ଜୀବନରେ ସମସ୍ତ ବଡ ସମସ୍ୟାକୁ ଦୂର କରି ଦିଅନ୍ତି ମା ବଗଳାମୁଖୀ, କେବଳ କରନ୍ତୁ ତାଙ୍କ ସହିତ ଜଡିତ ଏହି ମନ୍ତ୍ରର ଜପ

ଯଦି ମା ବଗଳାମୁଖୀ ସହ ଜଡିତ ମନ୍ତ୍ର ଜପ କରାଯାଏ ତେବେ ମା’ ଆପଣଙ୍କୁ ସମସ୍ତ ସମସ୍ୟାରୁ ରକ୍ଷା କରନ୍ତି । ଆମର ପ୍ରାଚୀନ ଗ୍ରନ୍ଥରେ ଦଶଟି ମହାବିଦ୍ୟା କାଳୀ, ତାରା  ଷୋଡଷୀ, ଭୁବନେଶ୍ୱରୀ, ଛିନ୍ନମସ୍ତା, ତ୍ରିପୁର ଭୈରବୀ, ଧୂମାବତୀ, ବଗଳାମୁଖୀ, ମାତଂଗୀ ଓ କମଳାଙ୍କ ବିଷୟରେ କୁହାଯାଇଛି । ଏହି ଦଶ ମହାବିଦ୍ୟାମାନଙ୍କ ମଧ୍ୟରେ ମା ଭଗବତୀ ଶ୍ରୀ ବଗଲାମୁଖୀଙ୍କୁ ସବୁଠୁ ବିଶିଷ୍ଟ ସ୍ଥାନ ଦିଆଯାଇଛି । ପ୍ରାଚୀନ ତନ୍ତ୍ର ଗ୍ରନ୍ଥ ଅନୁସାରେ ମା ବଗଳାମୁଖୀଙ୍କର ପୂଜା କରିବା ଦ୍ଵାରା ଉନ୍ନତି ହୋଇଥାଏ ଓ ଜୀବନର ସମସ୍ତ ସମସ୍ୟା ଦୂର ହୋଇ ଯାଏ ।

ମା ବଗଳାମୁଖୀଙ୍କ ସହ ଜଡିତ କଥା –

ମା ବଗଳାମୁଖୀଙ୍କ ସହ ଜଡିତ ଏକ କଥା ଅନୁସାରେ ସତ୍ୟଯୁଗରେ ଗୋଟିଏ ଭୀଷଣ ବାତ୍ୟା ଆସିଥିଲା ଓ ଏହି ବାତ୍ୟାରେ ପୁରା ସଂସାର ନଷ୍ଟ ହେଉଥିଲା । ବାତ୍ୟାରେ ସଂସାରକୁ ନଷ୍ଟ ହେଉଥିବାର ଦେଖି ଭଗବାନ ବିଷ୍ଣୁ ବହୁତ ଚିନ୍ତିତ ହୋଇଗଲେ ଓ ସେ ସାହାର୍ଯ୍ୟ ମାଗିବା ପାଇଁ ଭଗବାନ ଶିବଙ୍କ ନିକଟକୁ ଗଲେ । କିନ୍ତୁ ଶିବ ବିଷ୍ଣୁଙ୍କୁ କହିଲେ କି ଏହି ବାତ୍ୟାକୁ କେବଳ ଶକ୍ତି ରୂପ ଦ୍ଵାରା ହିଁ ବନ୍ଦ କରାଯାଇ ପାରିବ ।

ଶିବଙ୍କର କଥା ଶୁଣିବା ପରେ ଭଗବାନ ବିଷ୍ଣୁ ହରିଦ୍ରା ନାମକ ସରୋବର ନିକଟରେ କଠୋର ତପସ୍ୟା କରିଲେ । ଏହି ତପସ୍ୟାରେ ସରୋବରରୁ ମା ଭଗବତୀ ବଗଳାମୁଖୀ ଉତ୍ପନ୍ନ ହେଲେ ଓ ସେ ବାତ୍ୟାକୁ ଅଟକାଇ ଦେଲେ । ସେଥିପାଇଁ କୁହାଯାଏ କି କୌଣସି ବି ସମସ୍ୟା ଆସିଲେ ଯଦି ମା ଭଗବତୀ ବଗଳାମୁଖୀଙ୍କର ପୂଜା କରାଯାଏ ତେବେ ସମସ୍ତ ସମସ୍ୟା ଦୂର ହୋଇଯାଏ । ମା ଭଗବତୀ ବଗଳାମୁଖୀଙ୍କ ସହ ଜଡିତ ମନ୍ତ୍ର ବହୁତ ଚମତ୍କାରୀ ଅଟେ ଏବଂ ଏହି ମନ୍ତ୍ର ସାହାର୍ଯ୍ୟରେ କୌଣସି ବି ସମସ୍ୟାରୁ ଆପଣ ବଞ୍ଚି ପାରିବେ ।

