କଣ ଆପଣଙ୍କର ବି ବ୍ୟାଙ୍କ ରେ ଅଛି ସେଭିଙ୍ଗ ଆକାଉଣ୍ଟ, ତେବେ ଉଠାଇପାରିବେ ଏହି ୫ଟି ବଡ ଫାଇଦା, ଜାଣନ୍ତୁ

ବର୍ତ୍ତମାନର ସମୟରେ ଅଧିକାଂଶ ଲୋକଙ୍କର ବ୍ୟାଙ୍କରେ ସେଭିଙ୍ଗ ଆକାଉଣ୍ଟ ଅଛି । ହେଲେ ଏହି ସେଭିଙ୍ଗ ଆକାଉଣ୍ଟ ଦ୍ଵାରା ବହୁତ ଏମିତି ଫାଇଦା ଉଠାଇ ହେବ, ଯାହା ଅଧିକାଂଶ ଲୋକମାନେ ଜାଣି ନାହାନ୍ତି । ଯେବେ ଆପଣ ସେଭିଙ୍ଗ ଆକାଉଣ୍ଟକୁ ଓପନ କରନ୍ତି ସେତେବେଳେ ଏହା ଆପଣଙ୍କ ନିବେଶ ଓ ସଞ୍ଚୟ ଆରମ୍ଭ କହିଥାଏ । ଏହା ଆପଣଙ୍କ ସୁରକ୍ଷିତ ଭବିଷ୍ୟତ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଆଜି ଆମେ ଆପଣଙ୍କୁ ସେଭିଙ୍ଗ ଆକାଉଣ୍ଟ ଦ୍ଵାରା ମିଳୁଥିବା ୫ ଟି ବଡ ଫାଇଦା ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଏହି ଫାଇଦା ଗୁଡିକ ବିଷୟରେ ।

୧. ଇନଭେସ୍ଟମେଣ୍ଟ ପାଇଁ ସେଭିଙ୍ଗ ଆକାଉଣ୍ଟ

ଆପଣ ସେଭିଙ୍ଗ ଆକାଉଣ୍ଟକୁ ଇନଭେସ୍ଟମେଣ୍ଟ ପାଇଁ ବ୍ୟବହାର କରିପାରିବେ । ସେଭିଙ୍ଗ ଆକାଉଣ୍ଟ ଦ୍ଵାରା ଆପଣ ଟ୍ରେଣ୍ଡିଂ ବା ଡିମେଟ ଆକାଉଣ୍ଟକୁ ନିଜର କରିପାରିବେ । ଟ୍ରେଣ୍ଡିଂ ବା ଡିମେଟ ଆକାଉଣ୍ଟରେ ଆପଣ ଟଙ୍କା ଇନଭେସ୍ଟ କରି ଅଧିକ ଟଙ୍କା ଅର୍ଜନ କରିପାରିବେ । ଏହା ସହିତ ସେଭିଙ୍ଗ ଆକାଉଣ୍ଟରେ ନେଟ ବ୍ୟାଙ୍କିଙ୍କ ସେବା ଦ୍ଵାରା ପିପିଏଫ, ଏଫଡି ଓ ଇନସୁରାନ୍ସରେ ମଧ୍ୟ ଆପଣ ଟଙ୍କା ଇନଭେସ୍ଟ କରିପାରିବେ ।

୨. ବିଲ ଭରିବା ପାଇଁ

ସେଭିଙ୍ଗ ଆକାଉଣ୍ଟ ଦ୍ଵାରା ବିଲ ମଧ୍ୟ ଭରାଯାଇ ପାରିବ । ଏହା ମାଧ୍ୟମରେ ବିଜୁଳି-ପାଣି ବିଲ, ଟ୍ୟାକ୍ସ ର ପେମେଣ୍ଟ, ଲୋନ ର ଇଏମଆଇ ଓ ଇନ୍ସୁରାନ୍ସର ପ୍ରିମିୟମ ବହୁତ ସହଜରେ ଦିଆଯାଇପରିବ । ଯଦି ଆପଣଙ୍କ ସେଭିଙ୍ଗ ଆକାଉଣ୍ଟରେ ଇଣ୍ଟର୍ନେଟ ବ୍ୟାଙ୍କିଙ୍ଗ ଅଛି ତେବେ ଆପଣ ବିଲ ଗୁଡିକୁ ଅଟୋ ମୋଡ ରେ ମଧ୍ୟ ଦେଇ ପାରିବେ ।

୩. ଆଇଟିଆର ଫାଇଲିଙ୍ଗ ପାଇଁ

ସେଭିଙ୍ଗ ଆକାଉଣ୍ଟର ବ୍ୟବହାର ଆଇଟିଆର ଫାଇଲିଙ୍ଗ ପାଇଁ ମଧ୍ୟ ହୋଇପାରିବ । ଏହା ଏଥିପାଇଁ କାରଣ ବ୍ୟକ୍ତିର ସେଭିଙ୍ଗ ଆକାଉଣ୍ଟର ଷ୍ଟେଟମେଣ୍ଟକୁ ଦେଖି ଜଣା ପଡିଥାଏ କି ବ୍ୟକ୍ତି କେତେ ଟଙ୍କା ଖର୍ଚ୍ଚ କରିଛି ଓ ବର୍ତ୍ତମାନ ତାପାଖରେ କେତେ ଟଙ୍କା ଅଛି । ଏହି ସବୁ ଡାଟା ଦେଖି ଆଇଟିଆର ଫାଇଲିଙ୍ଗରେ ସହାୟତା ମିଳିଥାଏ ।

୪. ସ୍କିମ ର ଫାଇଦା

ସେଭିଙ୍ଗ ଆକାଉଣ୍ଟରେ ବ୍ୟାଙ୍କ ଦ୍ଵାରା ସମୟ ସମୟରେ ବହୁତ ସ୍କିମ ଦିଆ ଯାଇଥାଏ । ଏଥିରୁ ବହୁତ ସ୍କିମ ବାସ୍ତବରେ ଲାଭଦାୟକ ହୋଇଥାଏ । ଆପଣ ନିଜର ଆବଶ୍ୟକତା ସ୍ଥଳେ ଏହି ସବୁ ସ୍କିମର ଫାଇଦା ଉଠାଇପାରିବେ ।

୫. ଲୋନ ନେବା ପାଇଁ ସହାୟକ

ସେଭିଙ୍ଗ ଆକାଉଣ୍ଟ ଜରିଆରେ ପର୍ଶନାଲ ଲୋନ, ହୋମ ଲୋନ ଓ ଭେଇକିଲ ଲୋନ ନିଆଯାଇପାରିବ । ହେଲେ ଏକ କଥାର ଧ୍ୟାନ ରଖିବାକୁ ହେବ କି ଆପଣଙ୍କ ଆକାଉଣ୍ଟ ମେଣ୍ଟେନ ହୋଇଥିବା ଆବଶ୍ୟକ ଅଟେ । କାରଣ ଲୋନ ନେବା ପୂର୍ବରୁ ଓ ଲୋନ ଦେବା ପୂର୍ବରୁ ବ୍ୟାଙ୍କ ଆପଣଙ୍କର ବ୍ୟାଙ୍କ ଷ୍ଟେଟମେଣ୍ଟ ମାଗିଥାଏ ।