ବିବାହ ମଝିରେ ବେଦିରେ ଶୋଇ ପଡିଲେ କନିଆଁ, ଆଉ ଏତିକି ବେଳେ ଯାହା ହେଲା ନା… କନ୍ୟାଙ୍କ ପ୍ରତିକ୍ରିୟା ଦେଖିଲେ ହସି ହସି ଗଡିବେ, ଦେଖନ୍ତୁ video

ବେଦି ଉପରେ ମନ୍ତ୍ର ପଢୁଥିଲେ ପୁରୋହିତ ହେଲେ ବିବାହ ଚାଲିଥିବା ବେଳେ କନ୍ୟା ଶୋଇପଡିଲେ । ଏଭଳି ଏକ ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସୋ-ସି-ଆ-ଲ ମି-ଡି-ଆ-ରେ ପ୍ରତିଦିନ ବିବାହ ବେଳର ଅନେକ ମଜାଦାର ଦୃଶ୍ୟର ଭିଡିଓ ସବୁ ଭାଇରାଲ ହୋଇଥାଏ ଓ ୟୁଜର୍ସ ମାନେ ଏହାକୁ ଦେଖିବା ବେଶ ପସନ୍ଦ କରିଥାନ୍ତି । ପ୍ରତ୍ଯେକ ପୁଅ ଓ ଝିଅଙ୍କ ପାଇଁ ବିବାହ ଦିନଟି ଅତ୍ୟନ୍ତ ଖାସ ହୋଇଥାଏ । ବିବାହକୁ ନେଇ ସମସ୍ତେ ଅନେକ ସ୍ଵପ୍ନ ଦେଖିଥାନ୍ତି ଓ ଯୋଜନା ମଧ୍ୟ କରିଥାନ୍ତି ।

ତେବେ ବିବାହ ଦିନ ପାଖେଇ ଆସିବା ସହ ଏତେ ପରିଶ୍ରମ ପଡିଯାଏ ଯେ ବିବାହ ବେଳକୁ ବର ଓ କନ୍ୟା ଉଭୟ ଥକି ଯାଆନ୍ତି । ତେବେ କନ୍ୟାଜଣକ ଥକି ଯାଇ ନିଜ ବିବାହରେ ଶୋଇ ପଡିବା ଭଳି ଏକ ମଜାଦାର ଘଟଣାର ଭିଡିଓ ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ଏକ ଇନଷ୍ଟାଗ୍ରାମ ପେଜ୍ ରେ ଅପଲୋଡ ହୋଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି କି ବିବାହ ରୀତିନୀତି ଅନୁଷ୍ଠିତ ହେଉଛି ।

ପୁରୋହିତ ମନ୍ତ୍ର ପଢୁଥିବା ବେଳେ କନ୍ୟାଜଣକ ବସି ବସି ଗାଳରେ ହାତ ଦେଇ ଶୋଇ ପଡିଛନ୍ତି । ଏହି ସମୟରେ ତାଙ୍କ ବର ତାଙ୍କୁ ଉଠେଇ ଦେଉଛନ୍ତି । ଆଉ କନ୍ୟାଜଣକ ହଠାତ ଉଠି ପଡି ଏମିତି ପ୍ରତିକ୍ରିୟା ଦେଲେ ଯେ ଏହି ଭିଡିଓଟିକୁ ଯିଏ ଦେଖୁଛି ସେ ହସୁଛି । ୟୁଜର୍ସ ମାନେ ଏହି ଭିଡିଓକୁ ଦେଖି ଖୁବ ଉପଭୋଗ କରିବା ସହ ବହୁଳ ମାତ୍ରାରେ ଲାଇକ ଓ ଶେୟାର ମଧ୍ୟ କରୁଛନ୍ତି ।

ଖାଲି ସେତିକି ନୁହେଁ ବରଂ କିଛି ୟୁଜର୍ସ ଏହି ଭିଡିଓରେ ବେଶ ମଜାଦାର କମେଣ୍ଟ ମଧ୍ୟ ଲେଖୁଛନ୍ତି । ଯାହା ପଢିଲେ ଆପଣ ଆହୁରି ହସି ହସି ଗଡିବେ । ଜଣେ ୟୁଜର୍ସ ଲେଖିଛନ୍ତି, ମ୍ୟାଡାମ ତୁମର ବିବାହ ହେଉଛି, ଶୋଇବା ସବୁଠୁ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ଦୁର୍ଭାଗ୍ୟବଶତଃ ସେ କଣ କରିବେ, ଶୁଭ ମହୁରତ ରାତି 2ଟାରୁ 3ଟା । ତେଣୁ ଏମିତି ହେବା ସ୍ଵାଭାବିକ ।

ଅନ୍ୟ ଜଣେ ଲେଖିଛନ୍ତି, ସକାଳ ବିବାହ ଏହିପରି । ଏଭଳି ଅନେକ ପ୍ରକାରର କମେଣ୍ଟ ଏହି ଭିଡିଓ ତଳେ ଲୋକେ କରୁଥିବା ବେଳେ ବର୍ତ୍ତମାନ ଯାଏଁ ଏହାକୁ ଲକ୍ଷ ଲକ୍ଷ ଲୋକ ଦେଖି ସାରିଲେଣି । ଆପଣ ଏହି ଭିଡିଓକୁ ଦେଖି କଣ କହିବାକୁ ଚାହୁଁଛନ୍ତି ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।