ଦୁର୍ଘଟଣା ନୁହେଁ ସୁଚିନ୍ତିତ ହ-ତ୍ୟା ! ସରପଞ୍ଚଙ୍କ ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ, ଜଣଙ୍କ ପରେ ଜଣେ ସମସ୍ତଙ୍କୁ କରାଯାଉଛି ହ-ତ୍ୟା !

ସ୍ଵାମୀ ପୂର୍ବତନ ସରପଞ୍ଚ ଥିଲେ, ହେଲେ ତାଙ୍କୁ ହ-ତ୍ୟା କରି ଦିଆଗଲା । ତାଙ୍କ ଜାଗାରେ ସ୍ତ୍ରୀ ସରପଞ୍ଚ ହୋଇଥିଲେ । ଆଉ ଆଜି ତାଙ୍କୁ ବି ହ-ତ୍ୟା କରି ଦିଆଗଲା । ଏଭଳି କିଛି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ସରପଞ୍ଚ ଦୀପାରାଣୀ ବେହେରାଙ୍କ ମୃ-ତ୍ୟୁ ହେବା ପରେ ଚାରିଆଡେ ଦୁଃଖର ଛାୟା ଖେଳିଯାଇଛି । ମୁଣ୍ଡ ଉପରେ ଏକ ହାଇୱା ଚଢିଯିବା ଫଳରେ ଘଟଣାସ୍ଥଳରେ ହିଁ ଦୀପାଙ୍କ ଜୀବନ ଚାଲିଯାଇଛି । ଦୀପା ସବୁବେଳେ ହସଖୁସିରେ ଜୀବନ କାଟିବାକୁ ପସନ୍ଦ କରୁଥିଲେ, ହେଲେ ତାଙ୍କ ଉପରେ ହାଇୱା ଚଢିଗଲା ।

ଏବେ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି କି ଦୀପାଙ୍କୁ ସୁଚିନ୍ତିତ ଭାବେ ହ-ତ୍ୟା କରାଯାଇଛି ବୋଲି । ତାଙ୍କ ସ୍ଵାମୀ ଅଜୟ ବେହେରା 2018ରେ ବିରାମଚନ୍ଦ୍ରପୁରର ସରପଞ୍ଚ ଥିଲେ । ତାଙ୍କର ଖଣ୍ଡ ବି-ଖ-ଣ୍ଡି-ତ ମୃ-ତ-ଦେ-ହ ମିଳିଥିଲା । ଏହାପରେ 2019ରେ ଦିଅର, ଦେଢଶୁର ଏବଂ ଜଣେ ସମ୍ପର୍କୀୟ ଦିଅରଙ୍କୁ ମଧ୍ୟ ହ-ତ୍ୟା କରା ଯାଇଥିଲା । ଆଉ ଏବେ ସେହି ପରିବାରର ବୋହୂ ଯିଏକି ବର୍ତ୍ତମାନର ସରପଞ୍ଚ ଥିଲେ ସେ ମଧ୍ୟ ଚାଲିଗଲେ ।

କହିବାକୁ ଗଲେ ସରପଞ୍ଚ ପଦବୀ ପାଇଁ ଯେମିତି ପୁରା ପରିବାର ଜଣଙ୍କ ପରେ ଜଣଙ୍କୁ ହରେଇ ଚାଲିଛନ୍ତି । ଏମିତି ଗୋଟିଏ ପରେ ଗୋଟିଏ ଦୁ-ର୍ଘ-ଟ-ଣା-ରେ ପରିବାର ସତେ ଯେମିତି ଶେଷ ହେବାରେ ଲାଗିଛି । ନିମାପଡାର ଡେଲଟା ଛକ ନିକଟସ୍ଥ ନକ୍ଷତ୍ର କଲ୍ୟାଣ ମଣ୍ଡପ ସମୁଖରେ ଏଭଳି କିଛି ଘଟଣା ଘଟିଛି ଯାହା ସମସ୍ତଙ୍କୁ ବେଶ ଭୟଭୀତ କରୁଛି । ସରପଞ୍ଚ ବସିଥିବା ବୁଲେଟକୁ ଏକ ହାଇୱା ଧ-କ୍କା ଦେବା ପରେ ସେହିଠାରେ ହିଁ ତାଙ୍କର ମୃ-ତ୍ୟୁ ହୋଇଗଲା ।

ଯାହାକୁ ନେଇ ଉକ୍ତ ଅଞ୍ଚଳରେ ଘଣ୍ଟା ଘଣ୍ଟା ଧରି ଉତ୍ତେଜନା ଦେଖା ଦେଇଥିଲା । ଆଉ ତାଙ୍କ ପରିବାରକୁ ସଂପୂର୍ଣ୍ଣ ଭାବେ ଟାର୍ଗେଟ କରାଯାଇଛି ବୋଲି ସିଧା ଅଭିଯୋଗ ଆଣିଛନ୍ତି ଦୀପାଙ୍କ ପରିବାର । ଦୀପାରାଣୀ ବେହେରା ହେଉଛନ୍ତି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ବିରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ମହିଳା ସରପଞ୍ଚ । ସେ ଏକ ବିବାହ ଭୋଜିରେ ଯୋଗ ଦେବା ପାଇଁ ନିଜ ଭାଇଙ୍କ ସହ ବୁଲେଟ ଯୋଗେ ଆସୁଥିଲେ । ପଛପଟୁ ହାଇୱା ଧ-କ୍କା ଦେବା ପରେ ସେ ତଳେ ପଡି ଯାଇଥିଲେ ଓ ତା’ପରେ ତାଙ୍କ ମୁଣ୍ଡରେ ଚଢି ଯାଇଥିଲା ହାଇୱା ।

ତାଙ୍କ ଭାଇ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି ସିନା ହେଲେ ସରପଞ୍ଚଙ୍କ ମୃ-ତ୍ୟୁ ଘଟଣାସ୍ଥଳରେ ହୋଇଯାଇଛି । ତେବେ ସତରେ ଦୀପାଙ୍କୁ ହ-ତ୍ୟା କରାଯାଇଛି ନା ଏହା ଏକ ଦୁ-ର୍ଘ-ଟ-ଣା ତାହା କେବଳ ତଦନ୍ତ ହେବା ପରେ ଜଣାପଡିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।