ବର୍ତ୍ତମାନ ପର୍ଯ୍ୟନ୍ତ ବି ଶେଷ ହୋଇ ନାହିଁ ବଲୀଉଡର ଏହି ଷ୍ଟାରମାନଙ୍କ ପୁରୁଣା ଶତୃତା, ନମ୍ବର ୧ର ତ ୩୦ ବର୍ଷର ପୁରୁଣା ଶତ୍ରୁତା !

କହିବାକୁ ଗଲେ ବଲୀଉଡକୁ ମାୟା ନଗରି ବି କୁହାଯାଏ । କାରଣ ଏଠି କେତେବେଳେ କଣ ହୋଇଯିବ ଏହା ବିଷୟରେ କହିବା ବହୁତ କଷ୍ଟ ଅଟେ । ଏହା ସହିତ ବଲୀଉଡ ଇଣ୍ଡଷ୍ଟ୍ରି ବହୁତ ହିଁ ବଡ ଅଟେ । କହିବାକୁ ଗଲେ ବଲୀଉଡର ସବୁ ଅଭିନେତା ଓ ଅଭିନେତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ଥାଏ । ଯେଉଁଠି କିଛି ଷ୍ଟାର ନିଜ ମଧ୍ୟରେ ଭଲ ବନ୍ଧୁତା ରଖନ୍ତି ତ କିଛି ଷ୍ଟାରଙ୍କ ମଧ୍ୟରେ ବହୁତ ବର୍ଷ ହେବ ଶତୃତା ଚାଲୁଅଛି । ଏହି ଆଧାରରେ ଆଜିର ଏହି ଆର୍ଟକିଲରେ ଆମେ ଆପଣଙ୍କୁ ବଲୀଉଡର କିଛି ଏମିତି ଷ୍ଟାରମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ନିଜର ଶତୃତାକୁ ବର୍ତ୍ତମାନ ପର୍ଯ୍ୟନ୍ତ ବି କାୟମ ରଖିଛନ୍ତି ।

ସଲମାନ ଖାନ ଓ ସୁଭାଷ ଘଇ :-

ସଲମାନ ଖାନ ନିଜର କ୍ୟାରିୟର ଫିଲ୍ମ ‘ମୈନେ ପ୍ୟାର କିୟା’ ରୁ ଆରମ୍ଭ କରିଥିଲେ । ସେହି ସମୟରେ ସୁଭାଷ ଘଇ ସଲମାନ ଖାନଙ୍କୁ ଜଣେ ପତଳା ଓ ଅନ ଫିଟ ଅଭିନେତା କହି ବେଜିତ କରିଥିଲେ । ଏହା ପରେ ସଲମାନ ଖାନଙ୍କ ଫିଲ୍ମ ସୁପର ଡୁପର ହିଟ ହୋଇଥିଲା ଓ ଏହି ଫିଲ୍ମର ଏକ ସକେସ୍ସ ପାର୍ଟିରେ ସଲମାନ ଖାନ ଓ ସୁଭାଷ ଘଇ ମଧ୍ୟରେ କିଛି ବିବାଦ ହୋଇଥିଲା । ଯେଉଁ କାରଣରୁ ସଲମାନ ଖାନ ଆଜି ବି ସୁଭାଷ ଘଇଙ୍କ ଉପରେ ରାଗିଛନ୍ତି ।

କରିନା କପୁର ଓ ବିପାଶା ବସୁ :-

ବର୍ଷ ୨୦୦୧ରେ ଫିଲ୍ମ ‘ଅଜନବୀ’ ଆସିଥିଲା । ଯାହାକି ସୁପର ଡୁପର ହିଟ ହୋଇଥିଲା । ଏହି ଫିଲ୍ମରେ କରିନା କପୁର ଓ ବିପାଶା ବସୁ ଦୁଇ ଜଣ ହିଁ ଲିଡ ରୋଲରେ ଥିଲେ । କିନ୍ତୁ ପରେ କୌଣସି କଥାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବିବାଦ ହୋଇଗଲା । ଯାହା ପରେ କରିନା କପୁର ବିପାଶା ବସୁଙ୍କୁ ଏକ ଚାପୁଡା ମାରିଥିଲେ । ଯାହା ପର ଠାରୁ ଏହି ଦୁଇ ଜଣ ଅଭିନେତ୍ରୀଙ୍କ ମଧ୍ୟରେ ଆଜି ବି କଥାବାର୍ତ୍ତା ବନ୍ଦ ଅଛି ।

ବବି ଦେଓଲ ଓ କରିନା କପୁର :-

ବଲୀଉଡର ଅଭିନେତା ବବି ଦେଓଲ ଓ କରିନା କପୁରଙ୍କ ମଧ୍ୟରେ ବି ଶତୃତା ଫିଲ୍ମ ‘ଅଜନବୀ’ ସେଟରୁ ହିଁ ଆରମ୍ଭ ହୋଇଥିଲା । ଶୁଟିଙ୍ଗ ସମୟରେ କରିନା କପୁରଙ୍କୁ ବବି ଦେଓଲଙ୍କ ପତ୍ନୀ ଏକ ଚାପୁଡା ମାରିଥିଲେ । ସେହି ସମୟ ଠାରୁ ଦୁଇ ଜଣଙ୍କ କେବେ ବି ମିଶି କାମ କରି ନାହାନ୍ତି ।

ସନୀ ଦେଓଲ ଓ ଆମିର ଖାନ :-

ବଲୀଉଡର ଆକ୍ସନ ହୀରୋ ସନୀ ଦେଓଲ ଓ ଅଭିନେତା ଆମିର ଖାନଙ୍କ ମଧ୍ୟରେ ଶତୃତା ଆରମ୍ଭ ହୋଇଥିଲା ୨୦୦୧ରେ । ଏହି ଦୁଇ ଜଣଙ୍କ ଫିଲ୍ମ ‘ଲଗାନ’ ଓ ‘ଗଦର ଏକ ପ୍ରେମ କଥା’ ଗୋଟିଏ ହିଁ ଦିନରେ ରିଲିଜ ହୋଇଥିଲା । ଦୁଇ ଜଣଙ୍କ ଫିଲ୍ମ ହିଟ ମଧ୍ୟ ହେଲା, କିନ୍ତୁ ସେହି ସମୟରେ ଲଗାନ କୁ ବହୁତ ପ୍ରଶଂସା ମିଳିଥିଲା ଓ ଏହି କଥା ସନୀ ଦେଓଲଙ୍କୁ ପସନ୍ଦ ଆସିଲା ନାହିଁ । ଏହି କଥାକୁ ନେଇ ପାଖାପାଖି ୧୮ ବର୍ଷ ହୋଇ ସାରିଛି । କିନ୍ତୁ ଆଜି ବି ଦୁଇ ଜଣଙ୍କ ମଧ୍ୟରେ ସବୁକିଛି ସାମାନ୍ୟ ନାହିଁ ।