ମୁମ୍ବାଇ ଏୟାରପୋର୍ଟରେ ହ୍ଵିଲ ଚେୟାରରେ ନଜର ଆସିଲେ ଇରଫାନ ଖାନ, ଫ୍ୟାନମାନେ କରୁଛନ୍ତି ମଙ୍ଗଳ କାମନା, ଜାଣନ୍ତୁ ପୁରା ଘଟଣା

ଜୀବନର ଯୁଦ୍ଧକୁ ଜିତି ଇରଫାନ ଖାନ ବହୁତ ସମୟ ହେଲା ଲଣ୍ଡନରେ ଫିଲ୍ମ ‘ଅଂଗ୍ରେଜୀ ମିଡିୟମ’ର ଶୁଟିଙ୍ଗ କରୁଥିଲେ । ଯାହା ପରେ ବର୍ତ୍ତମାନ ସେ ସ୍ୱଦେଶ ଫେରି ଆସିଛନ୍ତି । ଫିଲ୍ମ ‘ଅଂଗ୍ରେଜୀ ମିଡିୟମ’ର ସେଟରୁ ଇରଫାନ ଖାନଙ୍କର ବହୁତ ଫଟୋ ବି ଭାଇରାଲ ହୋଇଥିଲା । ଯାହାକୁ ଦେଖି ତାଙ୍କର ଫ୍ୟାନମାନେ ବହୁତ ଖୁସି ହେଉଥିଲେ । କିନ୍ତୁ ବର୍ତ୍ତମାନ ଇରଫାନ ଖାନଙ୍କର ଯେଉଁ ଫଟୋ ଏୟାରପୋର୍ଟରୁ ଭାଇରାଲ ହେଉଛି, ତାହାକୁ ଦେଖି ଫ୍ୟାନମାନେ ଚିନ୍ତାରେ ପଡି ଯାଇଛନ୍ତି ।

ଏତିକି ନୁହେଁ ଏହି ଫଟୋରେ ଇରଫାନ ଖାନ ନିଜର ମୁହଁକୁ ବି ଲୁଚାଇ ଆସୁଛନ୍ତି ।

ଇରଫାନ ଖାନ ଗତ ବର୍ଷ ହିଁ ଲଣ୍ଡନରେ ଏଂଡୋକ୍ରାଇନ ଟ୍ୟୁମରର ଚିକିଶ୍ଚା କରୁଥିଲେ, ଯାହା ପରେ ସେ ନିଜର ଠିକ ହେବାର ସୂଚନା ବି ସୋସିଆଲ ମିଡିଆରେ ଦେଇଥିଲେ । ଠିକ ହେବା ପରେ ସେ ନିଜର ପରିବାର ସହିତ ଲଣ୍ଡନରେ କିଛି ସମୟ ବିତାଇବା ପରେ ନିଜ ଫିଲ୍ମର ଶୁଟିଙ୍ଗ ବି କରି ନେଇଥିଲେ । ଯାହାର କିଛି ଫଟୋ ଭାଇରାଲ ହୋଇଥିଲା ।

ହ୍ଵିଲ ଚେୟାରରେ ବସିଥିବାର ନଜର ଆସିଲେ ଇରଫାନ ଖାନ

ଫିଲ୍ମ ଅଂଗ୍ରେଜୀ ମିଡିୟମର ଶୁଟିଙ୍ଗ ଶେଷ କରିବା ପରେ ଇରଫାନ ଖାନ ଭାରତକୁ ଫେରି ଆସିଲେ, ଯାହାର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଫଟୋରେ ଇରଫାନ ଖାନ ହ୍ଵିଲ ଚେୟାରରେ ବସିଥିବାର ନଜର ଆସିଥିଲେ । ଏମିତି ନୁହେଁ ମିଡିଆକୁ ଦେଖି ଇରଫାନ ଖାନ ନିଜ ଚେହେରା ବି ଲୁଚାଇ ଦେଇଥିଲେ ।

କିନ୍ତୁ ସେ ହ୍ଵିଲ ଚେୟାରରେ କାହିଁକି ବସିଛନ୍ତି, ଏହା ବିଷୟରେ କାହାକୁ ବି କିଛି ଜଣା ନାହିଁ । ଯାହାକୁ ନେଇ ଫ୍ୟାନ ମାନେ ଚିନ୍ତା ବ୍ୟକ୍ତ କରିଛନ୍ତି ଓ ତାଙ୍କର ଜଲ୍ଦି ଠିକ ହେଇଯିବାକୁ ନେଇ ଭଗବାନଙ୍କ ନିକଟରେ ପ୍ରଥନା କରିଛନ୍ତି ।

ଠିକ ହେବା ମାତ୍ରେ ହିଁ କାମକୁ ଫେରିଥିଲେ ଇରଫାନ ଖାନ

ଲମ୍ବା ସମୟ ପର୍ଯ୍ୟନ୍ତ ଚିକିଶ୍ଚା କରିବା ପରେ ଯେମିତି ହିଁ ଇରଫାନ ଖାନ ଠିକ ହେଲେ, ସେମିତି ହିଁ ସେ ନିଜ କାମକୁ ଫେରିଗଲେ । କହିବାକୁ ଗଲେ ଇରଫାନ ଖାନ ନିଜ କାମକୁ ବହୁତ ଗମ୍ଭୀରତାର ସହ ନେଇଥାନ୍ତି । କହିଦେଉଛୁ କି ଅଂଗ୍ରେଜୀ ମିଡିୟମରେ ପୁଣି ଥରେ ଇରଫାନ ଖାନଙ୍କର ଦମଦାର ଅଭିନୟ ଦେଖିବାକୁ ମିଳିବ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।