4000 ଟଙ୍କା ପ୍ରତି ଲିଟରର କଳା ପାଣି ପିଅନ୍ତି Virat Kohli, ଜାଣନ୍ତୁ କ’ଣ ରହିଛି ଏହି ପାଣିର ବିଶେଷତ୍ଵ

ଆମ ଶରୀର ପାଣି ଜଳ ଅତ୍ୟନ୍ତ ଆବଶ୍ୟକ ଅଟେ । ଏହା ବିନା ଆମେ ଜୀବନର କଳ୍ପନା ମଧ୍ୟ କରି ପାରିବା ନାହିଁ । ଗୋଟେ ଜମାନାରେ ପାଣିର କୌଣସି ମୂଲ୍ୟ ନଥିଲା ଅର୍ଥାତ ମାଗଣାରେ ମିଳି ଯାଉଥିଲା । କିନ୍ତୁ ଏବେ ବୋତାଳରେ ପିଇବା ପଣି ମିଳୁଛି ଯାହା ୨୦/- ରୁ ୩୦/- ଟଙ୍କା ପ୍ରତି ଲିଟରେ ବିକ୍ରି ହେଉଛି । ଆଉ ଏଥିରେ ମଧ୍ୟ ଅନେକ ପ୍ରକାର ଭେରାଇଟି ସବୁ ଆସୁଛି । ସେଥିମଧ୍ୟରୁ ଗୋଟିଏ ‘ବ୍ଲାକ ୱାଟର’ ଆଜିକାଲି ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି ।

ବ୍ଲାକ ୱାଟର ନାଁ ଆପଣ ବି ଶୁଣିଥିବେ । ଏହାକୁ ଭାରତୀୟ କ୍ରିକେଟ ଟିମ ର ଅଧିନାୟକ ବିରାଟ କୋହଲିଙ୍କ ଠାରୁ ନେଇ ଅନେକ ବଲିଉଡ ତାରକା ପିଉଛନ୍ତି । କିନ୍ତୁ ଏହି ବ୍ଲକ ୱାଟର ର ମୂଲ୍ୟ ଆପଣଙ୍କ କଳ୍ପନା ଠାରୁ ମଧ୍ୟ ଖୁବ ଅଧିକ ଅଟେ । ଏହାକୁ ଜଣେ ସାଧାରଣ ମଣିଷ ଆଫୋର୍ଡ କରି ପାରିବ ନାହିଁ । ତେବେ ଚାଲନ୍ତୁ ଜାଣିବା ଏହି ବ୍ଲାକ ୱାଟର ର କଣ ବିଶେଷତ୍ଵ ରହିଛି ଯେ ଏହା ଏତେ ମହଙ୍ଗା ଆଉ ସେଲିବ୍ରିଟି ମାନେ ଏହାକୁ ହିଁ କଣ ପାଇଁ ପିଇବାକୁ ପସନ୍ଦ କରୁଛନ୍ତି ।

ବ୍ଲାକ ୱାଟର ଶରୀର ପାଇଁ ଖୁବ ଲାଭଦାୟକ ଅଟେ । ଖାସ କରି ଯେଉଁମାନେ ଜିମ୍ ରେ ଘଣ୍ଟା ଘଣ୍ଟା ଧରି ଝାଳ ବୁହାଉଛନ୍ତି ସେମାନଙ୍କ ପାଇଁ ଏହା କୌଣସି ଅମୃତ ଠାରୁ କିଛି କମ୍ ନୁହେଁ । ଏହା ଯୋଗୁଁ ଆପଣଙ୍କୁ କେବେ ମଧ୍ୟ ଏସିଡିଟି ସମସ୍ଯା ହେବ ନାହିଁ । ଏହି ବ୍ଲାକ ୱାଟରର pH ଲେବଲ ୭.୫ ରୁ ମଧ୍ୟ ଅଧିକ ହୋଇଥାଏ । ଏହାକୁ ପାନ କରିବା ଦ୍ଵାରା ଶରୀର ଔଷଧ ଉପରେ କମ୍ ନିର୍ଭରଶୀଳ ହୋଇଥାଏ । ଏଥିପାଇଁ ବଡ ବଡ ଖେଳାଳି ଏବଂ ସେଲିବ୍ରିଟି ମାନଙ୍କର ଏହା ପ୍ରଥମ ପସନ୍ଦ ଅଟେ ।

