ଆଜିର 8 ଅନୁଚିନ୍ତା, ଏହି ସବୁ ଜିନିଷରେ କରୁଥିଲେ ଭୁଲ ସୁଧାରି ନିଅନ୍ତି, ଜୀବନରେ ଆସିବ ଉନ୍ନତ୍ତି

କହିବାକୁ ଗଲେ ଆପଣ ଭଲ ରୋଜଗାର କରୁଥିଲେ ବି ସବୁବେଳେ ଆପଣଙ୍କ ଘରେ ଝଗଡା ଓ ଅଶାନ୍ତି ଲାଗି ରହିଥାଏ । ଏହା ସହିତ ସବୁବେଳେ ଧନର ଅଭାବ ବି ଦେଖାଯାଏ ଓ ଘରେ କେହି ବି ଖୁସିରେ ରୁହନ୍ତି ନାହିଁ । ଏମିତିରେ ଏହି ସବୁ ବାସ୍ତୁ ଦୋଷ କାରଣରେ ହିଁ ହୋଇଥାଏ । କହିବାକୁ ଗଲେ ମଣିଷ ନିଜ ଜୀବନରେ ଏମିତି ବହୁତ ଛୋଟ ଛୋଟ କାମ କରିଥାଏ ଯାହା ବାସ୍ତୁ ଶାସ୍ତ୍ର ଅନୁସାରେ ଭୁଲ ଅଟେ ।

ଏମିତିରେ ଆଜି ଆମେ ଆପଣଙ୍କୁ ଏହିଭଳି କିଛି ଭୁଲ ଗୁଡିକ ବିଷୟରେ କହିବୁ ଯାହାକୁ ଯଦି ଆପଣମାନେ କରୁଛନ୍ତି ତେବେ ତାହା କରିବା ବନ୍ଦ କରି ଦିଅନ୍ତୁ । ଏହାପରେ ଆପଣ ନିଜ ଜୀବନରେ ପରିବର୍ତ୍ତନ ଦେଖିବା ଆରମ୍ଭ କରିଦେବେ ।

  • ଭୋଜନ କରିବା ପରେ ପ୍ରାୟତଃ ଲୋକମାନେ ଅଇଁଠାକୁ ଛାଡି ଚାଲି ଯାଆନ୍ତି । ଯାହାକି ଭୁଲ ଅଟେ । ଏହିଭଳି କରିବା ଦ୍ଵାରା ଲକ୍ଷ୍ମୀଙ୍କ କୃପା ଆପଣଙ୍କୁ ମିଳିବ ନାହିଁ । ସେଥିପାଇଁ ଏହିଭଳି ଭୁଲ କରନ୍ତୁ ନାହିଁ । ଖାଇବାର ସଙ୍ଗେ ସଙ୍ଗେ ଅଇଁଠା ସଫା କରି ଦିଅନ୍ତୁ ।
  • ଘରର ମନ୍ଦିରରେ ଭଗବାନଙ୍କୁ ସକାଳେ କିମ୍ବା ସନ୍ଧ୍ୟା ସମୟରେ ଝୁଣା ଧୂପ ଦିଅନ୍ତୁ କିମ୍ବା କର୍ପୁର ଦ୍ଵାରା ଆରତୀ କରନ୍ତୁ । ଏହିଭଳି କରିବା ଦ୍ଵାରା ଘରର ନକାରତ୍ମକ ଶକ୍ତି ଚାଲିଯାଏ ।

  • ଯଦି ଆପଣଙ୍କ ଘରେ କୌଣସି ବିଲେଇ ନିଜର ପିଲା ଜନ୍ମ କରିଲା କିମ୍ବା ମାଙ୍କଡ ଫଳ ଖାଇ ସାରିବା ପରେ ତାହାର କିଛି ଖଣ୍ଡ ଆପଣଙ୍କ ଘରେ ଫୋପାଡି ଦେଉଛି ତେବେ ଜାଣି ନିଅନ୍ତୁ କି ଆପଣଙ୍କର ଶୁଭ ସମୟ ଆରମ୍ଭ ହୋଇ ଯାଇଛି ।
  • ଯଦି ଆପଣ ଘରେ ପୂଜା କରୁଛନ୍ତି ଓ ଠିକ ସେହି ସମୟରେ ଆପଣଙ୍କ ଘରେ କେହି ଅତିଥି ଆସୁଛନ୍ତି କିମ୍ବା ଝିଟିପିଟି କିଛି ଶବ୍ଦ କରେ ତେବେ ବୁଝି ଯାଆନ୍ତୁ କି ସେହି ଦିନଟି ଅତ୍ୟନ୍ତ ଶୁଭଦାୟକ ଅଟେ ।
  • ଭାତ ହାଣ୍ଡିକୁ କେବେ ବି ଖାଲି ରଖିବେ ନାହିଁ, ସମସ୍ତଙ୍କୁ ଭାତ ବାଢି ସାରିବା ପରେ ଶେଷରେ ଅଳ୍ପ କିଛି ଭାତ ହାଣ୍ଡିରେ ନିଶ୍ଚିତ ରଖିଥିବେ । ସେହିଭଳି ରୁଟି ଖାଇ ସାରିବା ପରେ ରୁଟି ରଖୁଥିବା ପାତ୍ରକୁ ବି ଖାଲି କରନ୍ତୁ ନାହିଁ । ସେଥିରେ ବି ଗୋଟିଏ ରୁଟି ରଖି ଦିଅନ୍ତୁ ।

  • ମଙ୍ଗଳବାର ଦିନ କେବେ ବି କାହା ଠାରୁ ଟଙ୍କା କରଜ କରି ଆଣନ୍ତୁ ନାହିଁ । ଯଦି ଆପଣ ଏହିଭଳି କରୁଛନ୍ତି ତେବେ ଆପଣଙ୍କର ହିଁ ଓଲଟା କ୍ଷତି ହେବ । ଧାର ଟଙ୍କା ସୁଝିବା ବହୁତ କଷ୍ଟକର ହୋଇଯିବ । କିନ୍ତୁ ମଙ୍ଗଳବାର ଦିନ ଆପଣ ଟଙ୍କା ସୁଝିବେ ତେବେ ଆପଣଙ୍କ ପାଇଁ ଏହା ମଙ୍ଗଳମୟ ହେବ ।
  • ଅମାବାସ୍ୟା ଦିନ ହିଁ ନିଜର ଘର ସଫା କରନ୍ତୁ ଓ ଘରର ସମସ୍ତ ଅଦରକାରୀ ଜିନିଷକୁ ସେହି ଦିନ ହିଁ ବାହାରକୁ ଫୋପାଡି ଦିଅନ୍ତୁ ।

  • ଟଙ୍କା ଗଣିବା ସମୟରେ ଟଙ୍କାକୁ ବାହାର ପଟୁ ନିଜ ଆଡକୁ ଗଣିବାକୁ ଚେଷ୍ଟା କରନ୍ତୁ । ଏହା ଦ୍ଵାରା ଲକ୍ଷ୍ମୀ ଆପଣଙ୍କ ପାଖକୁ ଆସିଥାଏ ଓ କେବେ ବି ଛେପ ମାରି ଟଙ୍କା ଗଣନ୍ତୁ ନାହିଁ । କାରଣ ଟଙ୍କା ମାତା ଲକ୍ଷ୍ମୀ ଅଟନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।