Ramayan Katha:- ରାବଣ ମୃତ୍ୟୁ ପୂର୍ବରୁ କହି ଯାଇଥିଲା ଜୀବନର 3 ଟି ଅମୂଲ୍ୟ କଥା, ଯାହା ଆପଣଙ୍କର ଜାଣିବା ଅତ୍ୟନ୍ତ ଜରୁରୀ

ଲଙ୍କାଧିପତି ରାବଣ ସୀତା ମାତାଙ୍କୁ ଅପହରଣ କରି ପ୍ରଭୁ ଶ୍ରୀରାମଙ୍କ ହାତରେ ମରିଥିଲା । କିନ୍ତୁ ତୁମେ କଣ ଜାଣିଛ ରାବଣ ଯେତେବେଳେ ମୃତ୍ୟୁଶଯ୍ୟାରେ ପଡିଥିଲା ସେତେବେଳେ ଶ୍ରୀରାମ ତାଙ୍କ ସାନ ଭାଇ ଲକ୍ଷ୍ମଣଙ୍କୁ ରାବଣ ଠାରୁ ଜୀବନର କିଛି ସେଇଖା ନେବାକୁ କହିଥିଲେ । କିନ୍ତୁ ଲକ୍ଷ୍ମଣ ଭାବିଲେ କି ଦୁରାଚାରୀ ଓ ମୃତ୍ୟୁମୁଖରେ ଥିବା ରାବଣ ଠାରୁ ବା ସେ କଣ ଶିକ୍ଷା କରିବେ । ତଥାପି ଅଗ୍ରଜ ରାମଙ୍କ କଥା ମାନି ସେ ରାବଣ ପାଖକୁ ଯାଇ ଜୀବନର କିଛି ଶିକ୍ଷା ଦେବାକୁ କହିଥିଲେ ।

ଲକ୍ଷ୍ମଣଙ୍କ କଥା ଶୁଣି ରାବଣ ନିରୁତ୍ତର ରହିବାରୁ ଲକ୍ଷଣ ଫେରି ଆସି ରାମଙ୍କୁ ଏହା କହିଥିଲେ । କିନ୍ତୁ ରାମ ତାଙ୍କୁ କହିଥିଲେ ଗୁରୁଙ୍କ ମୁଣ୍ଡ ଆଡେ ନୁହେଁ ବରଂ ତାଙ୍କ ଚରଣରେ ଠିଆ ନେଇ ଶିକ୍ଷା ନେବା ଉଚିତ । ତେଣୁ ରାମଙ୍କ କଥା ମାନି ଲକ୍ଷ୍ମଣ ରାବଣର ଚରଣ ପାଖେ ଠିଆ ହୋଇ ସମ୍ମାନପୂର୍ବକ ତାକୁ ଜୀବନର କିଛି ଶିକ୍ଷା ଦେବାକୁ କହିଥିଲେ । ଏହା ଶୁଣି ରାବଣ କହିଲା ଶିକ୍ଷା ତ ନିଶ୍ଚୟ ଦେବି କିନ୍ତୁ ତା’ ପୂର୍ବରୁ ମୋର ଗୋଟିଏ ପ୍ରଶ୍ନର ଉତ୍ତର ଦିଅ ।

“ହେ ଲକ୍ଷ୍ମଣ ମୁଁ ଲଙ୍କାଧିପତି ରାବଣ ତ୍ରିଲୋକ ବିଜେତା ହୋଇ ତୁମ ପରି ସାଧାରଣ ଦୁଇଜଣ ବନବାସୀଙ୍କ ଠାରୁ ହାରିଲି କଣ ପାଇଁ ? ଲକ୍ଷ୍ମଣଙ୍କୁ ଚୁପ୍ ରହିବା ଦେଖି ରାବଣ କହିଲା, ଏହାର କାରଣ ହେଉଛି ଚରିତ୍ର । ମୁଁ ସୀତାଙ୍କ ପରି ପବିତ୍ର ମହିଳାଙ୍କୁ ଅପହରଣ କରି ମୋର ଖରାପ ଚରିତ୍ରର ପରିଚୟ ଦେଲି । ତେଣୁ ଆଜି ଏହି ଅବସ୍ଥାରେ ପଡିଲି । ଛାଡ ଏବେ ମୁଁ ତୁମକୁ ଜୀବନର ତିନୋଟି ଗୁରୁତ୍ଵପୂର୍ଣ୍ଣ ଶିକ୍ଷା ଦେଉଛି ।

