ସବୁ ରେକର୍ଡ ଭାଙ୍ଗିଲା ବାତ୍ୟା “ଫ୍ରେଡ୍ଡି” ! ବାତ୍ୟାର ଏଭଳି ତାଣ୍ଡବ ରୂପ କେହି କେବେ ଦେଖି ନଥିବେ ! ଦେଖନ୍ତୁ ଦୃଶ୍ୟ…

ବାତ୍ୟା ଫ୍ରେଡ୍ଡି ନିଜ ତାଣ୍ଡପ ରୂପ ଦେଖାଇଲା । ମୋଜାମ୍ବିକ ର କ୍ଵାଲିମେନାରେ ମା-ଡ ହେବା ପରେ ଭୟଙ୍କର ରୂପ ଧାରଣ କରିଛି ବାତ୍ୟା ଫ୍ରେଡ୍ଡି । ସ୍ଥଳଭାଗ ଛୁଇଁବା ପରେ ବାତ୍ୟା ଭୀଷଣ ତାବଡବ ରଚିଛି । ଫ୍ରେଡ୍ଡି ଲ୍ୟାଣ୍ଡଫଲ୍ କରିବା ବେଳେ ଘଣ୍ଟାପ୍ରତି ପ୍ରାୟ 148 କିମି ବେଗରେ ପବନ ବୋହିବା ସହ ପ୍ରବଳ ବର୍ଷା ମଧ୍ୟ କରେଇ ଥିଲା । ଫ୍ରେଡ୍ଡି ପ୍ରଭାବରେ ହୋଇଥିବା ବର୍ଷା ଏବଂ ପବନ ଯୋଗୁଁ ଅନେକ ଘରଦ୍ଵାର ଭାଙ୍ଗିଥିବା ମଧ୍ୟ ସୂଚନା ରଚିଛି ।

ବଡ ବଡ ଗଛ ମଧ୍ୟ ଉପୁଡି ପଡିବା ସହ ବାତ୍ୟା ଫ୍ରେଡ୍ଡି ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଅନେକ ସ୍ଥାନରେ ଭୁସ୍ଖଳନ ମଧ୍ୟ ହୋଇଥିବା ଦେଖିବାକୁ ମିଳିଛି । ବାତ୍ୟା ଫ୍ରେଡ୍ଡି ଭାରତ ମହାସାଗରରେ ସଂପୂର୍ଣ୍ଣ 35 ଦିନ ରହି ସବୁ ବାତ୍ୟାର ରେକର୍ଡ ଭଙ୍ଗ କରିଛି । 35 ଦିନ ମଧ୍ୟରେ ସମୁଦାୟ ତିନି ଥର ଲ୍ୟାଣ୍ଡଫଲ୍ କରିଛି ଫ୍ରେଡ୍ଡି । ପୂର୍ବରୁ ଏହା ମାଡଗାସ୍କାର ଓ ମୋଜାମ୍ବିକରେ ସ୍ଥଳଭାଗ ଛୁଇଁଥିବା ବେଳେ ଶନିବାର ଦିନ ପୁଣି ଥରେ ମୋଜାମ୍ବିକ ଉପକୂଳରେ ଲ୍ୟାଣ୍ଡଫଲ୍ କରିଛି ।

ବାତ୍ୟା ଫ୍ରେଡ୍ଡି ତିନି ତିନିଥର ଲ୍ୟାଣ୍ଡଫଲ୍ କରିବା ସହ ଇତିହାସ ରଚିଛି । ସେହିପରି ସବୁଠୁ ଅଧିକ ସମୟ ପାଇଁ ଫ୍ରେଡ୍ଡି ସମୁଦ୍ର ମଝିରେ ରହି ଏକ ନୂଆ ବିଶ୍ଵ ରେକର୍ଡ କରିଛି । ଏହାସହ ସବୁଷ୍ଠାରୁ ଶକ୍ତିଶାଳୀ ବାତ୍ୟା ଭାବେ ଆଉ ନୂଆ ବିଶ୍ଵ ରେକର୍ଡ ମଧ୍ୟ ସ୍ଥାପନ କରିଛି । ସଂଗୃହୀତ ହୋଇଥିବା ସାଇକ୍ଳୋନ ଏନର୍ଜିରେ ଫ୍ରେଡ୍ଡି ରେକର୍ଡ କରିଛି ।

2006 ରେ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା ହରିକେନ ଆଇକେ ର ପୂର୍ବ ରେକର୍ଡକୁ ଫ୍ରେଡ୍ଡି ଭଙ୍ଗ କରିଛି । ହରିକେନ ଆଇକେ ର ଆକ୍ୟୁମୁଲେଟେଡ ସାଇକ୍ଳୋନ ଏନର୍ଜି ଥିଲା 85.26 ଥିଲା । ଆଉ ରେକର୍ଡ ଭାଙ୍ଗିଥିବା ଫ୍ରେଡ୍ଡି ର ଏହି ଏନର୍ଜି ରହିଛି 85.88 । ଭାରତ ସରକାରଙ୍କ ଭୂବିଜ୍ଞାନୀ ମନ୍ତ୍ରଣାଳୟର ପୂର୍ବ ସଚିବ ମାର୍ଭନ ରାଜୀଭର ଏହି ସୂଚନା ଦେଇଛନ୍ତି ।

ସମୁଦ୍ରରେ ଅନେକ ଦିନ ରହି ବାତ୍ୟା ଓ ବର୍ଷା କରିବା ଫଳରେ ମାଡଗାସ୍କାରରେ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି । ବାତ୍ୟା ଦ୍ଵାରା ଲକ୍ଷ ଲକ୍ଷ ପ୍ରଭାବିତ ହୋଇଛନ୍ତି ଓ ଅନେକ ଜନଜୀବନ ମଧ୍ୟ କ୍ଷତି ହୋଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।