ଏହି ଅଭିନେତାର ପ୍ରେମରେ ସୀମା ପାର କରି ଦେଇଥିଲେ କରିସ୍ମା, ବାହାଘର ପରେ ବି ବଞ୍ଚୁଛନ୍ତି ଏକୁଟିଆ ଜୀବନ

ବଲୀଉଡରେ ପ୍ରେମ ଓ ବ୍ରେକଅପ ବହୁତ ଜଲ୍ଦି ହୋଇଥାଏ । କିନ୍ତୁ କିଛି ପ୍ରେମ କାହାଣୀ ହିଁ ପୁରା ହୋଇପାରିଥାଏ । ପ୍ରେମରେ କାହାକୁ ସଫଳତା ମିଳେ ନାହିଁ କିନ୍ତୁ କୁହନ୍ତି କି ପ୍ରେମ ତ୍ୟାଗର ନାମ ଅଟେ । ଏହିଭଳି କିଛି ବଲୀଉଡର ଅଭିନେତ୍ରୀ କରିସ୍ମା କପୁରଙ୍କ ସହିତ ହୋଇଥିଲା । ସେ ପରଦାରେ ବହୁତ ଅଭିନେତାଙ୍କ ସହ ରୋମାନ୍ସ କରିଛନ୍ତି । କିନ୍ତୁ ବର୍ତ୍ତମାନ ତାଙ୍କର ଚାର୍ମ ଶେଷ ହୋଇ ଯାଇଛି ।

ଏହି ଅଭିନେତାଙ୍କର ପ୍ରେମରେ ସୀମା ପାର କରି ଦେଇଥିଲେ କରିସ୍ମା, କିନ୍ତୁ ଅଭିନେତାଙ୍କର ମା’ଙ୍କ କାରଣରୁ ତାଙ୍କର ସ୍ଵପ୍ନ ପୁରା ହୋଇ ପାରିଲା ନାହିଁ ।

ଏହି ଅଭିନେତାଙ୍କର ପ୍ରେମରେ ସୀମା ପାର କରି ଦେଇଥିଲେ କରିଶ୍ମା

୯୦ ଦଶକରେ କରିଶ୍ମା କପୁର, ଶ୍ରୀଦେବୀ ଓ ମାଧୁରୀ ଦୀକ୍ଷିତ ସବୁଠୁ ମହଙ୍ଗା ଅଭିନେତ୍ରୀ ଥିଲେ । ନିଜର ଅଭିନୟ ପାଇଁ ତାଙ୍କୁ ଦୁଇଥର ରାଷ୍ଟ୍ରୀୟ ପୁରସ୍କାର ବି ମିଳି ସାରିଛି । ବର୍ଷ ୨୦୦୦ ଆରମ୍ଭ ହେଉ ହେଉ କରିସ୍ମା କପୁରଙ୍କ ଜୀବନରେ ଅଭିନେତା ଅଭିଷେକ ବଚ୍ଚନ ଆସିଲେ ଓ କରିସ୍ମା ତାଙ୍କୁ ଭଲ ପାଇ ବସିଲେ । କିଛି ମାସ ମଧ୍ୟରେ ସେମାନେ ବିବାହ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନେଲେ ।

୨୦୦୦ର ଶେଷରେ କରିସ୍ମା କପୁର ଓ ଅଭିଷେକ ବଚ୍ଚନଙ୍କର ନିର୍ବନ୍ଧ ବିଷୟରେ ବି ଘୋଷଣା କରି ଦିଆଯାଇଥିଲା । କିନ୍ତୁ ଏହି ସମ୍ପର୍କ ଅଭିଷେକଙ୍କର ମା’ ଜୟା ବଚ୍ଚନଙ୍କୁ ପସନ୍ଦ ଆସି ନ ଥିଲା ।

ଶେଷରେ ତାଙ୍କର ସମ୍ପର୍କ ଭାଙ୍ଗିଗଲା ଓ ଅଭିଷେକ କରିସ୍ମାଙ୍କ ଠାରୁ ଦୂରେଇ ଗଲେ । କରିସ୍ମାଙ୍କ ମନରେ ଏହା ଦ୍ଵାରା ବହୁତ ଗଭୀର ଆଘାତ ଲାଗିଲା ଓ ସେ ନିଜ ଘରେ ଯେକୌଣସି ବ୍ୟକ୍ତିଙ୍କୁ ବିବାହ କରିବାକୁ ରାଜି ବୋଲି କହିଦେଲେ । ଏହା ପରେ ତାଙ୍କର ଘର ଲୋକ ଦିଲ୍ଲୀର ବିଜନେସମ୍ୟାନ ସଞ୍ଜୟ କପୁରଙ୍କ ସହ ୨୦୦୩ରେ କରିଶ୍ମାଙ୍କର ବିବାହ କରିଦେଲେ । ଏହି ଦୁଇ ଜଣଙ୍କର ଦୁଇଟି ସନ୍ତାନ ବି ଅଛି ।

କିନ୍ତୁ ୨୦୧୪ରେ ଦୁଇ ଜଣ ତଲାକ ନେଇଗଲେ । ଏହା ପରେ ୨୦୧୭ରେ ସଞ୍ଜୟ କପୁର ନିଜର ବନ୍ଧୁଙ୍କ ସହ ଦ୍ଵିତୀୟ ବିବାହ କରିନେଲେ । କରିସ୍ମାଙ୍କ ପାଖରେ ଦୁଇଟି ସନ୍ତାନ ଅଛନ୍ତି, ଯାହାଙ୍କର ପାଳନ ପୋଷଣ ସେ ନିଜେ କରୁଛନ୍ତି । ସେ ଆଜି ବି ସେଲ୍ଫ ଡିପେଂଡେଂଟ ଅଟନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।