ରାଜସ୍ଥାନରେ ହେଲା ମଣିଷତ୍ଵ ଲଜ୍ଜିତ : ନାବାଳିକା ଝିଅ ଦୁଷ୍କର୍ମ ପରେ କଲା ଆତ୍ମହତ୍ୟା

ପୂର୍ବରୁ ବି ରେପ ର ଏମିତି ହିଁ କେତେକ ମାମଲା ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଏହି କାରଣରୁ ଏହାକୁ ପ୍ରଥମ ମାମଲା କୁହାଯିବ ନାହିଁ , କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ମାମଲା ବିଷୟରେ କହିବାକୁ ଯାଉଛୁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ପାଇଁ ବାଧ୍ୟ କରି ଦେଇଛି । କହିବାକୁ ଗଲେ ଆଜିକାଲିର ରାକ୍ଷସ ପ୍ରବୃତିର ଅପରାଧୀମାନେ କାହାକୁ ବି ଛାଡୁ ନାହାନ୍ତି ଓ ସମସ୍ତ ପ୍ରକାରର ଅପରାଧକୁ କରିବାରେ ସବୁବେଳେ ଆଗରେ ଥାଆନ୍ତି ।

ରିପୋର୍ଟ ଅନୁସାରେ, ଦେଶରେ ୧ ଘଣ୍ଟାରେ ୪ଟି ବଳତ୍କାର ହେଉଛି । ଦେଶରେ ସବୁଦିନ ସାମ୍ନାକୁ ଆସୁଥିବା ଦୁଷ୍କର୍ମ, ମର୍ଡର, ଗ୍ୟାଙ୍ଗରେପ ମାମଲା ଲୋକମାନଙ୍କୁ ଭାଙ୍ଗି ଦେଇଛି । ପ୍ରଶାସନ ବି ଏହାକୁ କମ କରିବା ପାଇଁ ଚେଷ୍ଟା କରୁଛନ୍ତି । କିନ୍ତୁ ଅନ୍ୟ ପଟେ ଅପରାଧୀମାନେ ବି ଏହି କରିବା ପାଇଁ ଆହୁରି ବି ଚେଷ୍ଟା କରୁଛନ୍ତି ।

ଆଜି ଆମେ ଆପଣଙ୍କୁ ଏକ ଏମିତି ହିଁ ଆଶ୍ଚର୍ଯ୍ୟ କରିଦେବା ଭଳି ମାମଲା କହିବାକୁ ଯାଉଛୁ । ଯାହା ବିଷୟରେ ଜାଣି ଆପଣଙ୍କ ହୋସ ବି ଉଡିଯିବ । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ମାମଲା ରାଜସ୍ଥାନର ଭରତପୁର ରୁ ସାମ୍ନାକୁ ଆସୁଛି । ଆଶ୍ଚର୍ଯ୍ୟକର କଥା ଏହା ଅଟେ କି ଏଠି ଜଣେ ନାବାଳିକା ଝିଅ ସହିତ ଗ୍ରାମର ହିଁ ଜଣେ ଯୁବକ ବଳାତ୍କାର କରିଲା । ଯାହା ପରେ ନାବାଳିକା ଝିଅ ଆତ୍ମହତ୍ୟା କରିବାର ରାସ୍ତା ବାଛିନେଲା । ଏହା ପରେ ପରିଜନମାନେ ଆରୋପି ବିରୁଦ୍ଧରେ ମାମଲା ରୁଜୁ କରାଇଲେ ।

କୁହାଯାଉଛି କି ପୀଡ଼ିତା ଜଣକ ଯେତେବେଳେ ପଶୁମାନଙ୍କ ପାଇଁ ଚାଷ ଜମିରୁ ଚାରା ଆଣିବା ପାଇଁ ଯାଇଥିଲା ସେହି ସମୟରେ ଆରୋପି ତାହା ସହିତ ବଳାତ୍କାର କରିଥିଲା । ଏହା ପରେ ଚିତ୍କାର ର ଆବାଜ ଶୁଣି ଆରୋପି ସେହି ସ୍ଥାନରୁ ଫେରାର ହୋଇଗଲା । ପରିଜନମାନେ ପ୍ରଥମେ ତ ଏହି ଦୁଷ୍କର୍ମ ବିରୁଦ୍ଧରେ ରିପୋର୍ଟ ଦେଇ ନ ଥିଲେ ।

କିନ୍ତୁ ଯେମିତି ହିଁ ନିଜ ଝିଅର ଶବ ଝୁଲୁଥିବା ଅବସ୍ଥାରେ ମିଳିଲା, ତେବେ ସେମାନେ ଦୁଷ୍କର୍ମର ମାମଲା ପୋଲିସ ରେ ରୁଜୁ କରାଇଲେ । ପୋଲିସ ପୋସ୍ଟମାର୍ଟମ କରିବା ପରେ ଶବକୁ ପରିବାର ଲୋକଙ୍କୁ ଦେଇ ଦେଇଛନ୍ତି । ପରିଜନମାନଙ୍କର କହିବା ଅଟେ କି ଦୁଷ୍କର୍ମର ଘଟଣା ପରେ ଝିଅ ପୂରାପୂରି ଭାଙ୍ଗି ପଡିଥିଲା । ସେଥିପାଇଁ ସେ ଏହିଭଳି ପଦକ୍ଷେପ ନେଇଛି ।