ଏମିତି ବହୁତ ଚେଷ୍ଟା କରିବା ପରେ ବିବାହ ପାଇଁ ରାଜି ହୋଇଥିଲେ ଐଶ୍ୱର୍ଯ୍ୟା, ଏପରି ଆରମ୍ଭ ହୋଇଥିଲା ଅଭିଷେକଙ୍କ ସହ ଲଭ ଷ୍ଟୋରି

ଐଶ୍ୱର୍ଯ୍ୟା ରାୟ ବଚନ ବିଶ୍ୱ ସୁନ୍ଦରୀ ଆଖ୍ୟା ଅର୍ଜନ କରି ସାରିଛନ୍ତି ଏବଂ ଆଜି ମଧ୍ୟ ଲୋକେ ତାଙ୍କ ସୌନ୍ଦର୍ଯ୍ୟ ପଛରେ ପାଗଳ ଅଟନ୍ତି । ସେହିପରି ତାଙ୍କ ସ୍ୱାମୀ ଅଭିଷେକ ବଚନ ମଧ୍ୟ ଇଣ୍ଡଷ୍ଟ୍ରିରେ ନିଜର ଏକ ଅଲଗା ଛାପ ଛାଡିଛନ୍ତି । ଯଦିଓ ଚଳଚ୍ଚିତ୍ର ପରଦାରେ ସେ ଏଶ୍ୱର୍ଯ୍ୟା ରାୟଙ୍କ ତୁଳନାରେ କମ୍ ସଫଳ ଅଟନ୍ତି । କିନ୍ତୁ ଉଭୟଙ୍କ ବ୍ୟକ୍ତିଗତ ଜୀବନ ସୁପର ହିଟ୍ ଏବଂ ସେମାନେ ବଲିଉଡର ସବୁଠାରୁ ସୁନ୍ଦର ଦମ୍ପତିଙ୍କ ତାଲିକାରେ ଅଛନ୍ତି । ତେଣୁ ଆଜି ଆମେ ଆପଣଙ୍କୁ ଅଭିଷେକ ଏବଂ ଏଶ୍ୱର୍ଯ୍ୟାଙ୍କ ପ୍ରେମ କାହାଣୀ ବିଷୟରେ କହିବାକୁ ଯାଉଛୁ, ଯାହା ସମ୍ପୂର୍ଣ୍ଣ ଫିଲ୍ମି ଅଟେ ।

ଏହିପରି ହୋଇଥିଲା ଐଶ୍ୱ-ଅଭିଷେକ ପ୍ରଥମ ସାକ୍ଷାତ, ଉଭୟଙ୍କ ପ୍ରେମ କାହାଣୀ ଏକ ଚଳଚ୍ଚିତ୍ର କାହାଣୀଠାରୁ କମ୍ ନୁହେଁ । ଦୁହେଁ ପ୍ରଥମେ ବନ୍ଧୁ ହେଲେ ଏବଂ ଏହି ବନ୍ଧୁତା କେବେ ପ୍ରେମରେ ପରିଣତ ହେଲା ତାହା ମଧ୍ୟ ସେମାନେ ଜାଣି ନଥିଲେ । ଫିଲ୍ମ ଧାଇଁ ଅକ୍ଷରର ସୁଟିଂ ସେଟରେ ଦୁଇ ଜଣଙ୍କ ପ୍ରଥମ ସାକ୍ଷାତ ହୋଇଥିଲା ।

ଏହା ପୂର୍ବରୁ ଦୁହେଁ ଫିଲ୍ମ ପ୍ୟାର ହୋ ଗୟା ସେଟରେ ସାକ୍ଷାତ ହୋଇଥିଲେ ହେଁ ଏଶ୍ୱର୍ଯ୍ୟା ସେହି ସମୟରେ ବବି ଦେଓଲଙ୍କ ସହ କାମ କରୁଥିଲେ । ଫିଲ୍ମ ଧାଇଁ ଅକ୍ଷର ପରେ ଐଶ୍ୱ-ଅଭିଷେକଙ୍କ ସାକ୍ଷାତ କୁଛ ନା କହୋ ସେଟ ରେ ହୋଇଥିଲା ଏବଂ ଏହି ସମୟରେ ଦୁହିଁଙ୍କ ମଧ୍ୟରେ ଭଲ ବନ୍ଧୁତା ସ୍ଥାପନ ହୋଇଥିଲା ।

