କିଏ ଅଟନ୍ତି ଶାହରୁଖ ଖାନଙ୍କ ପାଖରେ ବସିଥିବା ଏହି ଯୁବକ ! ଜାଣିଲେ ଆପଣ ବି ବିଶ୍ବାସ କରି ପାରିବେନି

ବଲିଉଡର କିଙ୍ଗ ଖାନ କୁହାଯାଉଥିବା ଶାହରୁଖ ଖାନଙ୍କ ପାଖରେ ବସିବା ପାଇଁ ଦୁନିଆର ପ୍ରାୟତଃ ଲୋକମାନେ ଇଚ୍ଛା କରିଥାନ୍ତି । କିନ୍ତୁ ସମସ୍ତଙ୍କୁ ସେ ଚାନ୍ସ ମିଳେ ନାହିଁ । ବର୍ତ୍ତମାନ ଶାହରୁଖ ଖାନ ଆଇପିଏଲ – ୧୨ରେ ବ୍ୟସ୍ତ ଅଛନ୍ତି । ସେ ନିଜ ଟିମର ସମସ୍ତ ମ୍ୟାଚରେ ଉପସ୍ଥିତ ରହୁଛନ୍ତି । କିନ୍ତୁ ଆଜି ଆମେ ଯାହା ବିଷୟର କଥା ହେବାକୁ ଯାଉଛୁ ସେ କିଛି ଦିନ ତଳେ ହିଁ ଶାହରୁଖ ଖାନଙ୍କ ପାଖରେ ବସିଥିବାର ନଜର ଆସିଥିଲେ ଯିଏକି ବହୁତ ସାଧାରଣ ଅଟନ୍ତି । ସମସ୍ତେ ଜାଣିବାକୁ ଚାହୁଁଛନ୍ତି କି ସେ ବ୍ୟକ୍ତି ଜଣକ କିଏ ?

କିଏ ଅଟନ୍ତି ଶାହରୁଖ ଖାନ ପାଖରେ ବସିଥିବା ଏହି ଯୁବକ ?

ସୋସିଆଲ ମିଡିଆରେ ଶାହରୁଖ ଖାନଙ୍କ ପାଖରେ ବସିଥିବା ଏହି ଯୁବକଙ୍କର ଫଟୋ ବହୁତ ଭାଇରାଲ ହେଉଛି । କୋଲକାତା ନାଇଟ ରାଇଡର୍ସ ଓ ଚେନ୍ନଈ ସୁପରକିଂଗ୍ସ ମଧ୍ୟରେ ଏମ.ଏ. ଚିଦମ୍ବରମ ଷ୍ଟାଡିୟମରେ ହୋଇଥିବା ମ୍ୟାଚରେ ଶାହରୁଖ ଖାନଙ୍କ ସହିତ ଏହି ଯୁବକ ବସିଥିଲେ । ବର୍ତ୍ତମାନ ସମସ୍ତେ ଜାଣିବାକୁ ଚେଷ୍ଟା କରୁଛନ୍ତି କି ଏହି ଯୁବକ ଜଣକ କିଏ ? କହିବାକୁ ଗଲେ ଏହି ଯୁବକର ରଙ୍ଗ କଳା ଅଟେ ।

ଯେଉଁ କାରଣରୁ ଏହି ଯୁବକଙ୍କୁ ଖୁବ ଥଟ୍ଟା ବି କରାଯାଉଛି । କିନ୍ତୁ ଆପଣମାନଙ୍କୁ କହିଦେଉଛୁ କି ସେ କୌଣସି ସାଧାରଣ ଯୁବକ ନୁହଁନ୍ତି । ଷ୍ଟାଡିୟମର ଭିଆଇପି ଷ୍ଟାଣ୍ଡରେ ଶାହରୁଖ ଖାନଙ୍କ ପାଖରେ ବସିଥିବା ଏହି ଯୁବକର ନାମ ଏଟଲୀ କୁମାର ଅଟେ ।

ଏଟଲୀ ତାମିଲ ଫିଲ୍ମର ଜଣେ ପପୁଲାର ନାମ ଅଟନ୍ତି । ତମିଲନାଡୁର ମଦୁରୈରେ ଜନ୍ମ ଗ୍ରହଣ କରିଥବା ଏଟଲୀ କୁମାରଙ୍କର ଅସଲ ନାମ ଅରୁଣ କୁମାର ଅଟେ । ସେ ତାମିଲ ଫିଲ୍ମ ଗୁଡିକରେ ନିର୍ଦ୍ଦେଶକ ଓ ସ୍କ୍ରିନପ୍ଲେ ରାଇଟର ରୂପରେ କାମ କରନ୍ତି । ସେ ୨୦୧୩ରେ ରାଜା–ରାନୀ ଫିଲ୍ମରୁ ଡେବ୍ୟୁ କରିଥିଲେ ଓ ଏହା ପରେ ସେ ବିଭିନ୍ନ ତାମିଲ ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ।

ଶାହରୁଖଙ୍କ ପାଖରେ ବସିବାର ସ୍ଵପ୍ନ

କହିବାକୁ ଗଲେ ଶାହରୁଖ ଖାନଙ୍କର ଫିଲ୍ମ ସେମିତି କିଛି ଖାସ କମାଲ କରି ପାରୁ ନାହିଁ । କିନ୍ତୁ ତଥାପି ତାଙ୍କର ଫ୍ୟାନ ଫଲୋଇଙ୍ଗ ରେ କିଛି ବି ଅସୁବିଧା ଆସି ନାହିଁ । ଯେତେବେଳେ ଏଟଲୀ କୁମାରଙ୍କ ସହିତ ତାଙ୍କର ଫଟୋ ଭାଇରାଲ ହେଲା ସେତେବେଳେ ବହୁତ ସବୁ କମେଣ୍ଟ ଆସିଥିଲା ଓ ଯେଉଁଥିରେ ଲୋକମାନେ ଲେଖିଥିଲେ କି, ଆମେ କଣ ଏତେ ଖରାପ । ଦେଖିବାକୁ ଗଲେ ତାଙ୍କର ଗତ କିଛି ଫିଲ୍ମ ପାଇଁ ସେ ଆଜି ବି ସୁପରଷ୍ଟାରର କ୍ୟାଟେଗରୀ ରେ ଆସିଥାନ୍ତି ।