ରଖନ୍ତୁ ଏହି କଥାର ଧ୍ୟାନ –

ମା ବଗଳାମୁଖୀ ସହ ଜଡିତ ମନ୍ତ୍ରର ଜପ କେବଳ ରାତିରେ ହିଁ କରିବା ଉଚିତ ଓ ଏହି ମନ୍ତ୍ରକୁ ରାତି ୧୦ ଟା ରୁ ପ୍ରାତଃ ୪ ଟା ପର୍ଯ୍ୟନ୍ତ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରି ହିଁ ପଢିବେ । ମା’ଙ୍କର ସାଧନା ଏକୁଟିଆ ହିଁ କରିବା ଉଚିତ ଓ କୌଣସି ଅନ୍ୟ ବ୍ୟକ୍ତିଙ୍କୁ ଏହା ଜଣା ପଡିବା ଉଚିତ ନୁହେଁ । ଯେଉଁ ଦିନ ଆପଣ ମାତାଙ୍କର ସାଧନା କରୁଛନ୍ତି ତେବେ ନିଜର ନଖ ଓ ଚୁଟି କାଟିବେ ନାହିଁ । କେବଳ ଗୋଟିଏ ସମୟ ହିଁ ଭୋଜନ କରିବେ ।

ମା ବଗଳାମୁଖୀଙ୍କର ପୂଜା କରିବା ସମୟରେ ସର୍ବ ପ୍ରଥମେ ତଳେ ଦିଆ ଯାଇଥିବା ମନ୍ତ୍ର ହିଁ ଜପ କରନ୍ତୁ । ପୁଣି ଯାଇ ମା’ଙ୍କର ଆବାହନ କରନ୍ତୁ । ଏହା ପରେ ଧ୍ୟାନ ଲଗାଇବା ଦ୍ଵାରା ଜଡିତ ମନ୍ତ୍ରକୁ ପଢନ୍ତୁ ଏବଂ ଶେଷରେ ମା ବଗଳାମୁଖୀଙ୍କର ମନ୍ତ୍ରର ଜପ କରନ୍ତୁ ।

ବିନିଯୋଗ

ଅସ୍ୟ : ଶ୍ରୀ ବ୍ରହ୍ମାସ୍ତ୍ର-ବିଦ୍ୟା ବଗଳାମୁଖ୍ୟା ନାରଦ ଋଷୟେ ନମ: ଶିରସି ।

ତ୍ରିଷ୍ଟୁପ୍ ଛନ୍ଦସେ ନମୋ ମୁଖେ ଶ୍ରୀ ବଗଳାମୁଖୀ ଦେବତାୟେ ନମୋ ହୃଦୟେ ।

ହ୍ରୀଂ ବୀଜାୟ ନମୋ ଗୁହ୍ୟୋ । ସ୍ୱାହା ଶକ୍ତୟେ ନମ: । ପାଦ୍ୟୋ: ।

ଓଁ ନମ: ସର୍ବାଂଗଂ ଶ୍ରୀ ବଗଳାମୁଖୀ ଦେବତା ପ୍ରସାଦ ସିଦ୍ଧୟର୍ଥ ନ୍ୟାସେ ବିନିଯୋଗ: ।

ଆବାହନ ର ମନ୍ତ୍ର

ଐଂ ହ୍ରୀଂ ଶ୍ରୀଂ ବଗଳାମୁଖୀ ସର୍ବଦୃଷ୍ଟାନାଂ ମୁଖଂ ସ୍ତମ୍ଭିନି ସକଲ ମନୋହାରିଣୀ ଅମ୍ବିକେ ଇହାଗଚ୍ଛ ସନ୍ନିଧି କୁରୂ ସର୍ବାର୍ଥ ସାଧୟ ସାଧୟ ସ୍ୱାହା ।

ଧ୍ୟାନ ର ମନ୍ତ୍ର

ସୌବର୍ଣାମନସଂସ୍ଥିତାଂ ତ୍ରିନୟନାଂ ପୀତାଂଶୁକୋଲ୍ଲସିନୀମ୍

ହେମାବାଂଗରୂଚି ଶଶାଂକ ମୁକୁଟାଂ ସଚ୍ଚମ୍ପକସ୍ରଗ୍ଯୁତାମ୍

ହସ୍ତୈର୍ମୁଦଗର ପାଶବଜ୍ରରସନା ସମ୍ବି ଭ୍ରତି ଭୂଷଣୈ

ବ୍ୟାପ୍ତାଂଗୀ ବଗଲାମୁଖୀ ତ୍ରିଜଗତାଂ ସସ୍ତମ୍ଭିନୌ ଚିନ୍ତୟେତ୍ ।

ମନ୍ତ୍ର

ଓଁ ହ୍ରୀଂ ବଗଳାମୁଖୀ ସର୍ବଦୁଷ୍ଟାନାଂ

ବାଚଂ ମୁଖଂ ପଦଂ ସ୍ତଂଭୟ ଜିହ୍ୱବାଂ କୀଲୟ

ବୁଦ୍ଧି ବିନାଶୟ ହ୍ରୀଂ ଓମ୍ ସ୍ୱାହା ।

ଆଶାକରୁଛୁ ଆମର ଏହି ଜ୍ଯୋତିଷ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।