“ଗୁମ ହୈ କିସି କେ ପ୍ୟାର ମେ” ସିରିଏଲ ରେ ନଜର ଆସୁଥିବା ଅଭିନେତ୍ରୀ Aiswarya Sharma ଙ୍କର ଇଏ ହେଉଛନ୍ତି ରିଅଲ ଲାଇଫ ଭାଇ ଓ ଭଉଣୀ

ବର୍ତ୍ତମାନ ଷ୍ଟାର ପ୍ଲସ ଚ୍ୟାନେଲରେ ଅନେକ ସିରିଏଲ ପ୍ରସାରିତ ହେଉଛି । ଯାହାର ସିଧା ପ୍ରସାରଣ ଦର୍ଶକ ବନ୍ଧୁ ଦେଖି ପାରୁଛନ୍ତି । ସବୁ ସିରିଏଲ ମଧ୍ୟରୁ ଏମିତି କିଛି ସିରିଏଲ ଅଛି ଯାହା ବହୁତ ଜୋରସୋରରେ ଆଗକୁ ବଢିବାରେ ଲାଗିଛି । ସେଥି ମଧ୍ୟରୁ “ଗୁମ ହେ କିସି କି ପୟାର ମେ” ସିରିଏଲଟି ଲୋକମାନଙ୍କ ହୃଦୟରେ ନିଜର ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛି । ଏହି ସିରିଏଲର ଅଭିନେତା ଓ ଅଭିନେତ୍ରୀ ମାନେ ସୁନ୍ଦର ଅଭିନୟ କରି ଷ୍ଟାର ପ୍ଲସ ଚ୍ଯାନେଲରେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଗୁମ ହେ କିସି କେ ପୟାର ମେ ସିରିଏଲରେ ଅଭିନୟ କରୁଥିବା ଅଭିନେତ୍ରୀ ଐଶ୍ଵରୀୟା ଶର୍ମାଙ୍କ ବାସ୍ତବ ଜୀବନ ସମ୍ଭନ୍ଧରେ ଜଣାଇବୁ ।  ଏହି ସିରିଏଲରେ ନିଜର ନୂଆ ଜାଗା ସୃଷ୍ଟି କରିଥିବା ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଐଶ୍ଵରୀୟା ଶର୍ମା ଜଣେ ଅଟନ୍ତି । ସେ ତାଙ୍କର ସୁନ୍ଦର ଅଭିନୟରେ ନିଜ ଫ୍ୟାନ୍ସ ମାନଙ୍କର ହୃଦୟରେ ଖୁବ ଚର୍ଚ୍ଚାରେ ଅଛନ୍ତି । ସ୍ବପତ୍ରିକା ଲେଖିକା ଭାବେ ଐଶ୍ଵରୀୟା ଖୁବ ଚର୍ଚ୍ଚାରେ ଅଛନ୍ତି ।

ସେ ତାଙ୍କର ସୁନ୍ଦର ଅଭିନୟ ଓ ସ୍ଵଭାବ ପାଇଁ ଏହି ସିରିଏଲଟିକୁ ବହୁତ ସାନଦାର କରି ପାରିଛନ୍ତି । ସେ ଅଭିନୟ କରିବା ସହ ନିଜ ପରିବାର ସଦସ୍ୟଙ୍କ ସହ ମଧ୍ୟ ତାଙ୍କର ଭଲ ସମ୍ପର୍କ ରହିଛି । ମଧ୍ୟପ୍ରଦେଶର ଉଜୟାନରେ ୧୯୯୨ ମସିହା ଡିସେମ୍ବର ୮ ତାରିଖରେ ଐଶ୍ଵରୀୟା ଶର୍ମା ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପାଠ ପଢା ତାଙ୍କ ଜନ୍ମ ସ୍ଥାନରୁ ହିଁ ଆରମ୍ଭ ହୋଇଥିଲା । ପିଲାଦିନୁ ସେ ଅଭିନୟ ପ୍ରତି ବହୁତ ଆଗ୍ରହୀ ଥିଲେ ।

