ଯଦି ଆପଣଙ୍କର ପିଲା ବି ବିଛଣାରେ କରୁଛି ପରିସ୍ରା ତ ଖାଇବାକୁ ଦିଅନ୍ତୁ ଏହି ଜିନିଷ, କିଛି ଦିନରେ ଦୂର ହୋଇଯିବ ଏହି ଅଭ୍ୟାସ

ପିଲାବେଳେ ସମସ୍ତେ ବିଛଣାରେ ଶୋଇବା ସମୟରେ ପରିସ୍ରା କରି ଦିଅନ୍ତି । କାରଣ ସେହି ସମୟରେ ସେମାନେ କିଛି ବି ଜାଣି ପାରନ୍ତି ନାହିଁ । କିନ୍ତୁ ଧୀରେ ଧୀରେ ବଡ ହେଲେ ଏହି ଅଭ୍ୟାସଟି ମଧ୍ୟ ଦୂର ହୋଇଯାଏ । କାରଣ ସେମାନେ ସବୁ ଧୀରେ ଧୀରେ ବୁଝି ଯାଆନ୍ତି । କିନ୍ତୁ ପ୍ରାୟତଃ ଏମିତି ଦେଖା ଯାଇଛି କି କିଛି ପିଲାମାନେ ବଡ ହେବା ପରେ ବି ବିଛଣାରେ ପରିସ୍ରା କରି ଦିଅନ୍ତି ।

ଯେଉଁ କାରଣରୁ ତାଙ୍କର ମାତା ପିତାଙ୍କୁ ବହୁତ ଅସୁବିଧା ହୋଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଏମିତି କିଛି ଉପାୟ ନେଇ ଆସିଛୁ ଯାହାକୁ ପ୍ରୟୋଗ କରିବା ଦ୍ଵାରା ଆପଣଙ୍କର ଏହି ସମସ୍ୟା ଦୂର ହୋଇଯିବ ।

କିନ୍ତୁ ପ୍ରଥମେ ଆପଣମାନେ ଜାଣି ନିଅନ୍ତୁ କି ପିଲାମାନେ ଏହା ଜାଣି ଶୁଣି କରନ୍ତି ନାହିଁ ଏହା ପଛରେ ବି କାରଣ ଅଛି । ବହୁତ ପିଲାମାନଙ୍କ ପେଟରେ କୀଟ ଥାଏ ଯେଉଁ କାରଣରୁ ପିଲାମାନେ ରାତିରେ ଶୋଇବା ସମୟରେ ପରିସ୍ରା କରି ଦିଅନ୍ତି । କିନ୍ତୁ ୩ ରୁ ୪ ବର୍ଷ ଉର୍ଦ୍ଧ ପିଲାମାନେ ଯଦି ଅତ୍ୟଧିକ ପରିସ୍ରା କରୁଛନ୍ତି ତେବେ ଡାକ୍ତର ମାନଙ୍କର ପରାମର୍ଶ ନିଅନ୍ତୁ ।

ବିଛଣାରେ ପରିସ୍ରା କରୁଥିବା ପିଲାମାନଙ୍କ ପାଇଁ ଏହି ଉପାୟ

ଯେଉଁ ପିଲାମାନଙ୍କୁ ବିଛଣାରେ ପରିସ୍ରା କରିବାର ଅଭସ୍ୟା ଅଛି, ସେହି ପିଲାମାନଙ୍କୁ ଶୋଇବା ପୂର୍ବରୁ ୨ ଟି ଅଖରୋଟ ଓ ୧୫ ଟି କିଶମିଶ ଖୁଆଇ ଦିଅନ୍ତୁ । ଏହାକୁ ଆପଣ ଲଗାତାର ୧୫ ରୁ ୨୦ ଦିନ ପର୍ଯ୍ୟନ୍ତ କରନ୍ତୁ । ଏହାକୁ ସେବନ କରିବା ଦ୍ଵାରା ପିଲାମାନଙ୍କର ନର୍ଭ ସିଷ୍ଟମକୁ ଲାଭ ପହଞ୍ଚିଥାଏ । ଏହା ସହିତ ମସ୍ତିଷ୍କର ବୌଦ୍ଧିକ ବିକାସ ବି ଜଲ୍ଦି ହୋଇଥାଏ । ଏହା ଛଡା ଆପଣ ସବୁଦିନ ପିଲାମାନଙ୍କୁ ଶୋଇବା ପୂର୍ବରୁ ମହୁରେ ଭିଜାଇ ରଖିଥିବା ଖଜୁରୀର ୨ ରୁ ୩ ଟି ଦାନା ଖୁଆଇ ଦେଇ ପାରିବେ ।

ଏହି ସମସ୍ତ ଉପାୟକୁ କରିବା ଦ୍ଵାରା ପିଲାମାନଙ୍କୁ ବହୁତ ଲାଭ ହୋଇଥାଏ ଏବଂ ଧୀରେ ଧୀରେ ପିଲାମାନେ ଶୋଇବା ସମୟରେ ବିଛଣାରେ ପରିସ୍ରା କରିବା ବନ୍ଦ କରି ଦିଅନ୍ତି । ଏହା ପିଲାମାନଙ୍କର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଭଲ ଆହାର ଅଟେ ।