ଦୀପିକା ପାଦୁକୋଣଙ୍କ ବଡିଗାର୍ଡ ଜଲାଲର ସ୍ୟାଲେରୀ ଶୁଣି ଉଡିଯିବ ହୋସ, ହିରୋଇନଙ୍କ ଧ୍ୟାନ ରଖିବା ପାଇଁ ନିଅନ୍ତି ଏତେ କୋଟି ଟଙ୍କା

ଦୀପିକା ପାଦୁକୋନ ବଲୀଉଡ ଇଣ୍ଡଷ୍ଟ୍ରିର ସବୁଠୁ ଅଧିକ ପସନ୍ଦ କରାଯାଉଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ତାଙ୍କର ଫ୍ୟାନ ଫଲୋଇଙ୍ଗ ବହୁତ ଭଲ ଅଟେ । ଦୀପିକା ପାଦୁକୋନ ପ୍ରାୟତଃ ନିଜର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର ବି କରିଥାନ୍ତି । ଯାହାକୁ ଦର୍ଶକମାନେ ବହୁତ ଲାଇକ ଓ ଶେୟାର ବି କରିଥାନ୍ତି ଓ ଏହି ଫଟୋ କିଛି ସମୟ ମଧ୍ୟରେ ହିଁ ଭାଇରାଲ ହୋଇଯାଏ ।

କହିବାକୁ ଗଲେ ଦୀପିକା ପାଦୁକୋନ ଓ ତାଙ୍କର ସ୍ଵାମୀ ରଣବୀର ସିଂହଙ୍କ ବିଷୟରେ ପ୍ରାୟତଃ ସମସ୍ତେ ଜାଣିଛନ୍ତି । ତାଙ୍କର ଯୋଡି ବି କମାଲ ଅଟେ । କହିବାକୁ ଗଲେ ଦୀପିକା ପାଦୁକୋନ ବଲୀଉଡରେ ନିଜର କ୍ୟାରିୟରର ପ୍ରଥମ ଫିଲ୍ମ ଶାହରୁଖ ଖାନଙ୍କ ସହିତ କରିଥିଲେ । ତାଙ୍କର ପ୍ରଥମ ଫିଲ୍ମ ‘ଓମ ଶାନ୍ତି ଓମ’ରୁ ହିଁ ତାଙ୍କର ଫ୍ୟାନ ଫଲୋଇଙ୍ଗ ଆରମ୍ଭ ହୋଇ ଯାଇଥିଲା । ଯେତେବେଳେ ବି ଦୀପିକା ଘରୁ ବାହାରକୁ ବାହାରନ୍ତି ତେବେ ମିଡିଆ ଓ ଫ୍ୟାନମାନଙ୍କ ଭିଡ ଲାଗିଯାଏ ।

ସମସ୍ତେ ତାଙ୍କର ଗୋଟିଏ ଝଲକ ପାଇବା ପାଇଁ ଉତ୍ସାହୀ ଥାନ୍ତି । ବେଳେ ବେଳେ ଭିଡ ମଧ୍ୟରେ କିଏ ତାଙ୍କୁ କେହି କେହି ଟଚ କରିଦିଅନ୍ତି ତ କିଏ ତାଙ୍କୁ ଧକା ବି ମାରି ଦିଅନ୍ତି । ଏମିତିରେ ବଡିଗାର୍ଡ ରଖାଯାଏ ଯେଉଁମାନେ ଷ୍ଟାରମାନଙ୍କୁ ସମସ୍ତ ପ୍ରକାରର ପରିସ୍ଥିତିରେ ସୁରକ୍ଷା କରିଥାନ୍ତି । ଏହି କ୍ରମରେ ଆଜି ଆମେ ଦୀପିକା ପାଦୁକୋନଙ୍କ ବଡିଗାର୍ଡ ବିଷୟରେ କଥାବାର୍ତ୍ତା କରିବା । କହିବାକୁ ଗଲେ ଭିଡ ମଧ୍ୟରେ ସୁରକ୍ଷା ମାମଲାରେ ଦୀପିକା ପାଦୁକୋଲ ନିଜର ବଡିଗାର୍ଡ ଜଳାଳ ଉପରେ ଅଧିକ ବିଶ୍ଵାସ କରନ୍ତି ।

