ଏହି କାରଣ ପାଇଁ ଡିଭୋର୍ସ ପୂର୍ବରୁ 10 ଥର ବ୍ରେକ ଅପ କରିଥିଲେ ନିଲମ, ଗୋବିନ୍ଦାଙ୍କୁ ବିବାହ କରିବାକୁ ଚାହୁଁଥିଲେ ହିରୋଇନ

ନୀଲମ କୋଠରୀ ବଲିଉଡ ର ଗୋଟେ ଜଣା ଶୁଣା ନାମ ଅଟେ । ଗୋବିନ୍ଦା ଙ୍କ ସହିତ ବହୁତ ଗୁଡେ ହିଟ ଫିଲ୍ମ ଦେଇସାରିଥିବା ନୀଲମ ଗୋଟେ ସମୟରେ ଗୋବିନ୍ଦା ଙ୍କୁ ବିବାହ କରିବାକୁ ଚାହୁଁଥିଲେ । ଗୋବିନ୍ଦା ଙ୍କ ପିତା ମଧ୍ୟ ନୀଲମ ଙ୍କୁ ନିଜ ଘରର ବୋହୁ କରିବାକୁ ଚାହୁଁଥିଲେ କିନ୍ତୁ ଗୋବିନ୍ଦା ଙ୍କ ମାଆ ଙ୍କୁ ଏହା ସ୍ବୀକାର ନଥିଲା । ବଲିଉଡ ରେ ପ୍ରାୟ ୪୭ ଟା ଫିଲ୍ମ କରିସାରିଥିବା ନୀଲମ ଆଜି ବଲିଉଡ ଜଗତରୁ ଦୂରରେ ଅଛନ୍ତି ।

କିନ୍ତୁ ଆଜି ମଧ୍ୟ ତାଙ୍କ ଫିଲ୍ମ ର ଚର୍ଚ୍ଚା ବଲିଉଡ ଜଗତରେ ଚାଲୁଛି । ନୀଲମ ଛୋଟ ପରଦାରେ ଆଊ କିଛି ବଲିଉଡ ଫିଲ୍ମ ରେ କାମ କରିଥିବା ଅଭିନେତା ସମୀର ସୋନି ଙ୍କୁ ବିବାହ କରିଥିଲେ ଏବଂ ଦୁହେଁ ଆଜି ବହୁତ ଖୁସିରେ ଅଛନ୍ତି । ବଲିଉଡ ଅଭିନେତା ଗୋବିନ୍ଦା ଙ୍କ ସହ ନୀଲମ ଙ୍କ ପ୍ରେମ ସମ୍ପର୍କ ବହୁତ ଚର୍ଚ୍ଚାରେ ରହିଥିଲା । ତେବେ ଚାଲନ୍ତୁ ଜାଣିବା ।

ବଲିଉଡ ଅଭିନେତ୍ରୀ ନୀଲମ କଠୋରି ଙ୍କ ଜନ୍ମ ୯ ନଭେମ୍ବର ୧୯୬୮ ରେ ହିଂକଂ ରେ ହେଇଥିଲା । ନୀଲମ ଙ୍କ ପରିବାର ଗୋଟେ ବହୁତ ବଡ଼ ବ୍ୟବସାୟିକ ଅଟନ୍ତି । ୧୯୮୪ ରେ ଆସୁଥିବା ଫିଲ୍ମ ଜବାନି ଦ୍ଵାରା ନୀଲମ ନିଜ ବଲିଉଡ କ୍ୟାରିଅର ଆରମ୍ଭ କରିଥିଲେ । ଏହାପରେ ୧୯୮୬ ରେ ଆସିଥିବା ଫିଲ୍ମ ଇଲଜାମ ରେ ଦେଖିବାକୁ ଆସିଥିଲେ । ନୀଲମ ଙ୍କ ଫିଲ୍ମ କ୍ୟାରିଅର ବହୁତ ଛୋଟ ରହିଥିଲା କିନ୍ତୁ ସେ ବହୁତ ହିଟ ଫିଲ୍ମ ଦେଇଛନ୍ତି ।

ନିଜ ଅଭିନୟ ଏବଂ ସୁନ୍ଦରତା ଦ୍ଵାରା ସବୁ ଦର୍ଶକ ଙ୍କ ମନ କିଣିଥିଲେ ନିଲମ । ନୀଲମ ଲଭ ୮୬, ଖୁଦ୍ଗର୍ଜ, ହତ୍ୟା, ଏକ ଲଡକା ଔର ଏକ ଲଡକି ପରି ହିଟ ଫିଲ୍ମ ସବୁ ଦେଇଛନ୍ତି । ନିଜ ସୁପରହିଟ କ୍ୟାରିଅର ଦ୍ଵାରା ନୀଲମ ଙ୍କ ଅଭିନେତା ଗୋବିନ୍ଦା ଙ୍କ ସହ ଲଭ ଅଫେୟାର ଜୋରସୋରରେ ଚାଲିଥିଲା ।

