ବହୁତ ଜରୁରୀ ଅଟେ ଟୀନଏଜର ପିଲା ମାନଙ୍କ ସହ ପ୍ୟାରେଣ୍ଟ୍ସମାନଙ୍କ ଦୋସ୍ତି, ଆପଣାନ୍ତୁ ଏହି ଉପାୟ

ଯେତେବେଳେ ପିଲା ମାନେ ବଡ ହୋଇଯାନ୍ତି ସେତେବେଳେ ସେମାନେ ନିଜେ ସବୁ କିଛି ଜାଣି ପାରନ୍ତି । ସେମାନଙ୍କର ଓ ପ୍ୟାରେଣ୍ଟ୍ସ ମାନଙ୍କ ଚିନ୍ତାଧାରା ମଧ୍ୟରେ ଗୋଟେ ପିଢୀର ଅନ୍ତର ଆସିଯାଇଥାଏ । ଯାହା ଫଳରେ ପ୍ୟାରେଣ୍ଟ୍ସ ପିଲାମାନଙ୍କୁ ବୁଝିପାରନ୍ତି ନାହିଁ ଓ ପିଲାମାନେ ମଧ୍ୟ ପ୍ୟାରେଣ୍ଟ୍ସଙ୍କୁ ବୁଝି ପାରନ୍ତି ନାହିଁ । ଯାହାଫଳରେ ଏହି ସମ୍ପର୍କ ମଧ୍ୟରେ ଦୂରତା ସୃଷ୍ଟି ହୋଇଯାଇଥାଏ । ଛୋଟ ପିଲା ମାନଙ୍କୁ ତାଙ୍କ ମା’ ବାପାଙ୍କ ଭଲ ପାଇବା ସହ ମା’ ବାପାଙ୍କ ସପୋର୍ଟର ମଧ୍ୟ ବହୁତ ଆବଶ୍ୟକତା ରହିଥାଏ ।

ଛୋଟ ପିଲାଙ୍କ ସହିତ ସାଙ୍ଗ ହେବା ବହୁତ ସହଜ ହୋଇଥାଏ, ହେଲେ ଯଦି ସେମାନଙ୍କ ବୟସ ବଢିଯାଏ, ତେବେ ସେମାନଙ୍କ ସହ ସାଙ୍ଗ ହେବା କଷ୍ଟକର ହୋଇଥାଏ । ଆଜି ଆମେ ଆପଣମାନଙ୍କୁ ଏମିତି ଏକ ଉପାୟ କହିବୁ ଯାହାଦ୍ୱାରା ଆପଣ ପିଲା ମାନଙ୍କ ସହ ବହୁତ ସହଜରେ ଦୋସ୍ତି ରଖିପାରିବେ । ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

ସ୍ପେସ ଦିଅନ୍ତୁ-

ଆଜିକାଲିର ଦୁନିଆରେ ପିଲାମାନଙ୍କୁ ବହୁତ ନୀତି ନିୟମରେ ରଖାଯାଉଛି । ହେଲେ ଯେଉଁପରି ଭାବରେ ଆପଣ ମାନଙ୍କ ବ୍ୟକ୍ତିଗତ ଜୀବନ ଅଛି ସେହି ପରି ପିଲା ମାନଙ୍କର ମଧ୍ୟ ରହିଛି । ତେଣୁ ପିଲାମାନଙ୍କ ସହ ସାଙ୍ଗ ହେବା ପାଇଁ ହେଲେ ସେମାନଙ୍କୁ ତାଙ୍କ ଜୀବନରେ କିଛି ସ୍ପେସ ଦିଅନ୍ତୁ ।

ସବୁବେଳେ ଉପଦେଶ ମୁଡରେ ରୁହନ୍ତୁ ନାହିଁ

ପିଲାମାନେ ବହୁତ ସେନ୍ସିଟିଭ ହୋଇଥାନ୍ତି । ତେଣୁ ସବୁବେଳେ ତାଙ୍କୁ ଲେକ୍ଚର ଦେବା ଉଚିତ ନୁହେଁ । ସେମାନେ ସବୁବେଳେ କେବଳ ଉପଦେଶ ଶୁଣି ଚିଡିଥାନ୍ତି । ତେଣୁ ସବୁବେଳେ ଉପଦେଶ ଦିଅନ୍ତୁ ନାହିଁ ।

ପିଲାଙ୍କୁ ସମୟ ଦିଅନ୍ତୁ

ଅଧିକାଂଶ ମା’ ବାପା ଉଭୟ କାମ କରିବାକୁ ଯାଆନ୍ତି । ଯାହାଫଳରେ ସେମାନେ ପିଲାମାନଙ୍କୁ ଭଲ ଭାବରେ ସମୟ ଦେଇପାରନ୍ତି ନାହିଁ । ସେମାନେ ପିଲାମାନଙ୍କ ସହ ବସି କୌଣସି କଥା ସେୟାର କରିପାରନ୍ତି ନାହିଁ, କାରଣ ସେମାନଙ୍କ ପାଖରେ ସମୟ ନଥାଏ । ଏହା ଦ୍ଵାରା ଆପଣମାନଙ୍କ ମଧ୍ୟରେ ଦୂରତା ସୃଷ୍ଟି ହୋଇଥାଏ । ତେଣୁ ଯେତେ କାମ କରିଲେ ମଧ୍ୟ ପିଲା ମାନଙ୍କୁ କିଛି ଭଲ ସମୟ ଦେବା ପାଇଁ ଚେଷ୍ଟା କରନ୍ତୁ ।

କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ

ଯଦି ପିଲା ମାନଙ୍କର କିଛି ବ୍ୟବହାର ଆପଣଙ୍କୁ ପସନ୍ଦ ନୁହେଁ, ତେବେ ଏଥିପାଇଁ ଆପଣ ତାଙ୍କୁ ବୁଝାଇବା ଉଚିତ । ହେଲେ ଅଧିକାଂଶ ମା’ ବାପା ପିଲାମାନଙ୍କ ଭୁଲ ପାଇଁ ବହୁତ କିଛି କଥା ପିଲାମାନଙ୍କୁ ଶୁଣାଇଥାନ୍ତି । ତେଣୁ ଆପଣ ମଧ୍ୟ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ଓ ପିଲାର କୌଣସି ଭୁଲ ପାଇଁ ପିଲାକୁ ଭଲ ଭାବରେ ବୁଝାଇ ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ସମ୍ପର୍କ ମଝବୁତ ହେବ ।