ସ୍ଵାମୀଙ୍କ ଠାରୁ ଅଲଗା ହୋଇ ଏକୁଟିଆ ହିଁ ନିଜ ପିଲାକୁ ପାଳୁଛନ୍ତି TV ଇଣ୍ଡଷ୍ଟ୍ରି ର ଏହି 6 ଜଣ ଫେମସ ହିରୋଇନ

ବନ୍ଧୁଗଣ ଆମେ ଟିଭି ଜଗତର ଅଭିନେତ୍ରୀ ମାନଙ୍କୁ ବିଭିନ୍ନ ଚରିତ୍ର ରେ ଅଭିନୟ କରିବାର ଦେଖିଥିବା ଏବଂ ଆମ ମାନଙ୍କୁ ବହୁତ ପସନ୍ଦ ବି ଆସିଥାଏ।କିନ୍ତୁ ଆଜି ଆମେ କିଛି ଏଭଳି ଅଭିନେତ୍ରୀ ମାନଙ୍କ ବିଷୟରେ ଆଲୋଚନା କରିବା ଯିଏ ବାସ୍ତବରେ ବହୁତ ମଜବୁତ ଓ ନିଜ ବ୍ୟକ୍ତିତ୍ବ ରେ ସମସ୍ତଙ୍କ ହୃଦୟରେ ଯାଗା କରିପାରିଛନ୍ତି।ଏବଂ ଏହି ଅଭିନେତ୍ରୀ ମାନେ ଏକୁଟିଆ ନିଜ ପିଲା ଙ୍କ ଲାଳନପାଳନ କରୁଛନ୍ତି। ତେବେ ଆସନ୍ତୁ ଜାଣିନେବା ସେହି ଅଭିନେତ୍ରୀ ମାନଙ୍କ ବିଷୟରେ।

୧- ପ୍ରଥମ ଅଭିନେତ୍ରୀ ହେଲେ ଉର୍ବଶୀ ଢୋଲାକିଆ। ଯିଏ ଟିଭି ଜଗତରେ ଖଳନାୟିକା ଭାବେ ଖୁବ ପ୍ରସିଦ୍ଧ। ଉର୍ବଶୀ ନିଜ ବାସ୍ତବ ଜୀବନରେ ବହୁତ ଅସୁବିଧା ଦେଖିଛନ୍ତି। ସେ ୧୬ ବର୍ଷ ରେ ବିବାହ କରି ନେଇଥିଲେ

ଓ ୧୭ ବର୍ଷ ରେ ସେ ଦୁଇ ଯାଆଁଳା ପୁଅ ଙ୍କ ର ମାଆ ହୋଇସାରିଥିଲେ। ନିଜର ଛାଡପତ୍ର ପରେ ଦୁଇ ପୁଅ କ୍ଷିତିଜ ଓ ସାଗର ଙ୍କ ଲାଳନପାଳନ ନିଜେ ଏକୁଟିଆ କରିଛନ୍ତି। ଏବଂ ସେ ସବୁବେଳେ କୁହନ୍ତି କି ତାଙ୍କ ଦୁଇ ପୁଅ ହିଁ ତାଙ୍କ ର ବଳ ।

୨- ଦ୍ୱିତୀୟ ଅଭିନେତ୍ରୀ ହେଲେ ଜୁହି ପରମାର। ଜୁହି ଛୋଟ ପରଦାର ସବୁଠୁ ପ୍ରସିଦ୍ଧ ଅଭିନେତ୍ରୀ। ସେ ନିଜର ଅଭିନୟ ଓ ନିଆରା ଅନ୍ଦାଜ ରେ ସମସ୍ତଙ୍କ ହୃଦୟରେ ଯାଗା କରି ପାରିଥିଲେ। ସେ ୨୦୦୯ ରେ ଅଭିନେତା ସଚିନ ଙ୍କ ସହ ବିବାହ କରିଥିଲେ। ଏବଂ ୨୦୧୩ ରେ ତାଙ୍କର ଏକ କୁନି ଝିଅ ହୋଇଥିଲା ଯାହାର ନାମ ସମାରା।୨୦୧୯ ରେ ଦୁଇ ଜଣ ଙ୍କ ମଧ୍ୟ ରେ କିଛି ଭୁଲ ବୁଝାମଣା ଯୋଗୁଁ ସେମାନେ ଅଲଗା ହୋଇଗଲେ। ଓ ଛାଡପତ୍ର ପରେ ଏବେ ଏକୁଟିଆ ହିଁ ନିଜ ଝିଅକୁ ପାଳନ କରୁଛନ୍ତି।

