South ସିନେମା ର ସବୁଠୁ ମହଙ୍ଗା 10 Actress, ନମ୍ବର 1 ଙ୍କ ନାମ ଜାଣି ବିଶ୍ଵାସ ହେବନି

ନମସ୍କାର ବନ୍ଧୁଗଣ ଆଜି କାଲି ଲୋକ ମାନଙ୍କ ପାଖରେ ବଲିଉଡ ଅପେକ୍ଷା ସାଉଥ ଜଗତର ସିନେମା କୁ ଅଧିକ ପସନ୍ଦ କରୁଛନ୍ତି । ଏବଂ ସାଉଥ ର ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ମଧ୍ୟ ଅଧିକ ପସନ୍ଦ କରନ୍ତି । ଏବଂ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା କୁ କେବେବି ମିସ କରନ୍ତି ନାହିଁ । ସାଉଥ ରେ ଅନେକ ବଲିଉଡ କଳାକାର ମଧ୍ୟ କାମ କରିବାକୁ ଇଚ୍ଛା ପ୍ରକାଶ କରନ୍ତି ।

ତେବେ ଆଜି ଆମେ ସାଉଥ ଜଗତ ର ଅଭିନୟ କରୁଥିବା ଅଭିନେତ୍ରୀ ମାନେ ନିଜର ଗୋଟିଏ ସିନେମା ରେ କାମ କରିବା ପାଇଁ କେତେ ଟଙ୍କା ନିଅନ୍ତି ସେ ବିଷୟରେ ଆଲୋଚନା କରିବା । ତେବେ ଆସନ୍ତୁ ଜାଣିନେବା ସେମାନଙ୍କ ବିଷୟରେ ।


୧- ପ୍ରଥମେ ହେଉଛନ୍ତି ହଂସୀକା । ସେ ବଲିଉଡ ରେ ବାଲ୍ୟ କଳାକାର ରୂପେ ଅଭିନୟ ଆରମ୍ଭ କରିଥିଲେ । ଏବଂ ପରେ ସାଉଥ ର ଜଣେ ସଫଳ ଅଭିନେତ୍ରୀ ଭାବେ ପ୍ରତିଷ୍ଠିତ ହୋଇ ପାରିଲେ । ସେ ସାଉଥ ରେ ଅନେକ ସଫଳ ସିନେମା ରେ କାମ କରିଛନ୍ତି । ସେ ଗୋଟିଏ ସିନେମା ପାଇଁ ୬୦ ଲକ୍ଷ ଟଙ୍କା ନେଇଥାନ୍ତି ।


୨- ଦ୍ଵିତୀୟ ରେ ହେଉଛନ୍ତି ରଶ୍ମିକା ମନ୍ଦନା । ସେ ସାଉଥ ଜଗତରେ ନୁହେଁ ବରଂ ବଲିଉଡ ରେ ମଧ୍ୟ ସମସ୍ତଙ୍କ ପ୍ରିୟ ହୋଇ ପାରିଛନ୍ତି । ସେ ଗୋଟିଏ ପରେ ଗୋଟିଏ ହିଟ ସିନେମା ପ୍ରଦାନ କରି ଚାଲିଛନ୍ତି । ସେ ଗୋଟିଏ ସିନେମା ରେ କାମ କରିବା ପାଇଁ ୮୦ ଲକ୍ଷ ଟଙ୍କା ନେଇଥାନ୍ତି ।

୩- ତୃତୀୟ ରେ ହେଉଛନ୍ତି ନିତ୍ୟା ମେରନ । ନିତ୍ୟା କେବଳ ସାଉଥ ରେ ନୁହେଁ ବରଂ ବଲିଉଡ ରେ ମଧ୍ୟ ଧମାଲ କରିଛନ୍ତି । ସେ ଅନେକ ସୁପରଷ୍ଟାର ଙ୍କ ସହ ମଧ୍ୟ ଅଭିନୟ କରିଛନ୍ତି । ଏବଂ ଦର୍ଶକ ମାନେ ତାଙ୍କ ସିନେମା କୁ ବହୁତ ପସନ୍ଦ ମଧ୍ୟ କରିଥାନ୍ତି । ସେ ଗୋଟିଏ ସିନେମା ପାଇଁ ୯୦ ଲକ୍ଷ ଟଙ୍କା ନେଇଥାନ୍ତି ।

୪-ଚତୁର୍ଥ ରେ ହେଉଛନ୍ତି ତମନ୍ନ ଭାଟିଆ । ସେ ସାଉଥ ର ଜଣେ ସଫଳ ଅଭିନେତ୍ରୀ ସହ । ବଲିଉଡ ରେ ମଧ୍ୟ ଜଣେ ସଫଳ ଅଭିନେତ୍ରୀ ଭାବେ ପରିଚିତ । ସେ ବାହୁବଳୀ ଭଳି ସୁପର ହିଟ ସିନେମା ରେ କାମ କରିଛନ୍ତି । ସେ ଗୋଟିଏ ସିନେମା ପାଇଁ ୯୦ ଲକ୍ଷ ଟଙ୍କା ନେଇଥାନ୍ତି ।

