TV ସିରିଏଲ Choti Bahu ରେ ନଜର ଆସିଥିବା ଏହି 3 ଜଣ ଷ୍ଟାର ଆଜି 8 ବର୍ଷ ପରେ ବହୁତ ବଦଳି ଯାଉଛନ୍ତି, ଦେଖା ଯାଉଛନ୍ତି ବହୁତ ସୁନ୍ଦର

ଟିଭି ଦୁନିଆରେ ଅଭିନୟ କରି ଅନେକ କଳାକାର ମାନେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । କଲର୍ସ ଚ୍ୟାନେଲରେ ପ୍ରସାରିତ ହେଉଥିବା ସିରିଏଲ ଗୁଡିକ ଖୁବ ଚର୍ଚ୍ଚାରେ ରହିଛି । ଏହି ସିରିଏଲ ଗୁଡିକ ମଧ୍ୟରୁ “ଛୋଟୀ ବୋହୁ” ସିରିଏଲଟି ନମ୍ବର ୱାନ ସ୍ଥାନ ରେ ରହିଥିଲା । ସେଥିରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ସାନଦାର ଅଭିନୟ ପାଇଁ ଆଜି ବି ନିଜ ଫ୍ୟାନ୍ସ ମାନଙ୍କ ଦିଲରେ ଘର କରି ରହି ପାରିଛନ୍ତି ।

ଆଜି ଆମେ ଆପଣଙ୍କୁ ଏମିତି କିଛି କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ସମୟ ଅନୁସାରେ ଅନେକ ବଦଳି ଯାଇଛନ୍ତି । “ଛୋଟୀ ବୋହୁ” ସିରିଏଲରେ ଅଭିନୟ କରୁଥିବା କଳାକାର ମାନେ ଏହି ସିରିଏଲଟି ଶେଷ ହୋଇ ଯାଇଥିଲେ ମଧ୍ୟ ଦୀର୍ଘ ୮ ବର୍ଷ ପରେ ନିଜର ଲାଇଫ ଷ୍ଟାଇଲକୁ ବଦଳାଇ ସାରିଛନ୍ତି ।

୧- “କୀର୍ତ୍ତି ଗେକ୍ଵାଲକର” : ଏହି ଅଭିନେତ୍ରୀ ଜଣକ ସୁନ୍ଦର ଅଭିନୟ କରି ଏହି ସିରିଏଲଟିକୁ ଆଗକୁ ନେବାରେ ସାହାଜ୍ୟ କରିଥିଲେ । ଏହା ପରେ ସେ ନିଜର ଲାଇଫ ଷ୍ଟାଇଲକୁ ବଦଳାଇ ବହୁତ ଆଗକୁ ଚାଲି ଯାଇଛନ୍ତି । ବର୍ତ୍ତମାନ ତାଙ୍କୁ ୪୬ବର୍ଷ ହୋଇଥିଲେ ମଧ୍ୟ  ନିଜ କ୍ଯାରିଆରକୁ ବଦଳାଇ ନିଜ ଲାଇଫରେ ପରିବାର ସହ ବହୁତ ଖୁସିରେ ଅଛନ୍ତି ।

୨- “ବେନାଫ ଦଚଣ୍ଡିଜି”: ଏହି ସିରିଏଲରେ ବରଖା ଭୂମିକାରେ ଅଭିନୟ କରି ଅଭିନେତ୍ରୀ ବେନାଫ ଖୁବ ଚର୍ଚ୍ଚାରେ ରହିଥିଲେ । ଆଗ ଅପେକ୍ଷା ସେ ବର୍ତ୍ତମାନ ବହୁତ ସୁନ୍ଦର ଦେଖା ଯାଉଛନ୍ତି । ବେନାଫଙ୍କୁ ୩୨ବର୍ଷ ହୋଇଥିଲେ ମଧ୍ୟ ସେ ପୁରୁଣା ଲାଇଫ ଷ୍ଟାଇଲକୁ ବଦଳାଇ ଆଜି ଶିଂଗଲ ଲାଇଫ ସ୍ପେନ୍ଡ କରି ମୁମ୍ବାଇରେ ରହୁଛନ୍ତି । ବର୍ତ୍ତମାନ “ବାରିଷ” ସିରିଏଲରେ ସେ ନିଜର ଅଭିନୟ ଜାରି ରଖିଛନ୍ତି ।

