ଶାରୀରିକ ସମ୍ବନ୍ଧ ବନାଇବା ସର୍ତ୍ତରେ ମିଳିଥିଲା କାମର ଅଫର , ଏହି 4 ଜଣ ହିରୋଇନ ହେଇ ସାରିଛନ୍ତି କାଷ୍ଟିଂ କାଉଚର ଶିକାର

ଆପଣ ମାନେ ତ ଜାଣିଥିବେ ବଲିଉଡରେ ନୂଆ କରି ଆସିଥିବା ଅଭିନେତ୍ରୀ ଙ୍କୁ ପ୍ରାୟତଃ କାଷ୍ଟିଙ୍ଗ କାଉଚ ର ସାମ୍ନା କରିବାକୁ ପଡିଥାଏ । ଏମିତି ଅନେକ ଅଭିନେତ୍ରୀ ଅଛନ୍ତି , ଯିଏ କି ଆଜି ନିଜ ସଫଳତା ହାସଲ କରି ସାରିଲେଣି , କିନ୍ତୁ କେବେ ନା କେବେ ତାଙ୍କୁ କ୍ୟାରିୟରରେ କାଷ୍ଟିଂ କାଉଚର ଶିକାର ହେବାକୁ ପଡ଼ିଥିଲା । ଆପଣ ଏହାକୁ ବଲିଉଡ ର ଏକ ନିନ୍ଦନୀୟ ସତ୍ୟ ମଧ୍ୟ କହିଲେ ଅତ୍ଯୁକ୍ତି ହେବ ନାହିଁ । କେତେକ ବଲିଉଡ ଅଭିନେତ୍ରୀମାନେ ଯେତେବେଳେ ନୂଆ ନୂଆ ହିରୋଇନ ହେବାର ସ୍ବପ୍ନ ନେଇ ଫିଲ୍ମ ଇଣ୍ଡଷ୍ଟ୍ରିକୁ କାମ ପାଇଁ ଆସିଥିଲେ, ସେତେବେଳେ ତାଙ୍କୁ କାଷ୍ଟିଂ କାଉଚର ସାମ୍ନା କରିବାକୁ ପଡିଥିଲା ।

ଏମାନଙ୍କ ମଧ୍ୟରୁ କିଛି ଅଭିନେତ୍ରୀ ମଧ୍ୟ ନିଜ ତରଫରୁ କାଷ୍ଟିଂ କାଉଚର ଘଟଣାକୁ ସମସ୍ତଙ୍କ ଆଗରେ ସ୍ଵିକାର କରି ସାରିଛନ୍ତି ଓ ତାଙ୍କ ଦ୍ଵାରା ଏହାର ଅନୁଭବ ମଧ୍ୟ ଶେୟାର କରାଯାଇଥିଲା, ଆଜି ଆମେ ଆପଣଙ୍କୁ ବଲିଉଡର ଏମିତି ହିଁ କିଛି ଅଭିନେତ୍ରୀମାନଙ୍କ ବିଷୟରେ କହିବାକୁ ଯାଉଛୁ , ଯିଏ କାଷ୍ଟିଂ କାଉଚର ଶିକାର ହୋଇ ସାରିଛନ୍ତି ।

ସୁରବୀନ ଚାୱଲା

ସୁରବୀନ ଚାୱଲା ବଲିଉଡ ର ଜଣେ ବହୁତ ହିଁ ସୁନ୍ଦର ଅଭିନେତ୍ରୀ ଅଟନ୍ତି । କେତେକ ସିରିୟଲରେ ସୁରବୀନ କାମ କରିବା ପରେ ହିରୋଇନ ହେବା ଆଶାରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କୁ ବି କାଷ୍ଟିଂ କାଉଚର ଶିକାର ହେବାକୁ ପଡ଼ିଥିଲା, କିନ୍ତୁ ତାଙ୍କ କହିବା ଅନୁଯାୟୀ ସେ ସିଧା ମନା କରିଦେଇଥିଲେ ଓ ସୁରବୀନ ଚାୱଲା ଏହା ମଧ୍ୟ କହିଛନ୍ତି କି ବଲିଉଡରେ ତାଙ୍କୁ କେବେ ଏହି ପ୍ରକାରର ସାମ୍ନା କରିବାକୁ ପଡ଼ିନାହିଁ ।

