ଡେଲିଭରି ପରେ ଏତେ ଜଲ୍ଦି କେମିତି ଏତେ ଫିଟ ହୋଇଗଲେ Anushka Sharma, ଭାଇରାଲ ହେଉଛି ଫଟୋ

ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ସ୍ତ୍ରୀ ଭାବେ ଅଭିନେତ୍ରୀ ଅନୁଷ୍କା ଶର୍ମା ବଲିଉଡ ଦୁନିଆରେ ନିଜର ସୁନ୍ଦର ଅଭିନୟ ଦ୍ଵାରା ଦର୍ଶକଙ୍କ ମନରେ ନିଜର ସ୍ଵତନ୍ତ୍ର ଜାଗା ସୃଷ୍ଟି କରି ପାରିଛନ୍ତି । ତାଙ୍କର ଅଭିନୟକୁ ଦର୍ଶକମାନେ ବହୁତ ଆଗ୍ରହର ସହ ପସନ୍ଦ କରିଥାନ୍ତି । ନିଜ ସୁନ୍ଦରତା ପାଇଁ ସେ ତାଙ୍କ ଫ୍ୟାନ୍ସମାନଙ୍କ ହୃଦୟରେ ଘର କରି ପାରିଛନ୍ତି । ସବୁ ଅଭିନେତ୍ରୀଙ୍କ ଠାରୁ ଅନୁଷ୍କାଙ୍କ ଜୀବନ ଶୈଳୀ ଅଲଗା ରହିଅଛି ।

ଅନୁଷ୍କା ବଲିଉଡର ବଡ ବଡ ଅଭିନେତାଙ୍କୁ ପଛରେ ପକାଇ ଇଣ୍ଡିଆନ ଟିମର କ୍ରିକେଟର ବିରାଟ କୋହଲିଙ୍କୁ ବିବାହ କରି ଚଳଚିତ୍ର ଦୁନିଆରେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ଅନୁଷ୍କା ନିଜ ବୈବାହିକ ଜୀବନରେ ବିରାଟ କୋହଲିଙ୍କ ସହ ବହୁତ ଖୁସିରେ ଅଛନ୍ତି । ଏଠାରେ ଅନୁଷ୍କାଙ୍କ ପ୍ରେଗନେନ୍ସି ବିଷୟରେ କୁହାଯାଇଛି ।

ଅନୁଷ୍କା ନିଜ ପ୍ରେଗନେନ୍ସି ସମୟରେ ଏତେ ମୋଟା ହୋଇଥିଲେ ଯେ ତାଙ୍କୁ ଦେଖି ଲାଗୁଥିଲା ସେ ତାଙ୍କର ପୁରୁଣା ଫିଗରକୁ ଆସିବା ପାଇଁ ବହୁତ ସମୟ ଲଗେଇଦେବେ । କିନ୍ତୁ ସେ ତାଙ୍କର ପରଫେକ୍ଟ ଫିଗରକୁ ଆସିବା ପାଇଁ ବେଶି ସମୟ ଲଗାଇ ନାହାନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଅନୁଷ୍କାଙ୍କର ପ୍ରେଗନେନ୍ସି ପରର ଫୋଟୋ ଭାଇରାଲ ହେବାରେ ଲାଗିଛି । ଏହି ଫୋଟୋରେ ମୁମ୍ବାଇର ଏକ କ୍ଲିନିକରେ ସେ ତାଙ୍କ ସ୍ଵାମୀ ବିରାଟ କୋହଲିଙ୍କ ସହ ପୋଜ ଦେବାର ନଜର ଆସିଛନ୍ତି ।

ନିଜ ପ୍ରେଗନେନ୍ସି ପରେ ଅନୁଷ୍କାଙ୍କର ଏହି ପ୍ରଥମ ଫୋଟୋଟି ସୋସିଆଲ ମିଡିଆରେ ବହୁତ ଜୋରସୋର ଭାବେ ଭାଇରାଲ ହେବାରେ ଲାଗିଛି । କୋରୋନା ରୋଗର ପାଳନ କରି ବିରାଟ ଓ ଅନୁଷ୍କା ଦୁହେଁ ମାସ ପିନ୍ଧିଛନ୍ତି । ଏହି ବିଡିଓରେ ଅନୁଷ୍କାଙ୍କ ଚେହେରାରେ ମା ହେବାର ଖୁସି ଦେଖା ଯାଇଛି । ନିଜର ପୋଜ ଦେବା ସହ ସେ ପେପରାଜିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୁମ୍ବାଇର ବିଚକ୍ୟାଣ୍ଡି ହସପିଟାଲରେ ଜାନୁଆରୀ ୧୧ ତାରିଖରେ ଅନୁଷ୍କା ନିଜର ଝିଅକୁ ଜନ୍ମ ଦେଇଛନ୍ତି ।

ନିଜ ଝିଅ ହେବା ଖୁସିରେ ବିରାଟ ଏହି ଖୁସି ଖବରଟିକୁ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି । ଅନୁଷ୍କା ନିଜ ଝିଅର ଫୋଟୋକୁ ଭାଇରାଲ ନ କରିବା ପାଇଁ ପେପରାଜିକୁ  ଅନୁରୋଧ କରିଥିଲେ ।

ଯେ ପର୍ଯ୍ୟନ୍ତ ତାଙ୍କ ଝିଅ ମ୍ଯାଚର ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ତାର କୌଣସି ଫୋଟୋ ଭାଇରାଲ ନ କରିବା ପାଇଁ ଅନୁଷ୍କା ଅନୁରୋଧ କରିଥିଲେ । ଅନୁଷ୍କାଙ୍କ କଥାକୁ ସମାନ ଜଣାଇ ପେପରାଜି ତାଙ୍କ ଝିଅର କୌଣସି ଫୋଟୋ ମିଡିଆରେ ଭାଇରାଲ କରିବେ ନାହି ବୋଲି ଜଣାଇଛନ୍ତି ।

ଆଜିକାଲି ଅନୁଷ୍କାଙ୍କର ତାଙ୍କ ଝିଅ ସହିତ କିଛି ମିଛ ଫୋଟୋ ମିଡିଆରେ ଭାଇରାଲ ହେଉଛି । କିନ୍ତୁ ବିରାଟ ଓ ଅନୁଷ୍କା ତାଙ୍କ ଝିଅର କୌଣସି ଫୋଟୋ ମିଡିଆରେ ସେୟାର କରି ନାହାନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।