ଅନ୍ୟ ପଟେ ଜଳାଳ ବି ଦୀପିକା ପାଦୁକୋନଙ୍କୁ ଟ୍ରାଭେଲ ଠାରୁ ନେଇ ଶୁଟିଙ୍ଗ ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ସୁରକ୍ଷା କରିଥାନ୍ତି । କହିବାକୁ ଗଲେ ବହୁ ବର୍ଷ ହେବ ଜଳାଳ ଦୀପିକା ପାଦୁକୋନଙ୍କ ସହ ଅଛନ୍ତି । ଏହା ବି ଶୁଣିବାକୁ ମିଳିଥାଏ କି ଦୀପିକା ପାଦୁକୋନ ତାଙ୍କୁ ନିଜର ବଡିଗାର୍ଡ ନୁହେଁ ନିଜର ଭାଇ ବୋଲି ମାନନ୍ତି । ରିପୋର୍ଟ ଅନୁସାରେ ଦୀପିକା ତାଙ୍କୁ ରାକ୍ଷୀ ବି ବାନ୍ଧନ୍ତି ।

ଦୀପିକା ପାଦୁକୋନଙ୍କ ଜୀବନରେ ଜଳାଳ କେତେ ମହତ୍ଵ ରଖେ ଏହା ବିଷୟରେ ଆପଣ ଅନ୍ଦାଜ ବି ଲଗାଇ ପାରିବେ ନାହିଁ । ଯଦି କଥାବାର୍ତ୍ତା କରିବା ଦୀପିକା ପାଦୁକୋନଙ୍କ ବଡିଗାର୍ଡ ଜଳାଳଙ୍କ ସ୍ୟାଲେରୀ ବିଷୟରେ ତେବେ ଜଳାଳଙ୍କ ସ୍ୟାଲେରୀ ୮୦ ଲକ୍ଷରୁ ୧ କୋଟି ଟଙ୍କା ମଧ୍ୟରେ ଅଟେ । ରିପୋର୍ଟ ଅନୁସାରେ ରଣବୀର ଓ ଦୀପିକାଙ୍କର ଯେତେବେଳେ ବିବାହ ହୋଇଥିଲା ତେବେ ଜଳାଳ ହିଁ ଭେନ୍ୟୁର ସିକ୍ୟୋରିଟୀ ଗାର୍ଡର ହେଡ ଥିଲେ ।

ଯଦି ଫିଲ୍ମ ବିଷୟରେ କଥାବାର୍ତ୍ତା କରିବା ତେବେ ରଣବୀର ଓ ଦୀପିକା ଦୁଇ ଜଣ ହିଁ ଫିଲ୍ମ ‘83’ରେ ନଜର ଆସିବେ । କିନ୍ତୁ ଲକଡାଉନ କାରଣରୁ ଏହି ଫିଲ୍ମକୁ ପୋସ୍ଟପୋନ କରି ଦିଆ ଯାଇଛି । ଏମିତିରେ ଫ୍ୟାନମାନେ ଆଶା କରୁଛନ୍ତି କି ଥିଏଟର ରେ ଜଲ୍ଦି ହିଁ ଏହି ଫିଲ୍ମ ରିଲିଜ ହେଉ । ଏହି ଫିଲ୍ମର ନିର୍ଦେଶନା କବୀର ଖାନ କରିଛନ୍ତି ଓ ଏହି ଫିଲ୍ମ ୧୯୮୩ରେ ଭାରତୀୟ କ୍ରିକେଟ ଟିମ ଦ୍ଵାରା ବିଜୟ ହାସଲ କରିଥିବା ୱାର୍ଲ୍ଡକପ ଉପରେ ଆଧାରିତ ଅଟେ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।