୩- “ଅଭିନାଶ ସଚଦେବ”: ଏହି ସିରିଏଲରେ ଦେବ ନାମରେ ଅଭିନେତ୍ରୀ ରାଧିକାର ସ୍ଵାମୀ ଭୂମିକାରେ ଅଭିନୟ କରି ଅଭିନାଶ ନିଜ ଅଭିନୟ ପାଇଁ ଲୋକପ୍ରିୟ ହୋଇ ପାରିଥିଲେ । ସେ ଅଭିନେତ୍ରୀ ଶର୍ମୀଳିଙ୍କ ସହ ବିବାହ କରି ୨୦୧୭ରେ ଦୁହେଁ ଅଲଗା ହୋଇ ଯାଇଥିଲେ । ସେ ନିଜର ଅଭିନୟକୁ ଆଜି ମଧ୍ୟ ଜାରି ରଖି ତାଙ୍କ ୩୫ବର୍ଷ ହୋଇଥିଲା ମଧ୍ୟ ସେ ଆଗ ଅପେକ୍ଷା ବହୁତ ହ୍ୟାଣ୍ଡସମ ଓ ଡ୍ୟାସିଙ୍ଗ ଦେଖା ଯାଉଛନ୍ତି ।

୪-“ପ୍ରିୟଙ୍କା ମିଶ୍ର” :ଏହି ସିରିଏଲରେ ବିଶାଖା ଭୂମିକାରେ ଅଭିନୟ କରି ପ୍ରିୟଙ୍କା ଖୁବ ଚର୍ଚ୍ଚାରେ ରହିଥିଲେ । ଏହା ପରେ ତାଙ୍କ ଲୁକ ଓ ଅନ୍ଦାଜରେ ବହୁତ ପରିବର୍ତ୍ତନ ଆସିବାରୁ ସେ ତାଙ୍କ ଲାଇଫ ନିଜ ଫ୍ୟାମିଲି ସହ ବେଶ ଖୁସିରେ ଲକ୍ଷ୍ନୌରେ ଅଛନ୍ତି ।

୫- “ରୁବିନା ଦିଲାଇକ” : ଏହି ସିରିଏଲର ମୁଖ୍ୟ ଅଭିନେତ୍ରୀ ଭାବେ ରାଧିକା ଭୂମିକାରେ ଅଭିନୟ କରି ରୁବିନା ବହୁତ ଚର୍ଚ୍ଚାରେ ରହିଥିଲେ । ଏହି ସିରିଏଲର ଶେଷ ହେବାର ୮ ବର୍ଷ ପରେ ମଧ୍ୟ ଅଭିନେତ୍ରୀ ରୁବିନାଙ୍କର ଲାଇଫ ଷ୍ଟାଇଲ ବହୁତ ବଦଳି ଯାଇଛି । ବର୍ତ୍ତମାନ ସେ ବହୁତ ଗରଜେସ, ବୋଲ୍ଡ ଓ ଷ୍ଟାଇଲିସ ଲାଇଫ ସ୍ପେନ୍ଡ କରୁଛନ୍ତି । ତାଙ୍କ ୩୨ବର୍ଷ ହୋଇଥିଲେ ମଧ୍ୟ  ବାସ୍ତବରେ ଦେଖିବାକୁ ସେ ବହୁତ ଚୁଲବୁଲି ଓ ସ୍ମାର୍ଟ ଅଟନ୍ତି । ଅଭିନେତା ଅଭିନାଶ ଶୁକ୍ଲାଙ୍କ ସହ ବିବାହ କରି ସେ ତାଙ୍କ ଲାଇଫରେ ବହୁତ ଖୁସିରେ ଅଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ଯବାଦ