Vastu Shastra- ଘରେ କେଉଁ ଗଛ ଲଗାଇବା ଶୁଭ ଓ କେଉଁ ଗଛ ଅଶୁଭ ହୋଇଥାଏ, ଜାଣନ୍ତୁ

ସବୁ ବ୍ୟକ୍ତି ନିଜ ଘରେ ଗଛ ଲତା ଲଗାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ସେମାନେ ଜାଣି ପାରନ୍ତି ନା ହିଁ କି କେଉଁ ଗଛ ଘରେ ଲଗାଇଲେ ଶୁଭ ହୋଇଥାଏ ଓ ଅଶୁଭ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଗଛ ଆମ ପାଇଁ ଶୁଭ ଓ କେଉଁ ଗଛ ଆମ ପାଇଁ ଅଶୁଭ ହୋଇଥାଏ । ମନି ପ୍ଲାଣ୍ଟ- ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ମନି ପ୍ଳାଣ୍ଟ ଗଛ ଲାଗାଇବା ଦ୍ୱାରା ଘରେ ସୁଖ ଶାନ୍ତି ଭରି ଉଠେ । ଏହା ଘରେ କୌଣସି ବି ସ୍ଥାନରେ ସହଜରେ ଲଗାଇ ହେବ । ଏହି ଗଛକୁ ଘରର ଆଗ୍ନେୟ କୋଣ ଅର୍ଥାତ ଦକ୍ଷିଣ – ପୂର୍ବ ଦିଗରେ ଲଗାଇବା ଉଚିତ । ଏହି ଗଛକୁ ଘରର ଇସାନ କୋଣ ଅର୍ଥାତ ଉତ୍ତର ପୂର୍ବ ଦିଗରେ ଲଗାଇବା କ୍ଷତିକାରକ ହୋଇଥାଏ ।

ନିମ୍ବ ଗଛ

ଏହି ଗଛ ଘରର ବାୟବ୍ୟ କୋଣରେ ଥିଲେ ବହୁତ ଶୁଭ ହୋଇଥାଏ । ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ୭ ଟି ନିମ୍ବ ଗଛ ଲଗାଇଥାଏ ସେ ମୃତ୍ୟୁ ପରେ ଶିବ ଲୋକ ପ୍ରାପ୍ତ ହୋଇଥାଏ ଓ ୩ ଟି ଗଛ ଲଗାଇଲେ ୧୦୦ ବର୍ଷ ପର୍ଯ୍ୟନ୍ତ ସୂର୍ଯ୍ୟ ଲୋକର ସୁଖ ବି ମିଳିଥାଏ ।

ମନ୍ଦାର ଗଛ

ଏହି ଗଛକୁ ଘରର ଖରା ଥିବା ଜାଗାରେ ଲାଗାଇବା ଉଚିତ । ମନ୍ଦାର ଫୁଲକୁ ପାଣି ସହ ସୂର୍ଯ୍ୟଙ୍କୁ ଅର୍ପଣ କରିବା ଦ୍ୱାରା ହାଡ଼ ଓ ଆଖି ସମସ୍ୟାରୁ ମୁକ୍ତି ମିଳିଥାଏ ଓ ମାନ ସମ୍ମାନ ବୃଦ୍ଧି ହୋଇଥାଏ । ଆଇନ କାନୁନ ସମସ୍ୟାରୁ ମୁକ୍ତି ପାଇଁ ହନୁମାନଙ୍କୁ ମନ୍ଦାର ଫୁଲ ଅର୍ପଣ କରନ୍ତୁ ।

ନଡ଼ିଆ ଗଛ

ନଡ଼ିଆ ଗଛ ଘରେ ଥିଲେ ମାନ ସମ୍ମାନରେ ବୃଦ୍ଧି ହୋଇଥାଏ ।

ଅରଖ ଗଛ

ଏହି ଗଛକୁ ହଳଦୀ, ଅକ୍ଷତ ଓ ଜଳ ଦ୍ୱାରା ସେବା କରିଲେ ଧନ ଓ ଶୁଖ ଶାନ୍ତି ମିଳିଥାଏ । ଘର ପାଖରେ ଏହି ଗଛ ଥିଲେ ଘରେ ଶୁଖ ଶାନ୍ତିରେ ପୁରୀ ଉଠେ ।

