Harnaaz Sandhu ଙ୍କର Kapil ଙ୍କ ପିଉସୀଙ୍କ ସହ ଅଛି ସ୍ପେଶାଲ କନେକ୍ସନ, ଫୋନ କରି କହିଲେ- ମୁଁ ନିଜ ପ୍ରମିଜ ପୁରା କରିଦେଲି…’

ହରନାଜ କୌର ସଂଧୂ କେତେକ ଦେଶର ସୁନ୍ଦରୀ ଝିଅମାନଙ୍କୁ ପଛରେ ଛାଡି ମିସ ୟୁନିଭର୍ସ ୨୦୨୧ର ଟାଇଟେଲକୁ ନିଜର କରିଛନ୍ତି । ୨୧ ବର୍ଷର ହରନାଜ ସଂଧୂ ୨୧ ବର୍ଷ ପରେ ଏହି ଟାଇଟେଲ ଜିତି ଦେଶର ସମ୍ମାନକୁ ବଢାଇଛନ୍ତି ଓ ପୁରା ଦେଶ ବର୍ତ୍ତମାନ ତାଙ୍କର ଏହି ଖୁସିରେ ସାମିଲ ହୋଇଛନ୍ତି । ମିସ ୟୁନିଭର୍ସ ୨୦୨୧ ଟାଇଟେଲ ଜିତିବା ପରେ ବର୍ତ୍ତମାନ ସମସ୍ତଙ୍କ ମୁହଁରେ ହରନାଜ କୌର ସଂଧୂଙ୍କ ବିଷୟରେ ଚର୍ଚା ହେଉଛି । ସମସ୍ତେ ତାଙ୍କୁ ଶୁଭକାମନା ଓ ଶୁଭେଚ୍ଛା ବି ଦେଉଛନ୍ତି ।

କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ମିସ ୟୁନିବର୍ସ ୨୦୨୧ ଜିତିବା ପରେ ହରନାଜ କୌର ସଂଧୂ “ଦ କପିଲ ଶର୍ମା ଶୋ”ରେ କପିଲଙ୍କ ପିଇଶିର କିରଦାର କରିସାରିଥିବା ଅଭିନେତ୍ରୀ ଉପାସନା ସିଂହଙ୍କୁ ଫୋନ କରିଥିଲେ । ଉପାସନା ସିଂହ ନିଜେ ଏହି ବିଷୟରେ କହିଛନ୍ତି । ଉପାସନା ସିଂହ ଗୋଟିଏ ଇଣ୍ଟରଭିୟୁରେ କହିଥିଲେ କି ହରନାଜ କୌର ମିସ ୟୁନିବର୍ସକୁ ଯିବା ପୂର୍ବରୁ ତାଙ୍କ ସହିତ ରହୁଥିଲେ । ହରନାଜ ରୋଷେଇ ଘରେ ତାଙ୍କର ସାହାର୍ଯ୍ୟ କରୁଥିଲେ ।

ହରନାଜ ଉପାସନାଙ୍କୁ ପ୍ରାୟତଃ କହୁଥିଲେ କି ସେ ମିସ ୟୁନିବର୍ସ ୨୦୨୧ ଟାଇଟେଲ ନିଶ୍ଚିତ ଜିତିବେ । ଇଣ୍ଟରଭିୟୁ ସମୟରେ ଅଭିନେତ୍ରୀ ଉପାସନା ସିଂହ କହିଲେ କି ହରନାଜ କୌର ସନ୍ଧୁ ତାଙ୍କର ଦୁଇଟି ଫିଲ୍ମ ସାଇନ କରିଛନ୍ତି । ମିଡିଆ ସହ କଥାବାର୍ତ୍ତା କରିବା ସମୟରେ ଉପାସନା ସିଂହ କହିଲେ କି “ମିସ ୟୁନିବର୍ସ ୨୦୨୧ ଜିତିବା ପରେ ହରନାଜ ମୋତେ ଫୋନ କରି ଥିଲେ ଓ ସେ କହିଥିଲେ କି ମୁଁ ମୋର ପ୍ରତିଜ୍ଞା ପୁରା କରିଦେଲି ।“

ଉପାସନା ସିଂହ ଆଗକୁ କହିଲେ କି “ମୁଁ  ଫୋନରେ ତାର ଖୁସିକୁ ଅନୁଭବ କରି ପାରୁ ଥିଲି । ତାହା ସହିତ କଥାବାର୍ତ୍ତା କରି ମୁଁ ବହୁତ ଭାବୁକ ହୋଇ ଯାଇ ଥିଲି ଓ ମୁଁ ମୋର ଲୁହକୁ ଅଟକାଇ ପାରିଲି ନାହିଁ । ମୋତେ ଲାଗୁଥିଲା କି ମୋର ନିଜ ଝିଅ ଏହିଭଳି କରିଛି । ଯେତେବେଳେ ବି ହରନାଜ ମୁମ୍ବାଇ ଆସୁଥିଲେ, ସେ ମୋ ଘରେ ହିଁ ରହୁଥିଲା । ମିସ ଇଣ୍ଡିଆ ପରେ ଯେତେବେଳେ ତାର ଟ୍ରେନିଙ୍ଗ ଆରମ୍ଭ ହୋଇଥିଲା ତେବେ ସେ ମୋ ଘରେ ୫ ଦିନ ପାଇଁ ରହିଥିଲା ।‘

ଆପଣଙ୍କୁ କହିଦେଉଛୁ କି ହରନାଜ କୌର ସନ୍ଧୁ ଅଭିନେତ୍ରୀ ଉପାସନା ସିଂହଙ୍କ ଫିଲ୍ମ “ବାଈ ଜୀ କୁଟ୍ଟନ ଦେ”ରେ ନଜର ଆସିବେ । ଏହି ଫିଲ୍ମରେ ଉପାସନା ସିଂହ ହିଁ ପ୍ରଡ୍ୟୁସ କରୁଛନ୍ତି । ସେ ଏହି ଫିଲ୍ମରେ ନିଜ ପୁଅ ନାନକକୁ ବି ଲଞ୍ଚ କରୁଛନ୍ତି । ସେ ନିଜ ପୁଅ ନାନକ ଓ ହରନାଜଙ୍କୁ ଏକା ସହିତ ଅଭିନୟର ଟ୍ରେନିଙ୍ଗ ଦେଇଛନ୍ତି । ଯଦି ହରନାଜଙ୍କ ଦ୍ଵିତୀୟ ଫିଲ୍ମ ବିଷୟରେ କହିବା ତେବେ ସେ ଫିଲ୍ମ “ଦିଯାଂ ପୌଂ ବାରହ”ରେ ନଜର ଆସିବେ ଯେଉଁଥିରେ ହରନାଜ ମୁଖ୍ୟ ଅଭିନେତ୍ରୀ ଅଛନ୍ତି ।