ସିଏମ ଯୋଗୀଙ୍କୁ ବମରେ ଉଡାଇ ଦେବାର ମିଳିଲା ଧମକ, ଯୋଗୀଙ୍କ ଆବାସ ସହିତ ୫୦ଟି ସ୍ଥାନରେ ବଢାଗଲା ସୁରକ୍ଷା

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିଷୟରେ ପ୍ରାୟତଃ ଦେଶବାସୀ ଜାଣିଛନ୍ତି । କହିବାକୁ ଗଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନ୍ୟୁଜ ଚ୍ୟାନେଲ ଗୁଡିକରେ ପ୍ରାୟତଃ ଛାଇ ରହିଥାନ୍ତି । ଏହାର ମୁଖ୍ୟ କାରଣ ହେଉଛି ତାଙ୍କର ସମସ୍ତଙ୍କ ପ୍ରତି ନ୍ୟାୟ ବିଚାର କରିବା । ଏହା ଛଡା ସେ ନିଜର ବୟାନ ପାଇଁ ବି ଚର୍ଚାରେ ରହିଥାନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମ୍ବନ୍ଧରେ ଏକ ମହତ୍ଵପୂର୍ଣ ଖବର ସାମ୍ନାକୁ ଆସୁଛି ।

କହିବାକୁ ଗଲେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବମରେ ଉଡାଇ ଦେବାର ଧମକ ମିଳିଛି । ଧମକ ଭରା ଫୋନ ପରେ ଲଖନୌ ପୁଲିସ ପ୍ରଶାସନ ସଚେତନ ହୋଇ ଯାଇଛନ୍ତି । ପୋଲିସ ପ୍ରଶାସନ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦେବାରେ ଲାଗି ଯାଇଛନ୍ତି ଓ ମୁଖ୍ୟମନ୍ତ୍ରୀଙ୍କ କାଳିଦାସ ମାର୍ଗ ସ୍ଥିତ ଆବାସର ତତ୍କାଳ ସୁରକ୍ଷା ବି ବଢାଇ ଦିଆ ଯାଇଛି । କେବଳ ଏତିକି ନୁହେଁ ତାଙ୍କର କାଳିଦାସ ମାର୍ଗରେ ସ୍ଥିତ ଆବାସକୁ ବି ବମରୁ ଉଡାଇ ଦେବାର କଥା ଶୁଣିବା ପରେ ପ୍ରଶାସନ ମଧ୍ୟରେ ହଙ୍ଗାମା ମଚି ଯାଇଛି ।

ୟୁପି ପୋଲିସର ଇମରଜେଂସୀ ସର୍ବିସ ନମ୍ବର ୧୧୨ର ହ୍ଵାଟ୍ସଆପ ରେ ଏକ ମ୍ୟାସେଜ କରି ଯୋଗୀ ଆଦିତ୍ୟନାଥଙ୍କୁ ବମରେ ଉଡାଇ ଦେବାର ଧମକ ଦିଆ ଯାଇଛି । ଏହା ସହିତ ଉତ୍ତର ପ୍ରଦେଶର ୫୦ଟି ଅଲଗା ଅଲଗା ସ୍ଥାନକୁ ବି ବମରେ ଉଡାଇ ଦେବାର ଧମକ ଦିଆ ଯାଇଛି । ଯେଉଁଥିରେ ୟୁପି ୧୧୨ର ବିଲଡିଙ୍ଗ ବି ସାମିଲ ଅଛି । ଧମକ ଭରା ମ୍ୟାସେଜ ପରେ ମୁଖ୍ୟମନ୍ତ୍ରୀଙ୍କ ଆବାସର ସୁରକ୍ଷା ବଢାଇ ଦିଆ ଯାଇଛି ।

ଏହା ସହିତ ଡଗ ସ୍କ୍ବାଡ ବି ସମସ୍ତ ସ୍ଥାନରେ ଚେକିଙ୍ଗ କରୁଛନ୍ତି ଓ ମୁଖମନ୍ତ୍ରୀଙ୍କ ଆବାସ ଛଡା ଅନ୍ୟ କେତେକ ଭିଆଇପି ଅଞ୍ଚଳର ବି ଚେକିଙ୍ଗ ଆରମ୍ଭ ହୋଇ ଯାଇଛି । ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ବି ସିଏମ ଯୋଗୀଙ୍କୁ ଜୀବନରୁ ମାରି ଦେବା ପାଇଁ ଧମକ ମିଳି ସାରିଛି । ସିଏମ ଯୋଗୀ ପୂର୍ବରୁ ହିଁ ଆତଙ୍କିମାନଙ୍କ ଟାର୍ଗେଟରେ ଅଛନ୍ତି । ଏମିତିରେ ସିଏମ ଯୋଗୀଙ୍କୁ ଜୀବନରୁ ମାରି ଦେବାର ଧମକ ପ୍ରଶାସନକୁ ଚିନ୍ତାରେ ପକାଇ ଦେଇଛି ।