ନୀଲମ ଏବଂ ଗୋବିନ୍ଦା ଏକ ସହିତ ପ୍ରାୟ ୧୧ ଟି ଫିଲ୍ମ କରିଛନ୍ତି । ଏବଂ ଏହି ଫିଲ୍ମ କରିବା ସମୟରେ ଦୁହେଁ ଦୁହିଁଙ୍କୁ ପ୍ରେମ କରିବାକୁ ଲାଗିଥିଲେ । ସେତେବେଳେ ଏହା ମଧ୍ୟ ସାମ୍ନାକୁ ଆସିଥିଲା କି ନୀଲମ ଏବଂ ଗୋବିନ୍ଦା ଦୁହେଁ ବିବାହ କରିବାକୁ ଯାଉଛନ୍ତି । କିନ୍ତୁ ଗୋବିନ୍ଦା ଙ୍କ ମାଆ ଙ୍କ କାରଣରୁ ଏହି ପ୍ରେମ ସମ୍ପର୍କ ଅଧାରେ ରହିଗଲା ।

କାରଣ ଗୋବିନ୍ଦା ଙ୍କ ମାଆ ସୁନୀତା ଙ୍କୁ ନିଜ ଘରର ବୋହୂ କରିବାକୁ ଚାହୁଁଥିଲେ । ଗୋବିନ୍ଦା ଙ୍କ ମାଆ ଗୋବିନ୍ଦା ଙ୍କୁ କହିଥିଲେ କି ସେ ସୁନୀତା ଙ୍କୁ କଥା ଦେଇସାରିଛନ୍ତି ତେଣୁ ଗୋବିନ୍ଦା ନିଜ ମାଆ ଙ୍କ କଥାକୁ ଆଡେଇ ପରିଲେନାହିଁ ଏବଂ ନିଜ ଇଚ୍ଛା ନଥିବା ସତ୍ତ୍ଵେ ମଧ୍ୟ ସେ ସୁନୀତା ଙ୍କୁ ବିବାହ କରିଥିଲେ ।

ନୀଲମ ଏବଂ ଗୋବିନ୍ଦା ଙ୍କ ନିର୍ବନ୍ଧ ମଧ୍ୟ ହୋଇସାରିଥିଲା କିନ୍ତୁ ସବୁ କିଛି ବଦଳିଯାଇଥିଲା । ଗୋବିନ୍ଦା ଙ୍କ ପିତା ନୀଲମ ଙ୍କୁ ତାଙ୍କ ବୋହୂ ଭାବେ ସ୍ବୀକାର କରିସାରିଥିଲେ କିନ୍ତୁ ଗୋବିନ୍ଦା ଏବଂ ତାଙ୍କ ପିତା ଙ୍କ ଇଚ୍ଛା ଅଧାରେ ରହିଯାଇଥିଲା । ଗୋବିନ୍ଦା ଏବଂ ନୀଲମ ଅଲଗା ହେବାପରେ ଦୁହେଁ ନିଜ କ୍ୟାରିୟର ରେ ଆଗକୁ ବଢିଥିଲେ ।

୨୦୦୦ ମସିହାରେ ନୀଲମ ଋଷି ସେଠିଆ ଙ୍କୁ ବିବାହ କରିଥିଲେ । କିନ୍ତୁ ଏହି ସମ୍ପର୍କ ବେଶି ଦିନ ଚାଲିନଥିଲା । ଦୁହେଁ ବହୁତ ଜଲ୍ଦୀ ଅଲଗା ହେବାକୁ ନିଷ୍ପତି ନେଇଥିଲେ । ଏହା ପରେ ନୀଲମ ଭାରତ ଫେରି ଆସିଥିଲେ କିନ୍ତୁ ନୀଲମ ଫିଲ୍ମ ଦୁନିଆରୁ ବହୁତ ଦୂରକୁ ଚାଲିଯାଇଥିଲେ । କିନ୍ତୁ ସେ ଆଜି ମଧ୍ୟ ଗୋବିନ୍ଦା ଙ୍କୁ ଭଲ ପାଆନ୍ତି । କିନ୍ତୁ କିଛି ସମୟପରେ ଛୋଟ ପରଦାର ଅଭିନେତା ସମୀର ସୋନି ଙ୍କ ସହ ପ୍ରେମରେ ପଡ଼ିଥିଲେ ନୀଲମ । ସମୀର ପୂର୍ବରୁ ଏକ ବିବାହ କରିଥିଲେ କିନ୍ତୁ ତାଙ୍କ ବିବାହ ମଧ୍ୟ ବେଶି ଦିନ ଚଳିନଥିଲା ।

ଏବଂ ସେ ମଧ୍ୟ ଛାଡପତ୍ର ନେଇଥିଲେ । ସମୀର ମଧ୍ୟ ନୀଲମ ଙ୍କୁ ନିଜର ହୃଦୟ ଦେଇବସିଥିଲେ । ଏହା ପରେ ଦୁହେଁ ଦୁହିଁଙ୍କୁ ବିବାହ କରିବାକୁ ନିଷ୍ପତି ନେଇଥିଲେ । ଆଜି ଦୁହିଁଙ୍କର ଅହାନ ନାମର ଝିଅ ଅଛି । ଅହାନ ଙ୍କୁ ନୀଲମ ଏବଂ ସମୀର ୨୦୧୩ ମସିହାରେ କୋଲେଇଥିଲେ । ଆଜି ଦୁହେଁ ବହୁତ ଖୁସିରେ ଅଛନ୍ତି ଏବଂ ନିଜ ଜୀବନରେ ଆଗକୁ ବଢ଼ୁଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।