚରିତ୍ରକୁ ଅତି ସୁନ୍ଦର ଉପସ୍ଥାପନା କରିଛନ୍ତି । ତାଙ୍କର ରୋହିଣୀ ଓ ନୈନା ନାମକ ଦୁଇ ଭଉଣୀ ଅଛନ୍ତି । ସେ ଦୁଇ ଜଣ ଅଭିନେତ୍ରୀ ନୁହନ୍ତି, କିନ୍ତୁ ଦେଖିବାକୁ କେଉଁ ଅଭିନେତ୍ରୀଙ୍କ ଠୁ କମ୍ ନୁହେଁ । ଏମାନେ ପ୍ରାୟ ଏକାଠି ବୁଲୁଥିବାର ଓ ମସ୍ତି କରୁଥିବାର ଦେଖାଯାଆନ୍ତି । ସୌମ୍ୟା ଙ୍କ ଏହି ଦୁଇ ଭଉଣୀ ଏବେ ବି ପାଠ ପଢୁଛନ୍ତି ।

ସନାୟା ଇରାନୀ

ଷ୍ଟାର୍ ପ୍ଳସ୍ ର ଲୋକପ୍ରିୟ ଧାରାବାହିକ “ଇସ୍ ପ୍ୟାର କୋ କ୍ଯା ନାମ୍ ଦୁଁ” ରୁ ପ୍ରସିଦ୍ଧ ଲାଭ କରିଥିବା ସନୟା କମ୍ ସମୟ ରେ ହିଁ ବହୁତ ସଫଳତା ହାସଲ କରିଥିଲେ । ତାଙ୍କ ଭଉଣୀ ଙ୍କ ନାମ କଶ୍ମୀରା ଇରାନୀ । ସେମାନେ ଏକାଠି ବହୁତ କମ୍ ଦେଖା ଯାଉଥିଲେ ବି ଦୁହିଁଙ୍କ ମଧ୍ୟରେ ବହୁତ ଭଲପାଇବା ଅଛି । ଭଉଣୀ କଶ୍ମୀରା ମଧ୍ୟ ଏକ ଟିଭି ଅଭିନେତ୍ରୀ । ସେ ସୋନି ଏଣ୍ଟରଟେନମେଣ୍ଟ୍ ର ଧାରାବାହିକ “ଅମ୍ବର୍ ଧାରା” ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ।

ଫଲକ୍ ନାଜ୍

ସସୁରାଲ୍ ସିମର୍ କା” ଧାରାବାହିକରେ ଜାନଭି ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ଫଲକ୍ ନାଜ୍ ମଧ୍ୟ ଏକ ଲୋକପ୍ରିୟ ଅଭିନେତ୍ରୀ । ସେ ସବୁ ପ୍ରକାର ଚରିତ୍ରକୁ ପରଦାରେ ଅତି ସୁନ୍ଦର ଭାବେ ଉପସ୍ଥାପନା କରିବାରେ ଖୁବ୍ ପାରଙ୍ଗମ । ତାଙ୍କ ର ଜଣେ ଯାଆଁଳା ଭଉଣୀ ଅଛନ୍ତି । ତାଙ୍କ ନାମ ସଫକ୍ ନାଜ୍ । ଦୁଇ ଭଉଣୀ ଙ୍କ ସମ୍ପର୍କ ବହୁତ ଭଲ । ଏମାନେ ଗଣମାଧ୍ୟମରେ ସବୁବେଳେ ଏକାଠି ଫଟୋ ନେଇ ପୋଷ୍ଟ କରୁଥିବାର ଦେଖିବାକୁ ମିଳେ । ସଫକ୍ ମଧ୍ୟ ଏକ ଅଭିନେତ୍ରୀ । ସେ ଶୁଭବିବାହ, ମହାଭାରତ ଓ ଚିଡିଆଘର୍ ଆଦି ଧାରାବାହିକରେ କାମ କରିଛନ୍ତି ।

ଶୃତି ଝା

“କୁମ୍ କୁମ୍ ଭାଗ୍ୟ” ଧାରାବାହିକରେ ପ୍ରଜ୍ଞା ର ଚରିତ୍ରରେ ଗତ ୬ ବର୍ଷରୁ ଅଭିନୟ କରି ଖୁବ୍ ପ୍ରସିଦ୍ଧି ଲାଭ କରିଛନ୍ତି ଅଭିନେତ୍ରୀ ଶ୍ରିତି ଝା । ତାଙ୍କ ର ଏକ ବଡ଼ ଭଉଣୀ ଅଛନ୍ତି । ତାଙ୍କ ନାମ ମିନାକ୍ଷୀ ଝା । ସେ ଏକ ସଫ୍ଟୱେୟାର ଇଞ୍ଜିନିୟର । ଶୃତି ମଧ୍ୟ ତାଙ୍କ ଭଉଣୀଙ୍କୁ ଖୁବ୍ ଭଲପାଆନ୍ତି ।

ଶ୍ରଦ୍ଧା ଆର୍ଯ୍ୟା

ଜି ଟିଭି ର ଲୋକପ୍ରିୟ ଧାରାବାହିକ “କୁଣ୍ଡଳୀ ଭାଗ୍ୟ” ରେ ପ୍ରୀତା ର ଚରିତ୍ରରେ ଶ୍ରଦ୍ଧା ଆର୍ଯ୍ୟା ହିଁ ଅଭିନୟ କରୁଛନ୍ତି ଓ ଦର୍ଶକଙ୍କ ମନ ଛୁଇଁ ପାରିଛନ୍ତି । ତାଙ୍କ ଭଉଣୀ ଦିବ୍ୟା ଆର୍ଯ୍ୟା ଭଉଣୀ ହେବା ସହ ତାଙ୍କର ଜଣେ ଭଲ ବନ୍ଧୁ ମଧ୍ୟ । ସେ ତାଙ୍କ ଭଉଣୀଙ୍କୁ ବହୁତ ଭଲ ପାଆନ୍ତି । ସେଥିପାଇଁ ଯେତେବେଳେ ତାଙ୍କ ଭଉଣୀଙ୍କ ସ୍ବାମୀ ତାଙ୍କ ସହ ଘରୋଇ ହିଂସା କରିଥିଲେ ସେ ପୋଲିସ ରେ ତାଙ୍କର ଅଭିଯୋଗ କରି ଦେଇଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।