ଜାଣନ୍ତୁ, କଣ ପାଇଁ ଫିଲ୍ମ କରୁନାହାଁନ୍ତି ମହିମା ଚୌଧୁରୀ, କାରଣ ଜାଣିଲେ ଆପଣଙ୍କ ରୁମ ଟାଙ୍କୁରି ଉଠିବ

ବଲିଉଡ ଫିଲ୍ମ ଅଭିନେତ୍ରୀ ମହିମା ଚୌଧୁରୀ ବର୍ତ୍ତମାନ ସମୟରେ ଫିଲ୍ମ ଠାରୁ ଦୂରରେ ଅଛନ୍ତି । ସେ ୧୯୯୭ ମସିହାରେ ‘ପରଦେଶ’ ଫିଲ୍ମରେ ଡେବ୍ୟୁ କରିଥିଲେ । କିନ୍ତୁ କିଛି ବର୍ଷ ପରେ ହଠାତ ମହିମା ଫିଲ୍ମ ଠାରୁ ଦୂରେଇ ଗଲେ । ବର୍ତ୍ତମାନ ପିଙ୍କଭିଲାଙ୍କୁ ଦେଇଥିବା ସାକ୍ଷାତକାରରେ ଅଭିନେତ୍ରୀ କହିଛନ୍ତି କି ଏହି ଘଟଣା ୧୯୯୯ ମସିହାର ସେ ଅଜୟ ଦେବଗନ ଏବଂ କାଜଲଙ୍କ ସହିତ ‘ଦିଲ କ୍ୟା କରେ’ ଫିଲ୍ମ ଶୁଟିଙ୍ଗ କରୁଥିବା ସମୟର ଅଟେ ।

ମହିମା କହିଛନ୍ତି କି ବାଙ୍ଗାଲୋରରେ ଏକ ଟ୍ରକ ମୋ କାରକୁ ଧକା ଦେଇଥିଲା । ଏହି ଧକା ଏତେ ଭୟଙ୍କର ଥିଲା ଯେ ଗାଡିର କାଚ ଭାଙ୍ଗି ମୋ ମୁହଁରେ ବାଜିଲା । ମତେ ଲାଗିଲା ମୁଁ ମରିଯିବି ଏବଂ ସେଠାରେ ମତେ କେହି ସାହାଯ୍ୟ ମଧ୍ୟ କଲେ ନାହିଁ । ମେଡିକାଲରେ ପହଞ୍ଚିବା ପରେ ଯେତବେଳେ ମୋ ମା ଏବଂ ଅଜୟ ଆସିଲେ ସେତବେଳେ ସେମାନେ କିଛି କଥା ହେଲେ । ମୁଁ ଉଠି ମୋ ମୁହଁ ଦେଖିଲା ପରେ ମୁଁ ଡରିଗଲି । ଏହାପରେ ମୋ ମୁହଁର ସର୍ଜରୀ ହେଲା ଏବଂ ଡକ୍ଟର ମୋ ମୁହଁରୁ ୬୭ଖଣ୍ଡ କାଚ ବାହାର କରିଥିଲେ ।

ମହିମା କହିଛନ୍ତି କି ସର୍ଜରୀ ପରେ ତାଙ୍କୁ ଠିକ ହେବା ପାଇଁ ବହୁତ ସମୟ ଲାଗିଥିଲା । ସେ ସବୁବେଳେ ଘରେ ହିଁ ରହୁଥିଲେ କାରଣ ସେ ଖରାକୁ ବାହାରି ପାରୁନଥିଲେ । ସେହି ସମୟରେ ସେ ଆଇନାରେ ନିଜ ମୁହଁ ଦେଖିବା ପାଇଁ ପସନ୍ଦ ମଧ୍ୟ କରୁ ନଥିଲେ । ତାଙ୍କୁ ଲାଗିଥିଲା କି ତାଙ୍କୁ କେହି ଫିଲ୍ମରେ କାମ କରିବା ପାଇଁ ଦେବେ ନା ନାହିଁ ।

ସେ କହିଲେ କି “ମୁଁ ସେହି ସମୟରେ କାହାକୁ ବି ଏହି ବିଷୟରେ କିଛି କହି ନଥିଲି କାରଣ ସେତବେଳେ ଲୋକମାନେ ଏତେ ସପୋର୍ଟ କରୁନଥିଲେ । ଯଦି ମୁଁ କିଛି କହିଥାନ୍ତି ତାହେଲେ ସେମାନେ କହିଥାନ୍ତେ କି ତାର ମୁହଁ ତ ନଷ୍ଟ ହୋଇ ଯାଇଛି । ଆଉ କାହାକୁ ଫିଲ୍ମରେ କାମ କରିବା ପାଇଁ କହିବା । ଏଥିପାଇଁ ହିଁ ମୁଁ ଫିଲ୍ମ ଠାରୁ ଦୂରରେ ରହିଲି ଏବଂ ଲୋକଙ୍କ ଠାରୁ ମଧ୍ୟ ଲୁଚି ରହିଲି ।

କିନ୍ତୁ ଏହାସବୁ ପରେ ମଧ୍ୟ ମୋ ପରିବାର ମତେ ସମ୍ଭାଳିଲେ ଏବଂ ମତେ ଶକ୍ତି ମଧ୍ୟ ଦେଲେ । ମହିମା ୨୦୦୬ ମସିହାରେ ବବି ମୁଖାର୍ଜୀଙ୍କୁ ବିବାହ କରିଥିଲେ । କିନ୍ତୁ ୨୦୧୩ ମସିହାରେ ସେମାନଙ୍କର ଛାଡପତ୍ର ହୋଇଗଲା । ତାଙ୍କର ଏକ ଝିଅ ଥିଲା ଯିଏ ବର୍ତ୍ତମାନ ମହିମାଙ୍କ ସହିତ ରହୁଛନ୍ତି । ତାଙ୍କ ଝିଅର ନାମ ଆରିୟାନ ଅଟେ ଏବଂ ମହିମା ବର୍ତ୍ତମାନ ଏକା ତାଙ୍କର ଧ୍ୟାନ ରଖୁଛନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।