ଏଠାରେ ପଥର ମାନେ ବି ଚାଲନ୍ତି, ବୈଜ୍ଞାନିକ ମାନେ ମଧ୍ୟ ଆଜି ପର୍ଯ୍ୟନ୍ତ ଖୋଜି ପାଉ ନାହାନ୍ତି ଏହି ଉପତ୍ୟକାର ପ୍ରକୃତ ରହସ୍ୟ

ଆମ ଦୁନିଆକୁ ବିଜ୍ଞାନ ଅନେକ ଅବଦାନ ଦେଇଛି, ଯାହାଫଳରେ ଆମେ ଅନେକ ରହସ୍ୟକୁ ବୁଝିପାରିଛୁ । କିନ୍ତୁ ଆଜି ବି ଆମ ଦୁନିଆରେ ଏପରି କିଛି ରହସ୍ୟ ରହିଛି ଯାହା ବିଷୟରେ ବୈଜ୍ଞାନିକ ମାନେ ମଧ୍ୟ ଅନୁସନ୍ଧାନ କରି ପାରିନାହାନ୍ତି । କିଛି ଘଟଣା ଏମିତି ସାମ୍ନାକୁ ଆସେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦିଏ । ଆମେ ଆପଣଙ୍କୁ ଡେଥ ଭ୍ୟାଲି ବିଷୟରେ କହିବୁ ଯେଉଁଠି ପଥର ମାନେ ବି ଚାଲନ୍ତି ବୋଲି କୁହାଯାଏ । ତେବେ ଏହାକୁ ନେଇ କାହିଁକି ଚର୍ଚ୍ଚା ହୁଏ ଚାଲନ୍ତୁ ଜାଣିବା ।

ଆମେରିକାର କାଲିଫର୍ଣ୍ଣିଆରେ ରହିଛି ଏହି ଉପତ୍ୟକାର ରହସ୍ୟ । ଯେଉଁଠି ପଥର ଆପେ ଆପେ ଚାଲି ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଇପାରେ ବୋଲି ଚର୍ଚ୍ଚା ହୁଏ । ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହାର ଅନେକ ପ୍ରମାଣ ରହିଛି । ଏହା ଭୂତତ୍ତ୍ଵ ବିଜ୍ଞାନୀ ମାନଙ୍କୁ ମଧ୍ୟ ଚିନ୍ତାରେ ପକାଇଦିଏ, କାରଣ ପଥର ଗୋରିଆ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଆପେ ଆପେ ଘୋଷାଡ଼ି ହୋଇଯିବା ଏକ ଅସମ୍ଭବ କଥା । କିନ୍ତୁ ଏଠାରେ ପଥ ଗୁଡିକ ନିଜ ନିଜ ହିସାବରେ ଜୁଆଡେ ବି ଯାଇଛନ୍ତି ତା’ର ଚିହ୍ନ ଛାଡି ଯାଇଛନ୍ତି ।

ମରୁଭୂମିରେ ଗାଡିଟିଏଗଲେ ଯେମିତି ତା’ ଚକାର ଚିହ୍ନ ରାହିଜାଏ ଠିକ ସେମିତି । ଛୋଟ ପଥର ବା ଗୋଡି ହୁଏତ ପବନରେ ଘୁଞ୍ଚି ଯାଇପାରେ । କିନ୍ତୁ ୩୨୦କିଗ୍ରାର ପଥର ମଧ୍ୟ ଏଠାରେ ହଲିଯାଉଛି । ଏଠାରେ ପଥର ଗୁଡିକ କାହିଁକି ଆପେ ଆପେ ଚାଲୁଛନ୍ତି ଏହାକୁ ଅନେକ ଏବେ ପର୍ଯ୍ୟନ୍ତ ଅନେକ ଗବେଷଣା ମଧ୍ୟ କରାଯାଇଛି । କିନ୍ତୁ ଏହି କଥା ଆଜି ବି ବୈଜ୍ଞାନିକଙ୍କ ପାଇଁ ଏକ ରହସ୍ୟ ହୋଇ ରହିଛି ।

