ଟିକେଟ ରଦ୍ଧ କରାନଯିବାରୁ ରେଲୱେର ଫାଇଦା, ସରକାରକୁ ମିଳିଲା ୯୦୦୦ କୋଟି, ପୁରା ଘଟଣା ଜାଣନ୍ତୁ

ଭାରତୀୟ ରେଲୱେ ଟିକେଟ ରଦ୍ଧ କରିବାରୁ ଓ ପ୍ରତୀକ୍ଷା ସୂଚୀରେ ଥିବା ଟିକେଟକୁ ରଦ୍ଧ ନକରିବାରୁ ୨୦୧୭ ରୁ ୨୦୨୦ ମଧ୍ୟରେ ୯୦୦୦ କୋଟି ଟଙ୍କା କମାଇଛି । କୋଟାର ସୁଜିତ ସ୍ଵାମୀ ସୂଚନା ଅଧିକାର ଆଇନ ଅନୁସାରେ କିଛି ପ୍ରଶ୍ନ ପଚାରିଥିଲେ, ଏହାର ଉତ୍ତରରେ ସେଣ୍ଟର ଫର ରେଲୱେ ଇନଫର୍ମେସନ ସିଷ୍ଟମ କହିଛନ୍ତି କି, ୧ ଜାନୁୟାରୀ ୨୦୧୭ ରୁ ୩୧ ଜାନୁୟାରୀ ୨୦୨୦ ପର୍ଯ୍ୟନ୍ତ ଥିବା ୩ ବର୍ଷର ଅବଧି ମଧ୍ୟରେ ୯.୫ କୋଟି ଯାତ୍ରୀ ପ୍ରତୀକ୍ଷା ସୂଚୀରେ ଟିକେଟକୁ ରଦ୍ଧ କରାଇ ନାହାନ୍ତି । ଏହା ଦ୍ଵାରା ରେଲୱେକୁ ୪, ୩୩୫ କୋଟି ଟଙ୍କାର ଆୟ ହୋଇଛି ।


ଏହି ଅବଧିରେ ରେଲୱେ କନଫର୍ମ ଟିକେଟକୁ ରଦ୍ଧ କରିବାର ଶୁଳ୍କରୁ ୪,୬୮୪ କୋଟିରୁ ଅଧିକ ଟଙ୍କା କମାଇଛନ୍ତି । ଏହି ଦୁଇଟି ମାମଲାରେ ସବୁଠୁ ଅଧିକ ଆୟ ସ୍ଳିପର ଶ୍ରେଣୀ ଟିକେଟରୁ ହୋଇଛି । ଏହାପରେ ତୃତୀୟ ଶ୍ରେଣୀର ଥାର୍ଡ ଏସି ଟିକେଟର ସ୍ଥାନ ରହିଛି । କ୍ରିସ ଏହା ମଧ୍ୟ କହିଛନ୍ତି କି ଇଣ୍ଟର୍ନେଟ ଓ କାଉଣ୍ଟରରେ ଯାଇ ଟିକେଟ କିଣୁଥିବା ଲୋକମାନଙ୍କ ସଂଖ୍ୟା ମଧ୍ୟରେ ମଧ୍ୟ ବହୁତ ଅନ୍ତର ରହିଛି ।

ତିନି ବର୍ଷର ଅବଧିରେ ୧୪୫ କୋଟିରୁ ଅଧିକ ଲୋକ ଇଣ୍ଟରନେଟ ଜରିଆରେ ଟିକେଟ ବୁକିଙ୍ଗ କରିଥିବା ବେଳେ ୭୪ କୋଟି ଲୋକ ରେଲୱେ କାଉଣ୍ଟରକୁ ଯାଇ ଟିକେଟ କିଣିଛନ୍ତି । ଏହା ଦ୍ଵାରା ସରକାର ୯୦୦୦ କୋଟି ଟଙ୍କା କମାଇଛନ୍ତି ।