ଡାକ୍ତର ଏବଂ ହେଲଥ ଏକ୍ସପର୍ଟ ମଧ୍ୟ ଏହାକୁ ଖୁବ ଭଲ ବୋଲି ମାନନ୍ତି । ସେମାନଙ୍କ ମତରେ ବ୍ଲାକ ୱାଟର ଏକ ଖାସ ପ୍ରକାରର ପାଣି ଅଟେ ଯାହା ମଧ୍ୟରେ ଫ୍ୟୁଲବିକ ଏସିଡ ରହିଥାଏ । ଏହାକୁ ଫ୍ୟୁଲବିକ ଡ୍ରିଙ୍କ ବା ସ୍ପୋର୍ଟ୍ସ ଡ୍ରିଙ୍କ ରୂପେ ମଧ୍ୟ ପାନ କରାଯାଇ ପାରିବ । ଆମେ ଯେଉଁ ସାଧାରଣ ପାଣି ପିଉଛୁ ତାର pH ଲେବଲ ୬.୫ ରୁ ୭.୫ ମଧ୍ୟରେ ରହିଥାଏ ଓ ଏହା ପାଣିପାଗ ଉପରେ ମଧ୍ୟ ନିର୍ଭର କରିଥାଏ । ଏହା ବ୍ଯତୀତ ପାଣି କେଉଁଠାରୁ ଆସୁଛି ଏବଂ ଏହାର ବ୍ୟାକ୍ଟେରିଆ ମାରିବା ପାଇଁ କେଉଁ ଫିଲ୍ଟର ଟେକନିକ ବ୍ୟବହାର କରାଯାଉଛି ଏହି ସମସ୍ତ ବିଷୟ ଉପରେ ପାଣିର ପିଏଚ ଲେବଲ ନିର୍ଭର କରେ ।

ଏହାର ବିପରୀତ ବ୍ଲାକ ୱାଟର ଆୟୋନାଇଜ୍ଡ ଅଟେ । ଏହା ସବୁଠୁ ଶୁଦ୍ଧ ରୂପରେ ମିଳିଥାଏ । ତେବେ ଏତେ ଗୁଣ ଥିବା ଏହି ବ୍ଲାକ ୱାଟରର ମୂଲ୍ୟକୁ ଆପଣଙ୍କ ମନରେ ମଧ୍ୟ ପ୍ରଶ୍ନ ଉଠୁଥିବ । ଆପଣଙ୍କୁ ଜଣାଇ ଦେଉଛୁ କି, ବିରାଟ କୋହଲି ଯେଉଁ ବ୍ଲାକ ୱାଟର ପିଅନ୍ତି ତାର ମୂଲ୍ୟ ଲିଟର ପ୍ରତି ୪୦୦୦/- ଟଙ୍କା ଅଟେ । କିଛି ଇ-କମର୍ଷ ସାଇଟରେ ବ୍ଲାକ ୱାଟର ର ଅଧା ଲିଟର ବୋତଲ ୯୦/- ଟଙ୍କାରେ ମଧ୍ୟ ବିକ୍ରି ହେଉଛି । ଏହାର ମଧ୍ୟ ଅଲଗା ଅଲଗା ବ୍ରାଣ୍ଡ ରହିଛି । ସେହି ହିସାବରେ ଏହାର ମୂଲ୍ୟ କମ ବେଶୀ ହୋଇଥାଏ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।