୩- ତୃତୀୟ ଅଭିନେତ୍ରୀ ହେଲେ ଶ୍ୱେତା ତିବାରୀ। ଶ୍ୱେତା ‘କସୋଟି ଜିନ୍ଦେଗି’ ରେ ପ୍ରେରଣା ଚରିତ୍ରରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିଣି ପାରିଥିଲେ। ଶ୍ୱେତା ନିଜ ଜୀବନରେ ଦୁଇ ଥର ବିଫଳ ବିବାହ ଦେଖିଛନ୍ତି। ପ୍ରଥମ ସ୍ୱାମୀ ରାଜା ଚୌଧୁରୀ ଙ୍କ ଠାରୁ ତାଙ୍କର ଗୋଟିଏ ଝିଅ ଅଛି ଯାହାର ନାମ ପଲକ୍ ଓ ଦ୍ୱିତୀୟ ସ୍ୱାମୀ ଙ୍କ ଠାରୁ ତାଙ୍କର ଗୋଟିଏ ପୁଅ ଅଛି ଯାହାର ନାମ ରେହାନ। ସେ ଏବେ ଦୁଇ ଜଣଙ୍କ ଲାଳନପାଳନ ଏକୁଟିଆ କରୁଛନ୍ତି

୪- ଚତୁର୍ଥ ଅଭିନେତ୍ରୀ ହେଲେ ଦିଲଜିତ କୋର। ଦିଲଜିତ ଛୋଟ ପରଦାରେ ଏକ ଲୋକପ୍ରିୟ ଚେହେରା। ୨୦୦୯ ରେ ସେ ଅଭିନେତା ଶାର୍ଲିନ ଙ୍କ ସହ ବିବାହ କରିଥିଲେ। ଏବଂ ତାଙ୍କର ଏକ ପୁତ୍ର ମଧ୍ୟ ଅଛି ଯାହାର ନାମ ଜେଡେନ। କିନ୍ତୁ ଘରୋଇ ହିଂସା ଯୋଗୁଁ ସେ ୨୦୧୫ ରେ ଛାଡପତ୍ର ନେଇ ଅଲଗା ହୋଇ ଯାଇଥିଲେ। ଏବଂ ସେ ଏବେ ଏକୁଟିଆ ତାଙ୍କ ପୁଅଙ୍କ ର ଲାଳନପାଳନ କରୁଛନ୍ତି।

୫- ପଞ୍ଚମ ଅଭିନେତ୍ରୀ ହେଲେ ଚାହତ ଖନ୍ନା। ଚାହାତ ନିଜ ବୟଫ୍ରେଣ୍ଡ ଫରାନ ମିର୍ଜା ଙ୍କ ସହିତ ୨୦୧୩ ରେ ବିବାହ କରିଥିଲେ। ତାଙ୍କର ଦୁଇଟି ଝିଅ ମଧ୍ୟ ଅଛି। ଲଗାତାର ମାନସିକ ଓ ଶାରୀରିକ ନିର୍ଯାତନା ଯୋଗୁଁ ୨୦୧୮ ରେ ସେ ନିଜ ସ୍ୱାମୀ ଙ୍କ ଠାରୁ ଛାଡପତ୍ର ନେଇ ଏବେ ଅଲଗା ରହୁଛନ୍ତି। ଏବଂ ନିଜର ଦୁଇ ଝିଅ ଙ୍କ ଲାଳନପାଳନ ଏବେ ସେ ଏକୁଟିଆ କରୁଛନ୍ତି।

୬- ଷଷ୍ଠ ଅଭିନେତ୍ରୀ ହେଲେ କାମୟା ପଞ୍ଜାବୀ। କାମୟା ଟିଭି ଜଗତର ସଫଳ ଖାଳନାୟିକା ଭାବେ ପରିଚିତ। ସେ ନିଜର ଅଭିନୟ ଓ ସ୍ଵଭାଵ ପାଇଁ ସବୁବେଳେ ଚର୍ଚ୍ଚା ରେ ଥାନ୍ତି। ସେ ୨୦୦୩ ରେ ବଣ୍ଟି ନେଗି ଙ୍କ ସହ ବିବାହ କରିଥିଲେ। ଏବଂ ୨୦୦୯ ରେ ସେ ତାଙ୍କ ଝିଅ ଆରା ଙ୍କୁ ଜନ୍ମ ଦେଲେ। ଏବଂ ୨୦୧୩ ରେ ସେ ନିଜ ସ୍ୱାମୀ ଙ୍କ ଠାରୁ ଅଲଗା ହୋଇଗଲେ। ଛାଡପତ୍ର ପରେ ସେ ନିଜ ଝିଅ ର ଲାଳନପାଳନ ଖୁବ ଭଲରେ କରିଥିଲେ। ଏବଂ ଏବେ ସେ ନିଜର ବୟଫ୍ରେଣ୍ଡ ସଲଭ ଡାଙ୍ଗ ଙ୍କ ସହ ବିବାହ କରିଛନ୍ତି। ଏବଂ ସେ ଏବେ ବହୁତ ଖୁସି ରେ ଅଛନ୍ତି।

ତେବେ ଫ୍ରେଣ୍ଡ୍ସ ଏମାନଙ୍କ ମଧ୍ୟରୁ ଆପଣଙ୍କର କିଏ ଅଧିକ ପସନ୍ଦ ଆମକୁ କମେନ୍ଟ କରନ୍ତୁ ଓ ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।