କୋଈ ମିଲ ଗୟା ଫିଲ୍ମରେ ଥିବା ଯାଦୁ କିଏ ???ଜାଣିଛନ୍ତି । ସେ ଜଣେ ବଡ କାଳକାର ।

ରାକେଶ ରୋଷନ ନିର୍ଦେଶୀତ ୨୦୦୩ରେ ନିର୍ମିତ ହୋଇଥିଲା ସୁପରଡୁପର ହିଟ୍‌ ଫିଲ୍ମ ‘କୋଇ ମିଲ୍‌ ଗୟା’। ସେଥିରେ ମୁଖ୍ୟ ଭୂମିକାରେ ଥିଲେ ହ୍ରିତିକ୍‌ ରୋଶନ୍‌ ଓ ପ୍ରିତୀ ଜିଣ୍ଟା। ଫିଲ୍ମରେ ହ୍ରିତିକ୍‌ ରୋଶନ୍‌ ମାନସିକ ରୋଗରେ ପିଡୀତ ଥିଲେ। ଫିଲ୍ମର ମୁଖ୍ୟ ଆକର୍ଷଣ ଥିଲା ଯାଦୁ। ଯିଏ କି ଦେଖିବାକୁ ନୀଳ ରଙ୍ଗର ଓ ସତରେ ବହୁତ ଅଦ୍ଭୁତ ମଧ୍ୟ ଥିଲା । କିଛି ମନେ ପଡୁଛି ଯିଏ ଖରା ଚାହିଁ ଶକ୍ତି ପାଉଥିଲା। ପ୍ରାୟ ସବୁ ଲୋକ ଭାବୁଥିବେ ସେହି ଯାଦୁର ଚରିତ୍ର ବୋଧ ହୁଏ ଆନିମେଟେଡ୍‌। କିନ୍ତୁ ଆମେ ଏଠି କହି ରଖୁଛୁ ଯାଦୁର ଚରିତ୍ର ଆନିମେଟେଡ୍‌ ନୁହେଁ ଏହି ଯାଦୁ କୌଣସି କମ୍ପ୍ୟୁଟର ଥିବା ଚିତ୍ର ସାହାଯ୍ୟରେ ହୋଇନାହିଁ । ବାସ୍ତବରେ ଜଣେ ବ୍ୟକ୍ତି ଏଥିରେ ଅଭିନୟ କରିଥିଲେ। ତେବେ ଚାଲନ୍ତୁ ଜାଣିବା ଯାଦୁ ସଂପର୍କରେ କିଛି କଥା।

୧. ଏହି ଫିଲ୍ମରେ ଯାଦୁର ମାସ୍କ ପଛରେ ଯେଉଁ ଅଭିନେତା ଜଣକ ଥିଲେ ସେ ହେଉଛନ୍ତି ଇନ୍ଦ୍ରଭୂବନ ପୁରୋହିତ୍‌। ଫିଲ୍ମ ରିଲିଜ୍‌ ହେବାର ଅନେକ ବର୍ଷ ପରେ ଏହି ରାଜ୍‌ର ଖୁଲାସା ହୋଇଥିଲା। ଏମିତିକି ଆଜି ଯାଏ ବହୁତ କମ ଲୋକ ଜାଣିଛନ୍ତି ତାଙ୍କ ଚରିତ୍ର ବିଷୟରେ ଓ ସେ କେବେବି କାହାକୁ ଏହି ବିଷୟରେ ଅବଗତ କରାଇନାହାନ୍ତି ।
୨. ଫିଲ୍ମ ନିର୍ଦ୍ଦେଶକ ରାକେଶ ରୋଶନ ଏହି କଥାକୁ ୧୧ ବର୍ଷ ପର୍ଯ୍ୟନ୍ତ ଲୁଚାଇ ରଖିଥିଲେ। ଏହାର କାରଣ ମଧ୍ୟ କିଛି ଭିନ୍ନ କାରଣ ହେଉଛି ଯେ ଏହାର ସିକୁୱେଲ ଆଗକୁ କରିବାର ଥିଲା ସେଥିପାଇଁ ଏହା ଜରୁରୀ ଥିଲା ଯେ ଲୋକ ଏହିସବୁ ଜିନିଷ ନଜାଣିବା ।

୩. ଯାଦୁର କଷ୍ଟ୍ୟୁମ୍‌ ଅଷ୍ଟ୍ରେଲିଆରେ ବନା ଯାଇଥିଲା। କଷ୍ଟ୍ୟୁମ୍‌ ବନେଇବାପାଇଁ ପୂରା ୩ ମାସ ଲାଗିଥିଲା। ଓ ସତରେ ତ ଏଯାଏ କେହି କେବେ ଏଲିଏନ ଦେଖିନାହାନ୍ତି ତଥାପି କଳ୍ପନା କରାଯାଇ ଏହି ଡ୍ରେସ ତିଆରି କରାଯାଇଥିଲା ।ଏହା ଯେମିତି

୪. ଅଫ୍‌ସୋସର କଥା ହେଉଛି ଇନ୍ଦ୍ରଭୂବନ ଏବେ ଆଉ ଆମ ଗହଣରେ ନାହାନ୍ତି। ୨୦୧୪ ଡିସେମ୍ବର ୧୮ ତାରିଖରେ ତାଙ୍କ ଦେହାନ୍ତ ହୋଇଯାଇଥିଲା। ତାଙ୍କର ଦେହାନ୍ତ ପରେ ବୋଧେ ଏହି ଜିନିଷ ଦର୍ଶକଙ୍କ ପାଖରେ ପହଞ୍ଚିଥିଲା ।