୫-ପଞ୍ଚମ ଅଭିନେତ୍ରୀ ହେଉଛନ୍ତି ତ୍ରିଶା କୃଷ୍ଣନ । ତ୍ରିଶା ସାଉଥ ର ଲୋକପ୍ରିୟ ଅଭିନେତ୍ରୀ ମାନଙ୍କ ମଧ୍ୟ ରୁ ଜଣେ । ସେ ଅନେକ ବଡ଼ ବଡ଼ ଅଭିନେତା ମାନଙ୍କ ସହ କାମ କରିଛନ୍ତି । ଏବଂ ଅନେକ ସଫଳ ସିନେମା ସାଉଥ ଜଗତ କୁ ପ୍ରଦାନ କରିଛନ୍ତି । ସେ ଗୋଟିଏ ସିନେମା ରେ କାମ କରିବା ପାଇଁ ୧କୋଟି ଟଙ୍କା ନେଇଥାନ୍ତି ।

୬- ଷଷ୍ଠ ଅଭିନେତ୍ରୀ ହେଉଛନ୍ତି ନୟନ ତାରା । ସେ ସାଉଥ ର ଜଣେ ସଫଳ ଅଭିନେତ୍ରୀ ଭାବେ ପରିଚିତ । ଏବଂ ଦର୍ଶକ ମାନେ ତାଙ୍କ ସିନେମା କୁ ଖୁବ ପସନ୍ଦ ମଧ୍ୟ କରିଥାନ୍ତି । ସେ ଗୋଟିଏ ସିନେମା ରେ ଅଭିନୟ କରିବା ପାଇଁ ୧ କୋଟି ଟଙ୍କା ନେଇଥାନ୍ତି ।

୭- ସପ୍ତମ ରେ ହେଉଛନ୍ତି ରକୁଲ ପ୍ରୀତ ସିଂହ । ତାଙ୍କୁ କିଏ ନ ଜାଣେ । ସେ ସାଉଥ ରୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ନିଜ ଅଭିନୟ ରେ ଲୋକ ମାନଂକୁ ଆକର୍ଷିତ କରି ପାରିଛନ୍ତି । ସେ ଅନେକ ସଫଳ ସିନେମାରେ କାମ କରିଛନ୍ତି ସେ ଗୋଟିଏ ସିନେମାରେ କାମ କରିବା ପାଇଁ ୧କୋଟି ଟଙ୍କା ନେଇ ଥାଆନ୍ତି ।

୮- ଅଷ୍ଟମ ଅଭିନେତ୍ରୀ ହେଉଛନ୍ତି ସୃତି ହାସନ । ସେ କମଳ ହାସନ ଏବଂ ସାରିକାଙ୍କ ପୁତ୍ରୀ । ସେ ସାଉଥ ର ଜଣେ ସଫଳ ଅଭିନେତ୍ରୀ ଏବଂ ତା ସହ ସେ ବଲିଉଡରେ ମଧ୍ୟ ଲୋକପ୍ରିୟ ହୋଇ ପାରିଛନ୍ତି । ସେ ଗୋଟିଏ ସିନେମା ରେ ଅଭିନୟ କରିବା ପାଇଁ ୧କୋଟି ଟଙ୍କା ନେଇଥାନ୍ତି ।

୯-ନବମ ଅଭିନେତ୍ରୀ ହେଉଛନ୍ତି କାଜଲ ଅଗ୍ରୱାଲ । ସେ ସାଉଥ ର ବଡ଼ ବଡ଼ ଅଭିନେତା ମାନଙ୍କ ସହ ଅଭିନୟ କରିଛନ୍ତି ଏବଂ ବଲିଉଡ ରେ ମଧ୍ୟ ଅନେକ ବଡ଼ ବଡ଼ ଅଭିନେତା ଙ୍କ ସହ କାମ କରିଛନ୍ତି । ସେ ଅନେକ ସଫଳ ସିନେମାରେ ଅଭିନୟ କରିଛନ୍ତି । ଏବଂ ସେ ଗୋଟିଏ ସିନେମା ରେ କାମ କରିବା ପାଇଁ ୨ କୋଟି ଟଙ୍କା ନେଇଥାନ୍ତି ।

୧୦- ଦଶମ ଅଭିନେତ୍ରୀ ହେଉଛନ୍ତି ଅନୁଷ୍କା ସେଠୀ । ଅନୁଷ୍କା ସେଠୀ ଙ୍କୁ କୌଣସି ପରିଚୟ ର ଆବଶ୍ୟକତା ନାହିଁ । ସେ ସାଉଥ ର ଜଣେ ସଫଳ ଏବଂ ସବୁଠାରୁ ଅଧିକ ଲୋକପ୍ରିୟ ଅଭିନେତ୍ରୀ । ସେ ଅନେକ ସଫଳ ସିନେମା ରେ ଅଭିନୟ କରିଛନ୍ତି ଏବଂ ସେ ସବୁ ପ୍ରକାର ଚରିତ୍ର ରେ ମଧ୍ୟ କାମ କରିଛନ୍ତି । ସେ ଗୋଟିଏ ସିନେମାରେ ଅଭିନୟ କରିବା ପାଇଁ ୪ କୋଟି ଟଙ୍କା ନେଇଥାନ୍ତି ।