ଶିମଲାର ଏହି ଜାଗାରେ ଅଛି ‘ଭୁତର ଛାୟା’, ଜାଣନ୍ତୁ ଏହାର ପୁରା କାହାଣୀ !

ଶିମଲା ନିଜର ପ୍ରାକୃତିକ ସୁନ୍ଦରତା ପାଇଁ ପୁରା ଦୁନିଆରେ ପରିଚିତ ଅଟେ । ଦେଶ ଦୁନିଆରୁ ହଜାର ହଜାର ସଂଖ୍ୟାରେ ଲୋକମାନେ ଶିମଲାକୁ ବୁଲିବାକୁ ଆସିଥାନ୍ତି । ଅନ୍ୟ ପଟେ ଏହି ସୁନ୍ଦର ସହରରେ କେତେକ ଏମିତି ଜାଗା ବି ଅଛି ଯେଉଁଠିକୁ ବହୁତ ମାରାତ୍ମକ ଅଟେ । ଯେଉଁଥିରେ ଗୋଟିଏ ସ୍ଥାନ ବଡ଼ୋଗ ରେଲୱେ ଷ୍ଟେସନ ପାଖରେ ସ୍ଥିତ ଟନଲ ନମ୍ବର ୩୩  ଅଟେ । ଏହି ଟନଲ ବିଷୟରେ ଏମିତି କୁହାଯାଏ କି ଏହି ଜାଗାରେ ଭୁତର ଛାୟା ଅଛି । କଣ ଅଟେ ଏହାର ପୁରା କାହାଣୀ, ଆସନ୍ତୁ ଜାଣିବା ।

ଯେତେବେଳେ ୧୮୯୮ରେ ବ୍ରିଟିଶ ଶିମଲାରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଚାହିଁଲେ ତେବେ ଏଥିପାଇଁ ସେମାନେ ଶିମଲାର ବିକାଶ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଲେ । ଏହି ବିକାଶ ଯୋଜନାରେ କାଲକା-ଶିମଲା ରେଲୱେ ଲାଇନ ବି ଥିଲା । ଯାହାକୁ ପରସ୍ପର ସହିତ ଯୋଡିବାର ଥିଲା । କିନ୍ତୁ ଏହି ଲାଇନକୁ ବିଛାଇବା ମଧ୍ୟରେ ଏକ ପାହାଡ ଆସୁଥିଲା । ଯାହାକୁ ଭାଙ୍ଗି ଓ ପାହାଡ ମଝିରେ ରେଳ ଲାଇନ ବିଛାଇବାର ଦାୟିତ୍ଵ ବ୍ରିଟିଶ ଇଞ୍ଜିନିୟର କର୍ନଲ ବଡ଼ୋଗକୁ ଦିଆଗଲା ।

ଏହା ପରେ କର୍ନଲ ବଡ଼ୋଗ ପାହାଡର ଦୁଇ ଦିଗରେ ଶ୍ରମିକମାନଙ୍କୁ ଖୋଳିବା କାମରେ ଲଗାଇ ଦେଲେ । କହିବାକୁ ଗଲେ ସେହି ସମୟରେ ପାହାଡକୁ ଭାଙ୍ଗିବା ପାଇଁ ଏସିଟଲିନ ଗ୍ୟାସର ବ୍ୟବହାର କରାଯାଉଥିଲା । କିନ୍ତୁ କର୍ନଲ ବଡ଼ୋଗ ଏସିଟଲିନ ଗ୍ୟାସର ବ୍ୟବହାର କରିଲେ ନାହିଁ । ପାହାଡକୁ ଭାଙ୍ଗିବା ମଧ୍ୟରେ ଶ୍ରମିକମାନେ ରାସ୍ତା ହଜିଗଲେ । ଦୁଇ ଦିଗର ଶ୍ରମିକମାନେ ପରସ୍ପର ସହିତ ମିଶି ପାରିଲେ ନାହିଁ । ଯାହା ଦ୍ଵାରା ବ୍ରିଟିଶ ସରକାରଙ୍କ ଏହି ପ୍ରୋଜେକ୍ଟରେ ବହୁତ ଟଙ୍କା ବର୍ବାଦ ହୋଇଗଲା ।

ଏହା ପରେ ବ୍ରିଟିଶ ସରକାର କେବଳ କର୍ନଲ ବଡ଼ୋଗଙ୍କ ଠାରୁ କାମ ଛଡାଇ ନେଲେ ନାହିଁ ଏହା ସହିତ ତାଙ୍କ ଉପରେ ଜୁର୍ମାନା ବି ଲଗାଇଲେ । ଏହି ଅପମାନକୁ କର୍ନଲ ବଡ଼ୋଗ ସହି ପାରିଲେ ନାହିଁ ଓ ସେହି ସୁଡଙ୍ଗ ମଧ୍ୟରେ ଆତ୍ମହତ୍ୟା କରିନେଲେ । ଯାହାକୁ ଆଜି ଟନଲ ନମ୍ବର ୩୩ ନାମରେ ଜଣା ଯାଇଥାଏ । ଏହା ପରେ ବ୍ରିଟିଶ ସରକାର ପୁଣି ଥରେ ସେହି ଜାଗାରେ ୧୯୦୦ ମସିହାରେ ପାହାଡକୁ ଖୋଳିବାର କାମ ଆରମ୍ଭ କଲେ । ଏଥର ତାଙ୍କୁ ସଫଳତା ମିଳିଲା ଓ ୧୯୦୩ରେ ଶିମଲାରୁ କାଲକାକୁ ଯୋଡୁଥିବା ରେଲ ଲାଇନ ତିଆରି ହୋଇଗଲା ।

ବ୍ରିଟିଶ ସରାକରଙ୍କୁ ସଫଳତା ମିଳିଗଲା ଓ ଏହା ମଧ୍ୟରେ କର୍ନଲ ବଡ଼ୋଗଙ୍କ ଆତ୍ମହତ୍ୟା କଥାକୁ ସମସ୍ତେ ଭୁଲିଗଲେ । କିନ୍ତୁ କିଛି ଦିନ ପରେ କର୍ନଲ ବଡ଼ୋଗଙ୍କ ଆତ୍ମା ସାଧାରଣ ଲୋକଙ୍କୁ ଭୟଭୀତ କରାଇଲା । ଏହା ପରେ ସେଠିକାର ଲୋକମାନେ ଏହି ଟନଲରେ ଏକ ଲୁହା କବାଟ ଦେଇ ସେଥିରେ ତାଲା ଲଗାଇ ସେହି ଟନଲକୁ ବନ୍ଦ କରିଦେଲେ । କିନ୍ତୁ ଆସନ୍ତା ଦିନ ସେହି ସ୍ଥାନରେ ତାଲା ଭାଙ୍ଗି ପଡିଥିଲା । ଏହା ପରେ ସେହି ଟନଲର କବାଟରେ ତାଲା ଲଗାଗଲା ନାହିଁ ଓ ଅନ୍ୟ ପଟେ ନୂଆ ଟନଲର ନାମ କର୍ନଲ ବଡ଼ୋଗଙ୍କ ନାମରେ ହିଁ ରଖାଗଲା ।