ଗୁରୁତର ଅବସ୍ଥାରେ ICU ରେ ଭର୍ତ୍ତି ହେଲେ ଓଡିଆ ସିଙ୍ଗର ଶକ୍ତି ମିଶ୍ର ( Shakti Mishra)

ଓଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରି କଳାକାର ମାନେ ନିଜର ଜବରସ୍ତ ପ୍ରଫୋମାଂସ ପାଇଁ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଜାଗା ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ଠିକ ସେହି ପରି ଓଲିଉଡ ଜଗତରେ କଣ୍ଠଦାନ କରୁଥିବା ସଂଗୀତ କାର ମାନେ ମଧ୍ୟ କିଛି କମ ନୁହନ୍ତି ।

ଓଲିଉଡ ଜଗତର ଗାୟକ ବା ଗାୟିକା ମାନେ ନିଜର ସୁମଧୁର କଣ୍ଠରେ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଓଡିଆ ଶିଂଗର ଶକ୍ତି ମିଶ୍ରଙ୍କ ବିଷୟରେ କିଛି ଜରୁରୀ ସୂଚନା ଦେବାକୁ ଯାଉଛୁ । ଓଲିଉଡ ଇଣ୍ଡଷ୍ଟ୍ରିରେ ଓଡିଆ ଶିଂଗର ଶକ୍ତି ମିଶ୍ରଙ୍କୁ କିଏ ନ ଜାଣିଛନ୍ତି । ସେ ନିଜର ସୁମଧୁର କଣ୍ଠରେ କଣ୍ଠଦାନ କରି ଅନେକ ସଙ୍ଗୀତରେ ଗୀତ ଗାଇଛନ୍ତି । ସେ ଅନେକ ଆଲବମ ଓ ଓଡିଆ ଭଜନରେ ଗୀତ ଗାଇ ଓଡିଶାରେ ପ୍ରସିଦ୍ଧ ହୋଇ ପାରିଛନ୍ତି ।

ତାଙ୍କର ଗାଇଥିବା ହିଟ ଗୀତ ଗୁଡିକ ମଧ୍ୟରେ “ଭଲ ଯଦି ପାଉଛ ମିଛରେ”, “ତମେ ଗୋଟେ ସୁନା ଝିଅ”, “ତମେ ଯେବେ ଭିଜା କେସ”, “ଭୂଗୋଳରେ ତମେ ଭାରି ଭଲ”, “ସାଗର ନ ଥାଇ ଢେଉ ଉଠାନ୍ତା”, ‘ଚାଲ ଚାଲରେ ଶଗଡିୟା” ଇତ୍ୟାଦି ଯେଉଁଥିରେ ସେ କଣ୍ଠଦାନ କରିଥିଲେ ।

କିନ୍ତୁ ଗତ କିଛି ଦିନ ହେବେ ସେ ଲିଭର ଜନିତ ରୋଗରେ ପୀଡିତ ହୋଇ ଭୁବନେଶ୍ଵରର ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହସପିଟାଲରେ ଡାକ୍ତର ଟିମ ତାଙ୍କର ସ୍ବାସ୍ଥ୍ୟବସ୍ଥା ପରୀକ୍ଷା ନିରୀକ୍ଷା କରୁଛନ୍ତି । ବର୍ତ୍ତମାନ ଶିଂଗର ଶକ୍ତି ମିଶ୍ରଙ୍କୁ ନେଇ ଏକ ବଡ ଖବର ଆସି ପହଞ୍ଚିଛି । ସୂଚନା ଅନୁସାରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଅତି ଶୋଚନିୟ ହୋଇ ଗୁରୁତର ଅବସ୍ଥା ହୋଇ ପଡିଛି ।

ପ୍ରଥମେ ତାଙ୍କର ସ୍ୱାସ୍ଥ୍ୟ ଅଧିକ ଖରାପ ହେବାରୁ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇ ଥିଲେ ମଧ୍ୟ ପରେ ତାଙ୍କର ସ୍ୱାସ୍ଥ୍ୟ ଅତି ଗୁରୁତର ହୋଇ ପଡିବାରୁ ତାଙ୍କୁ ଏମ୍ସ ହସପିଟାଲରେ ସ୍ଥାନାନ୍ତର କରାଯାଇ ଥିଲା । ଏମ୍ସ ହସପିଟାଲରେ ଏକ ସ୍ଵତନ୍ତ୍ର ଡାକ୍ତରୀ ଟିମ ଦ୍ଵାରା ତାଙ୍କର ଚିକିତ୍ସା କରା ଯାଉଛି ।

ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅଧିକ ସଂକଟାପନ୍ନ ହୋଇ ପଡିଛି ବୋଲି ଡାକ୍ତର ମାନେ ସୂଚନା ଦେଇଛନ୍ତି । କିନ୍ତୁ ଏମିତି ଏକ ଦିନ ଥିଲା ଯାହା ପାଇଁ ସେ ଗାଇଥିବା ଗୀତ “ହାଏ ହାଏ ତୋ ମଲ୍ଲି ଫୁଲ ଗଜରା”, “ମୋର ଭୂଗୋଳରେ ଭଲ ହେଉଥିଲା” ଗୀତ ଦ୍ଵାରା ଲୋକ ମାନଙ୍କୁ ପ୍ରଭାବିତ କରିଥିଲେ । ଏହା ଛଡା ତାଙ୍କର “ଏ ସମିତା ଆଗୋ ସମିତା” ଗୀତଟି ବେସ ଲୋକପ୍ରିୟ ହୋଇଥିଲା । ସ୍ଟେଜ ପ୍ରୋଗ୍ରାମ କରିବା ସହ ଶକ୍ତି ମିଶ୍ର ଗୀତ ଗାଇଥାନ୍ତି ।

୯୦ ଦଶନ୍ଧିରେ ସେ ଅନେକ ରୋମାଣ୍ଟିକ ଗୀତ ଗାଇ ଲୋକଙ୍କର ହୃଦୟକୁ ଜିତିଥିଲେ । ତେବେ ଆମେ ସମସ୍ତେ ତାଙ୍କର ସ୍ୱାସ୍ଥ୍ୟ ଭଲ ହେଇଯାଉ ଓ ସେ ବହୁତ ଜଲ୍ଦି ପୁଣି ଥରେ ଓଡିଆ ଇଣ୍ଡଷ୍ଟ୍ରିକୁ ଫେରି ଆସନ୍ତୁ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ଉଚିତ ।