କାଲିଫର୍ଣ୍ଣିଆର ଦକ୍ଷିଣ-ପୂର୍ବରେ ଥିବା ନେବାଦା ରାଜ୍ୟରେ ରହିଛି ଏହି ଉପତ୍ୟକା, ଯାହା ୨୨୫କିମି ପରିମିତ ଅଞ୍ଚଳରେ ବ୍ୟାପିରହିଛି । ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଏଠାରେ ପଥର ଚାଲିବାର ଆଜି ଯାଏଁ କେହିବି ଦେଖି ନାହାନ୍ତି । କିନ୍ତୁ ଏଠାରେ ଆଜି ଯାଏଁ ବି ପଥରର ସ୍ଥାନ ପରିବର୍ତ୍ତନ ହେଉଛି । ୧୯୭୨ରେ ଏହି ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ଏକ ବୈଜ୍ଞାନିକ ଟିମ୍ ଏହି ସ୍ଥାନକୁ ଯାଇଥିଲା । ସାତ ବର୍ଷ ସେଠାରେ ପଥ ଗୁଡିକ ଉପରେ ଗବେଷଣା କରିଥିଲେ ।

ବିଶେଷ କରି ୩୧୭କିଗ୍ରା ବିଶିଷ୍ଟ ଏକ ପଥର ଉପରେ ବିଶେଷ ଅଧ୍ୟୟନ କରା ଯାଇଥିଲା । ସେହି ପଥରକୁ ଚିହ୍ନିବା ପାଇଁ ସେଥିରେ କେଏଲ ଲେଖା ଯାଇଥିଲା । କିନ୍ତୁ ଅନେକ ଦିନ ଧରି ସେହି ପଥରଟି ହଲି ନଥିଲା । କିଛି ବର୍ଷ ପରେ ବୈଜ୍ଞାନିକ ମାନେ ସେହି ପଥରର ଅନୁସନ୍ଧାନ କରିବାକୁ ଆସିଲେ ଏହା ନିଜ ପୁରୁଣା ସ୍ଥାନରୁ ଗୋଟିଏ କିଲୋମିଟର ଦୂରରେ ରହିଥିଲା ।

ଯାହା ବୈଜ୍ଞାନିକ ମାନଙ୍କୁ ଅତ୍ୟନ୍ତ ଆଶ୍ଚର୍ଯ୍ୟ କରି ଦେଇଥିଲା । କିଛି ବୈଜ୍ଞାନିକମାନେ କୁହନ୍ତି କି, ୯୦କିମି ବେଗରେ ପବନ ବୋହିବା, ରାତିରେ ବରଫ ପଡିବା ଓ ଓଦା ମାଟିର ସମ୍ମିଶ୍ରଣ ଏହି ପଥରକୁ ଗୋଟିଏ ଜାଗରୁ ଅନ୍ୟ ଜାଗାକୁ ନିଏ । ସ୍ପେନର ଏକ ୟୁନିଭରସିଟିର ଟିମ୍ ଡେଥ ଭ୍ୟାଲିର ମାଟିରେ ଥିବା ଏକ ଭିନ୍ନ ମାଇକ୍ରୋୟୁବସକୁ ପାଇଥିଲେ । ଯାହା ପଥର ତଳେ ରହି ଏକ ପ୍ରକାର ତେଲିଆ ଅଂଶ ଓ ଭିନ୍ନ ଗ୍ଯାସ ସୃଷ୍ଟି କରେ ।

ଯେଉଁଥି ପାଇଁ ପଥରଟି ମାଟିକୁ ଜାବୁଡି ରଖିପାରେ ନାହିଁ ଓ ସାମାନ୍ଯ ପବନରେ ବି ନିଜ ସ୍ଥାନ ଛାଡି ଘୁଞ୍ଚିଯାଏ । କିନ୍ତୁ ଏହି ତଥ୍ୟକୁ ମଧ୍ୟ ଏକଦମ ସଠିକ ବୋଲି ମାନି ନିଆ ଯାଇନାହିଁ । ଏହି ଆଶ୍ଚର୍ଯ୍ୟ ଓ ରହସ୍ୟପୂର୍ଣ୍ଣ ବିଷୟକୁ ଦେଖିବା ପାଇଁ ଦେଶ ବିଦେଶର ପର୍ଯ୍ୟଟକ ଏହି ସ୍ଥାନକୁ ବୁଲିବାକୁ ଆସନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।