Sumedh Mudgalkar ଙ୍କ ଲାଇଫ ଷ୍ଟାଇଲ, ଘର, ଗାର୍ଲଫ୍ରେଣ୍ଡ, ତାଙ୍କ ପାଖରେ ରହିଛି ଏତେ କୋଟି ଟଙ୍କାର ସମ୍ପତ୍ତି

ସୁମେଧଙ୍କର ପର୍ଶନାଲ ବିବରଣୀ :  ସୁମେଧ ପ୍ରଫେସନରେ ଜଣେ ଭଲ ଡ୍ୟାନ୍ସର ଓ ଆକ୍ଟର ଅଟନ୍ତି । ତାଙ୍କ ଡାକ ନାମ “ସୁମା- ବିଟ କିଙ୍ଗ” ବୋଲି ସମସ୍ତେ ଜାଣନ୍ତି । ଷ୍ଟାର ଭରତ ଚ୍ଯାନେଲର “କ୍ରୀଷ୍ଣା ଇନ ରାଧା କୃଷ୍ଣ” ସିରିଏଲରେ ଜଣେ ପ୍ରସିଦ୍ଧ ଅଭିନେତା ଭାବେ ପରିଚିତ । ସେ ତାଙ୍କର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କ ହୃଦୟରେ ନିଜର ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି ।

ଜନ୍ମ ସ୍ଥାନ :  ୧୯୯୬ ମସିହା ନଭେମ୍ବର ୨ ତାରିଖରେ ସେ ଜନ୍ମ ଗ୍ରହଣ କରିଥିଲେ । ବର୍ତ୍ତମାନ ତାଙ୍କୁ ୨୩ ବର୍ଷ ଚାଲିଛି । ସେ ମହାରାଷ୍ଟ୍ରର ପୁନେରେ ଜନ୍ମ ନେଇଥିଲେ । ସେ ଜଣେ ଭାରତୀୟ ନାଗରିକ ଅଟନ୍ତି । ତାଙ୍କ ହାଇଟ ୫ଫୁଟ ୬ଇଞ୍ଚ ଓ ତାଙ୍କ ଓଜନ ୬୫ କିଲୋ ଅଟେ । ତାଙ୍କ ଆଖିର ରଙ୍ଗ ଗ୍ରେ ଓ ହେୟାର ରଙ୍ଗ ଦାର୍କ ବ୍ରାଉନ ଅଟେ ।

ସୁମେଧଙ୍କ ପାଠ ପଢା :  ସୁମେଧ ତାଙ୍କ ପାଠ ପଢା ପୁନେର ସିଙ୍ଗଡ ସ୍ପ୍ରିଙ୍ଗଡେଲ ପବ୍ଲିକ ସ୍କୁଲରେ ଶେଷ କରିଥିଲେ । ବଡ ହେଲା ପରେ ପୁନେର ମହାରାଷ୍ଟ୍ର ଇନଷ୍ଟିଟୁଟ ଟେକ୍ନୋଲୋଜି କଲେଜରେ ପାଠ ପଢା ଆରମ୍ଭ କରିଥିଲେ । ସେ ଅର୍ଥନୀତିରେ ଗ୍ରାଡୁସନ କମ୍ପ୍ଲିଟ କରିଛନ୍ତି ।

କ୍ଯାରିଆର : ୨୦୧୨ରେ ଡ୍ୟାନ୍ସ ମହାରାଷ୍ଟ୍ର ପ୍ରତିଯୋଗିତାରେ ଭାଗ ନେଇଥିଲେ । ଟିଭି ସିରିଏଲର ଦିଲ ଦୋସ୍ତି ଡ୍ୟାନ୍ସ ରେ ଅଭିନୟ କରିଥିଲେ । ଟିଭି ସିରିଏଲ “ମାଞ୍ଜା” ରେ ସେ ତାଙ୍କର ସୁନ୍ଦର ଅଭିନୟରେ ଦର୍ଶକ ମାନଙ୍କର ହୃଦୟରେ ନିଜର ନୂଆ ଜାଗା ସୃଷ୍ଟି କରି ପାରିଥିଲେ ।ତାଙ୍କର ସୁନ୍ଦର ଅଭିନୟ ପାଇଁ ତାଙ୍କୁ ଆୱାର୍ଡ ମଧ୍ୟ ମିଳିଥିଲା ।

ପରିବାର :  ତାଙ୍କ ପରିବାର ଭିତରେ ବାପା ଓ ମାଙ୍କ ସହ ତାଙ୍କର ଦୁଇ ଭାଇ ମଧ୍ୟ ଅଛନ୍ତି । ତାଙ୍କ ବାପା ବାସୁଦେବ ମୁଦଗଲକର ଓ ମା ବାସନ୍ତୀ ମୁଦଗଲକର ଅଟନ୍ତି । ତାଙ୍କ ବଡ ଭାଇଙ୍କ ନାଁ ସଂକେତ ମୁଦଗଲକର ଓ ସାନ ଭାଇଙ୍କ ନାଁ  ସମୀରାନ ମୁଦଗଲକର । ସେ ତାଙ୍କ ଘର ଲୋକଙ୍କ ସହ ବେସ ଖୁସିରେ ନିଜ ଜୀବନ ଅତିବାହିତ କରୁଛନ୍ତି । ନିଜ ଦୁଇ ଭାଇଙ୍କ ସହ ସୁମେଧଙ୍କର ବହୁତ ଭଲ ସମ୍ପର୍କ ରହିଛି । ସେ ତାଙ୍କ ଛୁଟି ସମୟରେ ନିଜ ପରିବାର ସହ କୌଣସି ଟ୍ରିପରେ ବୁଲିବାକୁ ଯାଆନ୍ତି ।

ସୁମେଧଙ୍କ ଗାର୍ଲଫ୍ରେଣ୍ଡ :  ସୁମେଧ ବର୍ତ୍ତମାନ ଯାଏଁ ଅବିବାହିତ ଅଛନ୍ତି । ଅଭିନେତ୍ରୀ ତୁନିଶା ଶର୍ମା ସୁମେଧଙ୍କର ଗାର୍ଲଫ୍ରେଣ୍ଡ ଅଟନ୍ତି । ତୁନିଶା ଓ ସୁମେଧ ବହୁତ ଦିନ ହେଲା ରିଲେସନଶିପରେ ଅଛନ୍ତି । ଦୁହିଙ୍କ ସମ୍ପର୍କରେ ବହୁତ ଭଲ ବୁଝାମଣା ରହିଛି ।

ବେଷ୍ଟ ଫ୍ରେଣ୍ଡ : ସୁମେଧଙ୍କର ବେଷ୍ଟ ସାଙ୍ଗ ଭାବେ ଅଭିନେତ୍ରୀ ମଲ୍ଲିକା ସିଂହ ପରିଚିତ ।

ସୁମେଧଙ୍କ ଘର : ସୁମେଧ ବର୍ତ୍ତମାନ ତାଙ୍କ ପରିବାର ସହ ମୁମ୍ବାଇରେ ରହୁଛନ୍ତି ।

କାର ଓ ବାଇକ କଲେକ୍ସନ : ସୁମେଧଙ୍କ ବାଇକର ଦାମ ହେଉଛି ୩୪.୯୯ ଲକ୍ଷ ଟଙ୍କା ଯାହା ତାଙ୍କର ବହୁତ ପସନ୍ଦ ଅଟେ । ତାଙ୍କ ୩ଟି କାରର ଦାମ ବହୁତ ହେଭି ଯାହାକୁ ସେ ବହୁତ ଯତ୍ନର ସହ ରଖିଥାନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।