୨୭ ବର୍ଷ ପରେ ଶ୍ରୀକୃଷ୍ଣର ଏହି କଳାକାରମାନେ ଦେଖା ଯାଉଛନ୍ତି ଏମିତି, ଜାଣନ୍ତୁ ଏବେ ସେମାନେ କଣ କାମ କରୁଛନ୍ତି

ମହାମାରୀ କାରଣରୁ ସମ୍ପୂର୍ଣ ଦେଶରେ ଲକଡାଉନ ଚାଲିଛି । ଲୋକମାନେ ଘରୁ ନ ବାହାରି ଘରେ ହିଁ ରହୁଛନ୍ତି । ଲୋକମାନଙ୍କର ମନୋରଞ୍ଜନ କରିବା ପାଇଁ ଦୂରଦର୍ଶନରେ କେତେକ ପୌରଣିକ ଧାରାବାହିକ ପ୍ରସାରିତ ହେଉଛି ଯଥା ରାମାୟଣ, ମହାଭାରତ ଇତ୍ୟାଦି । ଏକ ଚ୍ୟାନେଲ ସୂଚନା ଦେଇଛି କି ରାମାୟଣ ଧାରାବାହିକ ସରିବା ପରେ ରାମାନନ୍ଦ ସାଗରଙ୍କର ଆଉ ଏକ ଧାରାବାହିକ ‘ଶ୍ରୀକୃଷ୍ଣ’ ଖୁବ ଶୀଘ୍ର ପ୍ରସାରିତ ହେବାକୁ ଯାଉଛି । ଶ୍ରୀକୃଷ୍ଣ ପ୍ରଥମ ଥର ୧୯୯୩ ରୁ ୧୯୯୬ ମସିହା ମଧ୍ୟରେ ପ୍ରସାରିତ ହୋଇ ଥିଲା । ଆସନ୍ତୁ ଜାଣିବା ଏତେ ବର୍ଷ ପରେ ଏହି ଧାରାବାହିକର କଳାକାରମାନେ କେଉଁଠି ଅଛନ୍ତି ଏବଂ କେମିତି ଦେଖା ଯାଉଛନ୍ତି ।

ସର୍ବଦମନ ଡି ବାନାର୍ଜୀ ଏହି ଧାରାବାହିକରେ କୃଷ୍ଣ ଙ୍କ ଚରିତ୍ରରେ ଅଭିନୟ କରିଥିଲେ । ସେ ତାଙ୍କର ଅଭିନୟ ପାଇଁ ବହୁତ ଲୋକପ୍ରିୟତା ହାସଲ କରିଥିଲେ । ସେ ବର୍ତ୍ତମାନ ଆଉ ଟିଭି ଦୁନିଆରେ କାମ କରୁ ନାହାଁନ୍ତି । ବର୍ତ୍ତମାନ ସେ ଋଷିକେଶ ରେ ରହୁଛନ୍ତି ଏବଂ ସେଠାରେ ଲୋକ ମାନଙ୍କୁ ମେଡିଟେସନ ଶିଖାଉଛନ୍ତି । ଏହା ସହିତ ସେ ଏକ ଏଞ୍ଜିଓ କୁ ସପୋର୍ଟ ମଧ୍ୟ କରୁଛନ୍ତି । ହିମେଶ ରେଶମୀୟାଙ୍କ ସ୍ତ୍ରୀ ସୋନିୟା କପୁର ଏହି ଧାରାବାହିକରେ ସୁଭଦ୍ରାଙ୍କ ଭୂମିକାରେ ଅଭିନୟ କରିଥିଲେ । ସେ କେତେକ ସିରିୟଲ ଏବଂ ଫିଲ୍ମରେ ମଧ୍ୟ କାମ କରିଛନ୍ତି କିନ୍ତୁ ବର୍ତ୍ତମାନ ସେ ଏହି ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ଯାଇଛନ୍ତି ।

ପିଙ୍କି ପାରିଖ ଏହି ଧାରାବାହିକରେ ରୁକ୍ମଣୀ, ଯମୁନା, ଲକ୍ଷ୍ମୀ ଏବଂ ଦୂର୍ଗାଙ୍କ ଭୂମିକାରେ ଅଭିନୟ କରିଥିଲେ । ସେ କିଛି ଗୁଜୁରାଟୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି ଏବଂ ବର୍ତ୍ତମାନ ମଧ୍ୟ ସେ ଗୁଜୁରାଟୀ ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି । ସ୍ଵାପ୍ନୀଲ ଜୋଶୀ ଏହି ଧାରାବାହିକ ରେ ଶ୍ରୀକୃଷ୍ଣଙ୍କର ଯୁବାବସ୍ଥାର ଚରିତ୍ରରେ ଅଭିନୟ କରିଥିଲେ ଏବଂ ଏଥିରେ କାମ କରିବା ପରେ ତାଙ୍କ ଜୀବନ ବଦଳି ଯାଇଥିଲା । ଏହା ବ୍ୟତୀତ ସେ କେତେକ ଧାରାବାହିକ ଏବଂ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ମରାଠୀ ଇଣ୍ଡଷ୍ଟ୍ରିରେ ତାଙ୍କର ବହୁତ ନାମ ମଧ୍ୟ ଅଛି ।

ବିଜୟ କବିଶ ଏଥିରେ ଶିବଙ୍କ ଚରିତ୍ରରେ ଅଭିନୟ କରିଥିଲେ ଏବଂ ରାମାୟଣ ଧାରାବାହିକରେ ମଧ୍ୟ ସେ ଶିବ ହୋଇଥିଲେ । ସେ ବଲିଉଡରେ ମଧ୍ୟ କେତେକ ଫିଲ୍ମରେ କାମ କରିଛନ୍ତି କିନ୍ତୁ ବହୁତ ଦିନ ହେବ ତାଙ୍କୁ ଦେଖିବା ପାଇଁ ମିଳୁନି ।

ଏହି ଧାରାବାହିକରେ ଯଶୋଦାଙ୍କ ଚରିତ୍ର ଦାମିନୀ କନବାଲ କରିଥିଲେ । ତାଙ୍କୁ କ୍ରାଇମ ପେଟ୍ରୋଲରେ ବି ଦେଖିବାକୁ ମିଳିଥିଲା ଏବଂ ସେ ବର୍ତ୍ତମାନ ବି ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ ଆଉ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।