ପ୍ରଥମଟି ହେଉଛି ଶୁଭ କାର୍ଯ୍ୟରେ କେବେବି ବିଳମ୍ବ କରିବା ଉଚିତ ନୁହେଁ ଏବଂ ଅଶୁଭ କାର୍ଯ୍ୟକୁ ଟାଳି ଚାଲିବା ଉଚିତ । ଯେତେବେଳେ ମୁଁ ମୋ ଭଉଣୀ ସୁପର୍ନଖାର କଥା ଶୁଣିଲି ମୁଁ ବୁଝି ଯାଇଥିଲି କି ପ୍ରଭୁ ଶ୍ରୀରାମ ମୋତେ ମୁକ୍ତି ଦେବା ପାଇଁ ଧରାପୃଷ୍ଠକୁ ଆସିଛନ୍ତି । ମାତ୍ର ତାଙ୍କ ଦର୍ଶନ ଭଳି ଶୁଭ କାର୍ଯ୍ୟକୁ ମୁଁ ଟାଳି ଟାଳି ବିଳମ୍ବ କରିଦେଲି ଏବଂ ସୀତା ମାତାଙ୍କ ଅପହରଣ ପରି ଅଶୁଭ କାର୍ଯ୍ୟକୁ ଶୀଘ୍ର କରିଲି । ସେଥିପାଇଁ ମୁଁ ଆଜି ଏହି ଅବସ୍ଥା ଭୋଗୁଛି ।

ଦ୍ବିତୀୟଟି ହେଉଛି ନିଜ ଶତ୍ରୁଙ୍କୁ କେବେବି ଛୋଟ ଭାବିବା ଉଚିତ ନୁହେଁ । ଯେତେବେଳେ ମୋ ତପସ୍ୟାରେ ସନ୍ତୁଷ୍ଟ ହୋଇ ଭଗବାନ ବ୍ରହ୍ମା ମୋତେ ବର ଦେଲେ ସେତେବେଳେ ମୁଁ ମାଙ୍କଡ ଓ ମଣିଷଙ୍କୁ ଛାଡି ଅନ୍ୟ ସମସ୍ତଙ୍କ ଉପରେ ବିଜୟ ଲାଭର ବର ମାଗିଲି । ଅହଙ୍କାରର ବଶବର୍ତ୍ତୀ ହୋଇ ଯେଉଁ ମନୁଷ୍ୟକୁ ମୁଁ ଛୋଟ ଭାବିଲି ଆଜି ତା’ ପାଖେ ହାରିଗଲି ।

ତୃତୀୟଟି ହେଉଛି ଭୁଲରେ ବି କାହାକୁ ନିଜର ଦୁର୍ବଳତା ବା ଗୁପ୍ତ କଥା କହିବ ନାହିଁ । ମୋ ତପସ୍ୟାରେ ମୁଗ୍ଧ ହୋଇ ଯେତେବେଳେ ବ୍ରହ୍ମାଙ୍କ ଆଦେଶରେ ଯମରାଜ ମୋତେ ଅମୃତ ଦେଲେ ଓ ମୋତେ କହିଲେ ଏହା ଯେପର୍ଯ୍ୟନ୍ତ ମୋ ନାଭିରେ ଅଛି ମୋତେ କେହିବି ମାରିପାରିବ ନାହିଁ । କିନ୍ତୁ ମୁଁ ଭାତୃ ପ୍ରେମରେ ଅନ୍ଧ ହୋଇ ଦିନେ ବିଭୀଷଣଙ୍କୁ ଏହି କଥା କହିଦେଲି । ଆଉ ଏବେ ମୋ ଅବସ୍ଥା ଦେଖ । ତେଣୁ କେବେବି ନିଜର ରହସ୍ୟ କାହା ଆଗରେ କହିବ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।