ଟିସ୍କା ଚୋପଡା

ଆଜି ବଲିଉଡ ର ଜଣେ ଜଣାଶୁଣା ଅଭିନେତ୍ରୀ ଅଟନ୍ତି ଟିସ୍କା ଚୋପଡା। ତାରେ ଜମିନ ପର ରେ ଇସାନର ମା ର ଅଭିନୟ ସେ କରିଥିଲେ ଟିସ୍କା । ସେ କିଛି ପପୁଲାର ସିରିଏଲ ଓ ୱେବ ସିରିଜରେ ମଧ୍ୟ କାମ କରିଛନ୍ତି । । ସାର୍ବଜନୀନ ରୂପରେ ସେ ଏହି କଥାକୁ ସ୍ଵୀକାର କରିସାରିଛନ୍ତି କି ନିଜର କ୍ୟାରିୟରର ଆରମ୍ଭରେ ଗୋଟେ ଫିଲ୍ମରେ କାମ କରିବା ପାଇଁ ତାଙ୍କୁ କାଷ୍ଟିଂ କାଉଚର ଶିକାର ହେବାକୁ ପଡ଼ିଥିଲା ।

ରାଧିକା ଆପ୍ତେ

ରାଧିକା ଆପ୍ତେ, ଆଜି ବଲିଉଡ ରେ ଜଣେ ଜଣାଶୁଣା ଚେହେରା ହେଇ ସାରିଛନ୍ତି । ସେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରୁ ନିଜର ଖାସ ସ୍ଥାନ ବନାଇ ସାରିଛନ୍ତି । ହିନ୍ଦୀ ଫିଲ୍ମ ବ୍ୟତୀତ ସେ ତାମିଲ, ବେଙ୍ଗଲି , ତେଲୁଗୁ ଓ ମଲାୟାଲାମ ଫିଲ୍ମ ରେ ବି କାମ କରିଛନ୍ତି । ବର୍ଷ ୨୦୧୮ ରେ ଅକ୍ଷୟ କୁମାରଙ୍କ ଲୋକପ୍ରିୟ ଫିଲ୍ମ ପ୍ୟାଡମ୍ୟାନ ରେ ସେ ନଜର ଆସିଥିଲେ । ରାଧିକା ଆପ୍ଟେ ଏହି କଥାକୁ ସ୍ଵୀକାର କରିସାରିଛନ୍ତିକି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କୁ କାଷ୍ଟିଂ କାଉଚର ଶିକାର ହେବାକୁ ପଡ଼ିଥିଲା ।

କଳ୍କୀ କୋଚଲିନ

କଳ୍କୀ କୋଚଲିନ ଆଜି ବଲିଉଡ ର ଜଣେ ଜଣା ଶୁଣା ଅଭିନେତ୍ରୀ ଅଟନ୍ତି, ଯିଏ ଫିଲ୍ମ ନିର୍ଦେଶକ ଅନୁରାଗ କଶ୍ୟପଙ୍କ ପୂର୍ବ ପତ୍ନୀ ମଧ୍ୟ ରହି ସାରିଛନ୍ତି । ସେ ମଧ୍ୟ ଏହି କଥାକୁ ସାର୍ବଜନୀକ ରୁପରେ ସ୍ଵୀକାର କରିସାରିଛନ୍ତି କି ତାଙ୍କ କ୍ୟାରିୟରରେ ତାଙ୍କୁ କାଷ୍ଟିଂ କାଉଚର ସାମ୍ନା କରିବାକୁ ପଡିଥିଲା । କଳ୍କୀ କହିଥିଲେ କି ଲୋକଙ୍କୁ ଏହା ଲାଗିଲା କି ମୁଁ ଭାରତର ନୁହେଁ ବୋଲି ସହଜରେ ମୋର ଫାଇଦା ଉଠାଇ ମୋର ଶୋଷଣ କରିବେ । କିନ୍ତୁ କଳ୍କୀ କେବେ ମାନି ନଥିଲେ । ନିଜ ପ୍ରତିଭା ଦମରେ ବଲିଉଡ ରେ ସେ ନିଜର ଖାସ ଜାଗା ବନାଇ ପାରିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।