କଦଳୀ ଗଛ

ଏହି ଗଛ ଧାର୍ମିକ ଦୃଷ୍ଟି କୋଣରୁ ବହୁତ ମହତ୍ଵ ରଖିଥାଏ । ଏହି ଗଛକୁ ଘରର ଐଶନ୍ୟ କୋଣରେ ଲଗାଇବା ଉଚିତ । ଏହି ଗଛ ପାଖରେ ତୁଳସୀ ଗଛ ଥିଲେ ବହୁତ ଶୁଭ ହୋଇଥାଏ । ଏହି ଗଛ ତଳେ ବସି ପଡ଼ିଲେ ପାଠ ବହୁତ ଶୀଘ୍ର ମନେ ରୁହେ ।

ଅଶୋକ ଗଛ

ଏହି ଗଛ ଘରେ ଥିଲେ ଘର ସଦସ୍ୟଙ୍କ ମଧ୍ୟରେ ସମ୍ପର୍କ ଭଲ ରହିଥାଏ । ଏହାର ଚେରକୁ ଶୁଭ ମୁହୂର୍ତ୍ତରେ ଧାରଣ କଲେ ସବୁ ସମସ୍ୟାରୁ ମୁକ୍ତି ମିଳିଥାଏ ।

ବାଉଁଶ ଗଛ

ଏହି ଗଛକୁ ଘରେ ଲାଗାଇବା ଦ୍ୱାରା ଘରେ ଶୁଖ ଓ ସମୃଦ୍ଧିରେ ବୃଦ୍ଧି ହୋଇଥାଏ । ଏହାକୁ ଅଫିସରେ ଲଗାଇଲେ ଅଫିସ କାର୍ଯ୍ୟରେ ଉନ୍ନତି ଆସିଥାଏ । ଏହି ଗଛ ସବୁ ବାତାବରଣରେ ବଢିଥାଏ । ସେଥିପାଇଁ ଏହି ଗଛ ଉନ୍ନତି ଓ ଦୀର୍ଘାୟୁର ପ୍ରତୀକ ଅଟେ । ଯେଉଁ ଜାଗାରେ ଏହି ଗଛ ଥାଏ ସେଠାରେ ଖରାପ ଆତ୍ମାର ପ୍ରଭାବ ପଡେ ନାହିଁ । ଯେଉଁ ଘରେ ଏହି ଗଛ ଥାଏ ସେହି ଘରର ବ୍ୟକ୍ତିଙ୍କୁ ଅଳ୍ପ ପରିଶ୍ରମରେ ସଫଳତା ମିଳିଥାଏ ଓ ସବୁ ବେଳେ ସେମାନେ ସୁସ୍ଥ ଥାନ୍ତି । ଏହି ଗଛକୁ ଘରର ପୂର୍ବ ଦିଗରେ ଲଗାଇବା ଉଚିତ ।

ଯେଉଁ ବ୍ୟକ୍ତି ପୂର୍ବ, ପଶ୍ଚିମ, ଉତ୍ତର ଓ ଐଶାନ୍ୟ ଦିଗରେ ବାଡି ବଗିଚା କିମ୍ବା ଗଛ ଲଗେଇବେ ସୁଖ, ସମୃଦ୍ଧି ଓ ଐଶ୍ଵର୍ଯ୍ୟ ପ୍ରାପ୍ତି କରିବେ । ଯେଉଁ ବ୍ୟକ୍ତି ଆଗ୍ନେୟ, ଦକ୍ଷିଣ, ନୈଋତ୍ୟ ଓ ବାୟବ୍ୟ ଦିଗରେ ବାଡି ବାଗିଚା କରିବେ ଧନ ଓ ସନ୍ତାନର ହାନି ହୋଇଥାଏ । ସେ ନିଜେ ଅଳ୍ପ ଆୟୁ ଓ ରୋଗୀ ହୋଇଥାଏ । ତେଣୁ ବାସ୍ତୁ ଶସ୍ତ୍ର ଅନୁସାରେ ସଠିକ ଜାଗାରେ ଗଛ ଲଗାନ୍ତୁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।