ସେହି ସମୟରେ ଅଭିଷେକ ବଚନ ଏବଂ କରିସ୍ମା କପୁର ପ୍ରେମ ସଂପର୍କରେ ଥିଲେ ଏବଂ ଦୁହିଁଙ୍କ ନିର୍ବନ୍ଧ ମଧ୍ୟ ହୋଇ ସାରିଥିଲା । କିନ୍ତୁ ସେହି ନିର୍ବନ୍ଧ ଭାଙ୍ଗିଗଲା ଏବଂ ଏହା ପରେ ଅଭିଷେକ ଫିଲ୍ମ ସୁଟିଂରେ ବ୍ୟସ୍ତ ହୋଇଗଲେ । ଅନ୍ୟପକ୍ଷରେ ଏଶ୍ୱର୍ଯ୍ୟା ଏବଂ ସଲମାନ ଖାନଙ୍କ ପ୍ରେମ ସମ୍ପର୍କ ସେହି ସମୟରେ ବଲିଉଡରେ ବେଶ୍ ଲୋକପ୍ରିୟ ଥିଲା, କିନ୍ତୁ ଐଶ୍ୱ ଏବଂ ସଲମାନ ଙ୍କ ମଧ୍ୟ ଖୁବ୍ ଶୀଘ୍ର ବ୍ରେକଅପ୍ ହୋଇଗଲା । ତା ପରେ ବିବେକ ଓବରାୟଙ୍କ ସହ ମଧ୍ୟ ତାଙ୍କ ସମ୍ପର୍କ ବେଶୀ ଦିନ ଚାଲି ପରି ନ ଥିଲା ।

ଅଭିଷେକ ଐଶ୍ୱର୍ଯ୍ୟାଙ୍କୁ ଏପରି କରିଥିଲେ ପ୍ରେମ ନିବେଦନ, ଅଭିଷେକ ଅଭିନେତ୍ରୀ ଏଶ୍ୱର୍ଯ୍ୟା ରାୟଙ୍କୁ ଏକଦମ ଫିଲ୍ମି ଅନ୍ଦାଜରେ ପ୍ରେମ ନିବେଦନ ଦେଇଥିଲେ ଏବଂ ଏହାକୁ ଏକ ଅଭିନେତ୍ରୀ ନିଜେ ଏକ ସାକ୍ଷାତକାରରେ ପ୍ରକାଶ କରିଥିଲେ । ଐଶ୍ୱ କହିଥିଲେ ଯେ ଆମେ ଏକ ଫିଲ୍ମ ସୁଟିଂ ପାଇଁ ନ୍ୟୁୟର୍କ ଯାଇଥିଲୁ ଏବଂ ସେହି ସମୟରେ ଅଭିଷେକ ଏବଂ ମୁଁ ଏକ ହୋଟେଲର ବାଲକୋନୀରେ ଏକାଠି ଠିଆ ହୋଇଥିଲୁ ।

ସେତେବେଳେ ଅଭିଷେକ ସୁଯୋଗ ଏବଂ ଐଶ୍ୱର୍ଯ୍ୟାଙ୍କ ମୁଡ଼ ଦେଖି ସେହିଠାରେ ହିଁ ତାଙ୍କୁ ପ୍ରପୋଜ କରିଥିଲେ । ଆଉ ଐଶ୍ୱ ଅଭିଷେକଙ୍କ ରୋମାଣ୍ଟିକ ଅନ୍ଦାଜ ଦେଖି ଖୁସିରେ ପାଗଳ ହୋଇ ତୁରନ୍ତ ତାଙ୍କ ପ୍ରସ୍ତାବକୁ ଗ୍ରହଣ କରି ନେଇଥିଲେ ।

୨୦୦୭ ରେ ହୋଇଥିଲା ଐଶ୍ୱ-ଅଭିଷେକଙ୍କ ବିବାହ, ୨୦୦୭ ମସିହାରେ ସେମାନେ ଏକାଠି ସାତ ଫେରା ନେଇଥିଲେ । ଉଭୟ ଧୁମଧାମରେ ବିବାହ କରିଥିଲେ, ଯଦିଓ ଏହି ଉତ୍ସବରେ କେବଳ ଉଭୟଙ୍କ ପରିବାର ସଦସ୍ୟ ସାମିଲ ହୋଇଥିଲେ । ଆଜି ସେମାନଙ୍କ ବିବାହକୁ ୧୩ବର୍ଷ ହୋଇ ଯାଇଛି ଓ ତାଙ୍କର ଖୁବ ସୁନ୍ଦର ଝିଅ ଟିଏ ମଧ୍ୟ ଅଛି । ଯାହାର ନାମ ଆରାଧ୍ୟା । ଏହି ଦମ୍ପତି ଖୁସିରେ ନିଜ ବିବାହିତ ଜୀବନ ଅତିବାହିତ କରୁଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।