tv ଇଣ୍ଡଷ୍ଟ୍ରିର ଏହି ପପୁଲାର ଶିଶୁ କଳାକାର ମାନଙ୍କ ଅସଲ ପିତା

ଛୋଟ ପରଦାରେ ଯେଉଁଠି ମୁଖ୍ୟ ଚରିତ୍ରରେ ଶାଶୁ ବୋହୂ ଆଦିଙ୍କ ଭୂମିକା ଦର୍ଶକଙ୍କୁ ପସନ୍ଦ ଆସୁଥିଲା, ଆଜିର ସମୟରେ ଟିଭି ଧାରାବାହିକରେ ଶିଶୁ କଳାକାର ମାନଙ୍କୁ ଅଧିକ ଗୁରୁତ୍ବ ଦିଆ ଯାଉଛି । ଛୋଟ ଛୋଟ ପିଲାମାନେ ସୁନ୍ଦର ଅଭିନୟ କରି ଲୋକଙ୍କ ମନକୁ ଛୁଇଁ, ଟେଲିଭିଜନ ଦୁନିଆରେ ରାଜ୍ କରୁଛନ୍ତି । ଏମାନଙ୍କ ପଛରେ ତାଙ୍କ ଅସଲ ପିତା ଙ୍କ ହାତ ଅଛି ଯିଏ ତାଙ୍କୁ ବହୁତ ପ୍ରେମ କରିବା ସହ ସମର୍ଥନ ମଧ୍ୟ କରନ୍ତି । ଆଜି ଏହି ଶିଶୁ କଳାକାର ମାନଙ୍କ ପିତା ଙ୍କ ବିଷୟରେ ଜାଣିବା ।

୧- ଆକୃତି ଶର୍ମା

ଷ୍ଟାର୍ ପ୍ଲସ ର ଧାରାବାହିକ “କୁଲଫି କୁମାର ବାଜେୱାଲା” ଅଳ୍ପ ସମୟରେ ସମସ୍ତଙ୍କର ପ୍ରିୟ ଶୋ ହୋଇ ଯାଇଥିଲା । ସେଥିରେ ମାତ୍ର ୯ ବର୍ଷ ବୟସର ଆକୃତି ଶର୍ମା ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିଲେ । ଶୋ ରେ ତାଙ୍କ ପିତା ସିକନ୍ଦର ସିଂ ଗିଲ୍ ଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିବା ବେଳେ ତାଙ୍କ ଅସଲ ପିତା ଙ୍କ ସହ ମଧ୍ୟ ତାଙ୍କ ସଂପର୍କ ବହୁତ ଭଲ । ତାଙ୍କ ପିତାଙ୍କ ନାମ ହରିଶ୍ ଶର୍ମା ଓ ସେ ଜଣେ ବ୍ୟାଙ୍କର । ଆକ୍ରିତି ସବୁବେଳେ ତାଙ୍କ ପିତା ଙ୍କ ସହ ସମୟ ବିତାନ୍ତି ଓ ତାଙ୍କ ପିତା ତାଙ୍କୁ ବହୁତ ଭଲପାଆନ୍ତି ।

୨- ହର୍ଷିତା ଓଝା

ଷ୍ଟାର୍ ପ୍ଲସ ର ଧାରାବାହିକ “ଏକ୍ ବୀର୍ କି ଅରଦାସ୍ ବୀରା” ରେ ମୁଖ୍ୟ ଚରିତ୍ର ବୀରା ର ଭୂମିକାରେ ହର୍ଷିତା ଓଝା ଅଭିନୟ କରି ଦର୍ଶକଙ୍କ ମନ ଜିଣି ପାରିଥିଲେ । ତାଙ୍କ ଅସଲ ପିତା ଙ୍କ ନାମ ସଞ୍ଜୟ ଓଝା ଓ ସେ ଜଣେ ସଫ୍ଟୱେୟାର୍ ଇଞ୍ଜିନିୟର୍ । ଏମାନେ ପରସ୍ପରକୁ ବହୁତ ଭଲ ପାଆନ୍ତି ଓ ସବୁ କଥା ସେୟାର କରନ୍ତି ।

