କର୍ମଚାରୀଙ୍କୁ ଲକଡାଉନର ୫୪ ଦିନର ଦରମା ମିଳିବ କି ନାହିଁ, ସୁପ୍ରୀମ କୋର୍ଟ ଶୁଣାଇଲେ ଏହି ନିଷ୍ପତି

ସୁପ୍ରୀମ କୋର୍ଟ ସକ୍ଷମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଈ) ସହିତ କେତେକ କମ୍ପାନୀ ଦ୍ଵାରା କରାଯାଇଥିବା ଆବେଦନ ଉପରେ ନିଷ୍ପତି ଶୁଣାଇଛନ୍ତି । ଯେଉଁଥିରେ କୋଭିଡ – ୧୯ ମହାମାରୀ କାରଣରୁ ଲଗାଯାଇଥିବା ଲକଡାଉନର ୫୪ ଦିନ ଅବଧିର କର୍ମଚାରୀମାନଙ୍କୁ ତାଙ୍କର ସମ୍ପୂର୍ଣ ସ୍ୟାଲେରୀ ଦେବା ପାଇଁ ଗୃହ ମନ୍ତ୍ରାଳୟର ଆଦେଶକୁ ଚ୍ୟାଲେଞ୍ଜ ଦିଆ ଯାଇଥିଲା । କୋର୍ଟ କହିଲେ କି ଯେଉଁ କମ୍ପାନୀ କର୍ମଚାରୀମାନଙ୍କୁ ଲକଡାଉନ କାରଣରୁ ପୁରା ସ୍ୟାଲେରୀ ଦେଇ ପାରି ନାହାନ୍ତି, ତାଙ୍କ ବିରୁଦ୍ଧରେ ବର୍ତ୍ତମାନ କୌଣସି ବି ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ନାହିଁ ।

ସୁପ୍ରୀମ କୋର୍ଟ ଶ୍ରମ ସଂଗଠନ ଉଦ୍ୟୋଗର ମାଲିକମାନଙ୍କ ସହ କଥାବାର୍ତ୍ତା କରି ଏହାର ସମାଧାନ ବାହାର କରିବା ପାଇଁ କହିଛନ୍ତି । ସୁପ୍ରୀମ କୋର୍ଟ କହିଲେ କି ବିନା କର୍ମଚାରୀରେ କୌଣସି ବି ଇଣ୍ଡଷ୍ଟ୍ରି କାମ କରି ପାରିବ ନାହିଁ । ସେଥିପାଇଁ କର୍ମଚାରୀମାନେ ପରସ୍ପର ମଧ୍ୟରେ କଥାବାର୍ତ୍ତା କରି ସମାଧାନ ବାହାର କରିବାକୁ ଚେଷ୍ଟା କରନ୍ତୁ ।

ଏହା ସହିତ କୋର୍ଟ କହିଛନ୍ତି କି ଯଦି ଏହିଭଳି ସମ୍ଭବ ହେଉ ନାହିଁ ତେବେ ଆପଣମାନେ ସମ୍ବନ୍ଧିତ ଲେବର କୋର୍ଟ ଯାଇ ପାରିବେ । ଏହା ଛଡା ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ ଜୁଲାଇ ମାସର ଶେଷ ସପ୍ତାହରେ ଲିଖିତ ବୟାନ ଦାଖଲ କରିବା ପାଇଁ କହିଛନ୍ତି । କେନ୍ଦ୍ରକୁ ୨୯ ମାର୍ଚର ଆଦେଶର ଜବାବ ଦେବାକୁ ପଡିବ ।

ଯେଉଁଥିରେ ଲକଡାଉନ ସମୟରେ କର୍ମଚାରୀମାନଙ୍କୁ ପୁରା ସ୍ୟାଲେରୀ ଦେବା କଥା କୁହାଯାଇ ଥିଲା । କେନ୍ଦ୍ର ଆଦେଶ ଜାରି କରି କହିଥିଲେ କି କମ୍ପାନୀକୁ କର୍ମଚାରୀମାନଙ୍କୁ ୫୪ ଦିନର ପୁରା ସ୍ୟାଲେରୀ ଦେବାକୁ ପଡିବ, ଯାହାକୁ ନେଇ କେତେକ କମ୍ପାନୀମାନେ ସୁପ୍ରୀମ କୋର୍ଟରେ କେସ କରିଥିଲେ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।