କମ ବୟସରେ କିଣିଲେ ଲଣ୍ଡନରେ ଘର ଓ ୧ କୋଟି ଟଙ୍କାର ଭ୍ୟାନିଟି ଭ୍ୟାନ, ବର୍ତ୍ତମାନ କିଣିବାକୁ ଯାଉଛନ୍ତି ପ୍ରାଇଭେଟ ଜେଟ

ବହୁତ କମ ବୟସରେ ଫେମସ ହୋଇଥିବା ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କର ଆସୁଥିବା ଫିଲ୍ମ ବ୍ରହ୍ମାସ୍ତ୍ର ପାଇଁ ବହୁତ ଚର୍ଚ୍ଚାରେ ଅଛନ୍ତି । ୪ ଡିସେମ୍ବରରେ ରିଲିଜ ହେବାକୁ ଯାଉଛି ଆଲିଆଙ୍କ ନୂଆ ଫିଲ୍ମ ବ୍ରହ୍ମାସ୍ତ୍ର । ଏହି ଫିଲ୍ମରେ ରଣବିର କପୁର, ଅମିତାଭ ବଚ୍ଚନ, ମୌନି ରୟ, ଅକ୍କିନେନୀ ଅର୍ଜୁନ ଓ ରାଶି ପରି ଷ୍ଟାର ନଜର ଆସିବେ । ହେଲେ ଆଜି ଆମେ ଆପଣ ମାନଙ୍କୁ ଆଲିଆ ଭଟ୍ଟଙ୍କ କ୍ୟାରିୟର ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ ।

କମ ବୟସରେ ହେଲେ କୋଟି କୋଟି ଟଙ୍କାର ମାଲିକ

google

ଆଲିଆ ୧୭ ବର୍ଷ ବୟସ ରେ ନିଜ ବଲିଉଡ କ୍ୟାରିୟର ର ଆରମ୍ଭ କରିଥିଲେ । ଆଲିଆ ବର୍ତ୍ତମାନ ୧୦ ମିଲିୟନ ଡଲାର ର ମାଲିକ ଅଟନ୍ତି । କିଛି ଦିନ ତଳେ ଆଲିଆ ବିଦେଶରେ ହୋଇଥିବା ଏକ ଇଣ୍ଟରଭ୍ୟୁରେ କହିଥିଲେ କି, ସେ ମୁମ୍ବାଇରେ ୧୨ କୋଟି ଟଙ୍କା ଦେଇ ୩ ଟି ଫ୍ଲାଟ କିଣିଛନ୍ତି । ଏହା ସହିତ ଲଣ୍ଡନ ପାଖରେ ଥିବା ପୋସ ଏରିଆରେ ତାଙ୍କର କୋଟି କୋଟି ଟଙ୍କାର ଘର ଅଛି ।

ଆଲିଆଙ୍କ ପାଖରେ ଦାମୀ ଗାଡି ଓ ଭ୍ୟାନିଟି ଭ୍ୟାନ ମଧ୍ୟ ଅଛି । ଏହା ସହିତ ଆଲିଆ ଭଟ୍ଟଙ୍କ ପାଖରେ ୫୫ ଲକ୍ଷ ଟଙ୍କାର ଅଡିA6, ୫୫ ଲକ୍ଷ ଟଙ୍କାର ଅଡିAQ, ୭୦ ଲକ୍ଷ ଟଙ୍କାର ରେଞ୍ଜ ରୋବର ଓ ୧. ୩୨ କୋଟି ଟଙ୍କାର BMW କାର ମଧ୍ୟ ଅଛି । ଏହା ଛଡା କିଛି ଦିନ ତଳେ ଆଲିଆ କୋଟି କୋଟି ଟଙ୍କାର ଏକ ଭ୍ୟାନିଟି ଭ୍ୟାନ ମଧ୍ୟ କିଣିଛନ୍ତି ।

google

ଏହି କିଛି ଦିନ ତଳେ ଅର୍ଥ ମନ୍ତ୍ରୀ ନିର୍ମଳା ସିତା ରମଣଙ୍କ ଦ୍ଵାରା ୨୦୨୦ରେ ବଜେଟ ମଧ୍ୟ ଫେସ କରାଯାଇଛି । ବଜେଟକୁ ନେଇ ଆଲିଆ ଭଟ୍ଟ କହିଲେ, ସେ ବୁଦ୍ଧିମାନୀରେ ନିଜ ଟଙ୍କାକୁ ନିବେଶ କରନ୍ତି । ସେ ସବୁଠାରୁ ଅଧିକ ବଣ୍ଡ ଓ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବା ପାଇଁ ପସନ୍ଦ କରନ୍ତି । ଏହି ସହିତ ସେ ଇଣ୍ଟରଭ୍ୟୁରେ କହିଛନ୍ତି କି, ସେ ବହୁତ ଶୀଘ୍ର ୧ କୋଟି ଟଙ୍କାର ପ୍ରାଇଭେଟ ଜେଟ ମଧ୍ୟ କିଣିବେ ।