୩- ଜନତ୍ ଯୁବେର୍ ରେହମାନି

କଲରସ୍ ଚ୍ୟାନେଲ ର ଧାରାବାହିକ “ଫୁଲଓ୍ୱା” ରେ ମୁଖ୍ୟ ଚରିତ୍ର ଫୁଲଓ୍ୱା ର ଭୂମିକା ରେ ଅଭିନୟ କରିଥିଲେ ଜନତ୍ ଯୁବେର୍ । ସେ ମାତ୍ର ୯ ବର୍ଷ ବୟସ ରୁ ଏହି ଅଭିନୟ କରି ଲୋକପ୍ରିୟ ହୋଇ ପାରିଥିଲେ । ତାଙ୍କ ପିତାଙ୍କ ନାମ ଯୁବେର୍ ରେହମାନି ଓ ସେ ମୁମ୍ବାଇର ଜଣେ ବିଜନେସମ୍ୟାନ । ସେ ନିଜ କାମ କୁ ଯେତିକି ପ୍ରାଧାନ୍ୟ ଦିଅନ୍ତି ସେତିକି ପ୍ରାଧାନ୍ୟ ନିଜ ଝିଅକୁ ମଧ୍ୟ ଦିଅନ୍ତି ଓ ତାଙ୍କୁ ବହୁତ ଭଲ ପାଆନ୍ତି ।

୪- ଝନକ ଶୁକ୍ଳା

୯୦ ଦଶକର ଲୋକପ୍ରିୟ ଧାରାବାହିକ “କରିସ୍ମା କା କରିସ୍ମା” ରେ ରୋବୋଟ୍ କରିସ୍ମା ର ଚରିତ୍ରରେ ଅଭିନେତ୍ରୀ କରିସ୍ମା ହିଁ ଅଭିନୟ କରିଥିଲେ । ସେତେବେଳେ ମାତ୍ର ୬ ବର୍ଷ ବୟସରେ ତାଙ୍କ ଅଭିନୟ ଯୋଗୁଁ ସେ ଅନେକ ପ୍ରଶଂସା ସାଉଁଟି ଥିଲେ । ତା ପରେ ତାଙ୍କୁ ଆଉ କେଉଁ ବି ଶୋ ରେ ଦେଖିବାକୁ ମିଳି ନ ଥିଲା । ତାଙ୍କ ପିତା ହେଲେ ହରିଶ୍ ଶୁକ୍ଳା ଓ ସେ ଜଣେ ଫିଲ୍ମ୍ ନିର୍ମାତା । ସେ ଏବେ ପର୍ଯ୍ୟନ୍ତ ଅନେକ ଫିଲ୍ମ୍ କରି ସାରିଲେଣି । ଝନକ୍ ତାଙ୍କ ପିତାଙ୍କ ର ବହୁତ ଖାସ୍ ।

୫- ରୁହାନିକା ଧୱନ

ଧାରାବାହିକ “ୟେ ହେ ମୋହବତେଁ” ରେ ଶିଶୁ କଳାକାର ରୁହି ର ଚରିତ୍ରରେ ରୁହାନିକା ଧାୱନ ଅଭିନୟ କରି ଖୁବ୍ ଲୋକପ୍ରିୟ ହାସଲ କରିଥିଲେ । ଶୋ ରେ ସେ ଯେମିତି ଏକ ଭଲ ଝିଅ ର ଭୂମିକା ରେ ଅଭିନୟ କରିଥିଲେ ସେମିତି ଅସଲରେ ମଧ୍ୟ ସେ ବହୁତ ଭଲ ଝିଅ । ସେ ନିଜ ପିତାଙ୍କୁ ବହୁତ ଭଲ ପାଆନ୍ତି । ତାଙ୍କ ପିତାଙ୍କ ନାମ ଧାୱନ ଓ ସେ ମଧ୍ୟ ନିଜ ଝିଅଙ୍କୁ ବହୁତ ଭଲ ପାଆନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।