୨୧ ବର୍ଷ ପରେ ମଲାଇକା ଅରୋଡ଼ାଙ୍କ ଖୁଲସା, କହିଲେ‘ଛଇୟାଁ ଛଇୟାଁ ଗୀତର ଶୁଟିଙ୍ଗ ସମୟରେ ମୋ ଶରୀରରେ…’

ବଲୀଉଡର ଅଭିନେତ୍ରୀ ମଲାଇକା ଅରୋଡ଼ା ପ୍ରାୟତଃ କୌଣସି ନା କୌଣସି କାରଣରୁ ଚର୍ଚାରେ ଆସି ଯାଆନ୍ତି । କହିବାକୁ ଗଲେ ମଲାଇକା ଅରୋଡ଼ା ବର୍ତ୍ତମାନ ନିଜର ବନ୍ଧୁମାନଙ୍କ ସହିତ ମାଲଦୀବ୍ସରେ ଛୁଟି ପାଳନ କରୁଛନ୍ତି । କିନ୍ତୁ ଏହା ପୂର୍ବରୁ ମଲାଇକା ଅରୋଡ଼ା କରିନା କପୁରଙ୍କ ଜାଗାରେ ଡାନ୍ସ ଇଣ୍ଡିଆ ଡାନ୍ସର ଶୁଟିଙ୍ଗ କରିଛନ୍ତି । ଏହି ସମୟରେ ସେ ନିଜର କିଛି ପୁରୁଣା ଅନୁଭବ ବିଷୟରେ ବି କହିଲେ ।

ମଲାଇକା ଅରୋଡ଼ା ଏହି ଶୋ ରେ ନୃତ୍ୟ ପ୍ରଦର୍ଶନ ବି କରିଲେ, ଯାହାକୁ ଦେଖି ଦର୍ଶକମାନେ ବହୁତ ଖୁସି ବି ହୋଇଗଲେ । କହିଦେଉଛୁ ଯେ ବୟସ ବଢିବା ସହିତ ମଲାଇକା ଅରୋଡ଼ା ଆହୁରି ବି ଯବାନ ଦେଖା ଯାଉଛନ୍ତି । ଏହି ବୟସରେ ବି ମଲାଇକା ନିଜର ଫିଟନେସ ଉପରେ ପୁରା ଧ୍ୟାନ ରଖନ୍ତି ।

ଛଇୟାଁ ଛଇୟାଁ କୁ ନେଇ ମଲାଇକା ଶେୟାର କରିଲେ ନିଜର ଅନୁଭବ

ଶାହରୁଖ ଖାନଙ୍କର ଫିଲ୍ମ “ଦିଲ ସେ” ରେ ମଲାଇକା ଅରୋଡ଼ା ଛଇୟାଁ ଛଇୟାଁ ଗୀତରେ ନାଚିଥିଲେ ଓ ଏହା ବହୁତ ପୁରୁଣା ଅଟେ, କିନ୍ତୁ ଏହି ଗୀତଟି ସେହି ସମୟରେ ବହୁତ ଭାଇରାଲ ହୋଇଥିଲା । ଏହି ଗୀତାରେ ମଲାଇକାଙ୍କର ଡାନ୍ସ ବହୁତ ସୁନ୍ଦର ଥିଲା । ଯାହାକୁ ବର୍ତ୍ତମାନ ବି ବହୁତ ପସନ୍ଦ କରାଯାଏ । ଏହା ସହିତ ଏହି ଗୀତଟି ସେହି ସମୟରେ ଛୋଟ ପିଲାମାନଙ୍କର ଖେଳଣାରେ ଛଇୟାଁ ଛଇୟାଁ ରିଙ୍ଗଟୋନେ ହୋଇ ବି ବାଜୁଥିଲା ।

ଏମିତିରେ ମଲାଇକା ଅରୋଡ଼ା କହିଲେ କି ଏହି ଗୀତର ଶୁଟିଙ୍ଗ ସମୟରେ ଟ୍ରେନର ଏକ ସିନରେ ମୋର ଅଣ୍ଟାରେ ଦଉଡି ବନ୍ଧା ଯାଇଥିଲା, ଯାହା ପରେ ମୋ ଅଣ୍ଟାରୁ ରକ୍ତ ବାହାରୁଥିଲା ।

ସମସ୍ତେ ମୋର ଧ୍ୟାନ ରଖିଥିଲେ – ମଲାଇକା ଅରୋଡ଼ା

ମଲାଇକା ଅରୋଡ଼ା କହିଲେ କି ମୁଁ ଶାହରୁଖଙ୍କ ଆଗରେ ନିଜକୁ ବହୁତ ଛୋଟ ବୋଲି ଅନୁଭବ କରୁଥିଲି, କିନ୍ତୁ ସମସ୍ତେ ମୋ ସହିତ ଏକ ପରିବାର ସଦସ୍ୟ ଭଳି ବ୍ୟବହାର କରୁଥିଲେ । ଯେତେବେଳେ ଗୀତର ଶୁଟିଙ୍ଗ ପରେ ମୋ ଶରୀରରୁ ରକ୍ତ ବାହାରିଲା ତେବେ ସେଠି ଥିବା ସମସ୍ତ ଲୋକମାନେ ମୋର ବହୁତ ଧ୍ୟାନ ରଖିଲେ, ଯାହାର ଫଳ ସ୍ୱରୂପ କିଛି ଦିନ ମଧ୍ୟରେ ହିଁ ମୁଁ ଠିକ ହୋଇଗଲି ।

କହିଦେଉଛୁ ଯେ ଏହି ଗୀତର ଏକ ସିନରେ ଦଉଡିର ଏକ ପାର୍ଶ୍ଵକୁ ମଲାଇକାଙ୍କର ଅଣ୍ଟାରେ ବନ୍ଧା ଯାଇଥିଲା ଓ ଦ୍ଵିତୀୟ ପାର୍ଶ୍ଵକୁ ଟ୍ରେନ ବନ୍ଧା ଯାଇଥିଲା, ଯେଉଁ କାରଣରୁ ତାଙ୍କର ଅଣ୍ଟାରୁ ରକ୍ତ ବାହାରୁଥିଲା ।

ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।