ନିଜ ସ୍କୁଲରେ ଓ କଲେଜରେ ମଧ୍ୟ ସେ ଅଭିନୟ ଭାଗ ନେଉଥିଲେ । ଏହାଛଡା ସେ ସେଲେବ୍ରେଟି ମାନେ ଦେଉଥିବା ଇଣ୍ଟରବିଉକୁ ଦେଖିବାକୁ ପସନ୍ଦ କରୁଥିଲେ । ଏହି ସବୁକୁ ଅନୁସରଣ କରି ସେ ଅଭିନୟ ଦୁନିଆକୁ ଆସିବା ପାଇଁ ମନସ୍ଥ କଲେ ।ନିଜର ପାଠ ପଢା ସହ ସେ ତାଙ୍କର ଅଭିନୟକୁ ଆଗକୁ ନେବା ପାଇଁ ପ୍ରୟାସ ଜାରି ରଖିଥିଲେ । ନିଜ ଜୀବନରେ ଅନେକ ସଂଘର୍ଷ କରିବା ପରେ ୨୦୧୭ରେ ତାଙ୍କୁ ଷ୍ଟାର ପ୍ଲସର “ମେରୀ ଦୂର୍ଗା” ସିରିଏଲରେ ଅଭିନୟ କରିବାକୁ ସୁଯୋଗ ମିଳିଥିଲା ।

ଏହି ସିରିଏଲରେ ସେ ଖଳନାୟକର ଭୂମିକାକୁ ଅତି ଉତ୍ତମ ରୂପେ ପ୍ରଦର୍ଶନ କରିଥିଲେ । ତାଙ୍କର ଏହି ଅଭିନୟ ଶୋରର ୱେକରଙ୍କୁ ବହୁତ ପସନ୍ଦ ଆସିଥିଲା । ଏହା ପରେ ସେ “ସୂର୍ୟପୁତ୍ର କର୍ଣ୍ଣ” ନାମକ ଆଧ୍ୟାତ୍ମିକ ସିରିଏଲରେ ଅଭିନୟ କରିବାର ସୁଯୋଗ ପାଇଲେ ।“ସୂର୍ୟପୁତ୍ର କର୍ଣ୍ଣ” ସିରିଏଲରେ ସେ ଜବରଦସ୍ତ ଅଭିନୟ କରିଥିଲେ ଯେ ତାଙ୍କୁ ପୁଣି ଠାରେ ଷ୍ଟାର ପ୍ଲସର “ଗୁମ ହେ କିସି କେ ପୟାର ମେ” ସିରିଏଲରେ “ପାଖି” ରୋଲରେ ଅଭିନୟ କରିବାର ମୌକା ପାଇଲେ ।

ଏହି ସିରିଏଲରେ ନିଜର ସୁନ୍ଦର ଅଭିନୟ ପ୍ରଦର୍ଶନ କରୁଛନ୍ତି । ଏହି ସୁନ୍ଦର ଅଭିନେତ୍ରୀଙ୍କର ଭାଇ ଓ ଭଉଣୀ ଅଛନ୍ତି । ରାଜନନ୍ଦିନୀ ଶର୍ମା ତାଙ୍କର ସାନ ଭଉଣୀ ଯିଏ ଜଣେ ଭଲ ମଡ଼େଲର ଓ ଅଭିନେତ୍ରୀ ଅଟନ୍ତି । ତାଙ୍କ ସାନ ଭଉଣୀ ଛୋଟ ବଡ ପରଦାରେ ଅଭିନୟ କରୁଛନ୍ତି । ପ୍ରାଞ୍ଜଲ ଶର୍ମା ତାଙ୍କର ସାନ ଭାଇ ଯିଏ ବର୍ତ୍ତମାନ ଗ୍ରାଜୁଏସନ ପଢୁଛନ୍ତି । ଏହି ତିନି ଭାଇ ଭଉଣୀଙ୍କ ଭିତରେ ବହୁତ ଭଲ ସମ୍ପର୍କ ରହିବା ସହ ପରସ୍ପର ଭିତରେ ପ୍ରେମ ମଧ୍ୟ ରହିଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।