ନିଜଠୁ 12 ବର୍ଷ ସାନ ହିରୋଇନଙ୍କ ପ୍ରେମରେ ପାଗଳ ଥିଲେ Amitabh Bacchan, ନା ଜାଣିଲେ ବିଶ୍ବାସ ହେବ ନାହିଁ

ଅମିତାଭ ବଚ୍ଚନ ହେଉଛନ୍ତି ବଲିଉଡ ର ସବୁଠୁ ଲୋକପ୍ରିୟ ଅଭିନେତା । ନିଜ ଦମଦାର ଅଭିନୟ ରେ ଅମିତାଭ ବଚ୍ଚନ ଅନେକ ଫିଲ୍ମ୍ ଚରିତ୍ରକୁ ଜୀବନ ଦାନ ଦେଇଛନ୍ତି । ଯେଉଁ ଗୁଡ଼ିକୁ ଦର୍ଶକ ତଥା ତାଙ୍କ ପ୍ରଶଂସକ ଖୁବ୍ ପସନ୍ଦ କରିଛନ୍ତି । ତେବେ ଆଜି ଆମେ ଆପଣଙ୍କ ଅତିପ୍ରିୟ ଅଭିନେତା ଅମିତାଭ ବଚ୍ଚନ ଙ୍କ ବ୍ୟକ୍ତିଗତ ସମ୍ପର୍କ ବିଷୟରେ ଜାଣିବା । ନିଜ ଯୁବା କାଳରେ ଫିଲ୍ମ କ୍ୟାରିଅର ରେ ସେ ମଧ୍ୟ କାହାକୁ ହୃଦୟ ଦେଇ ବସିଥିଲେ । ସେ ବି ଜଣେ ବଲିଉଡ ଅଭିନେତ୍ରୀ ଥିଲେ । ତେବେ ଆସନ୍ତୁ ଜାଣିବା ସେ କିଏ ଥିଲେ ଯାହାକୁ ଅମିତାଭ ବଚ୍ଚନ ପ୍ରେମ କରୁଥିଲେ ।

ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନ ଙ୍କ ହୃଦୟ ବଲିଉଡର ସୁନ୍ଦରୀ ଅଭିନେତ୍ରୀ ରେଖାଙ୍କ ଉପରେ ଆସି ଯାଇଥିଲା । ରେଖା ଓ ଅମିତାଭ ବଚ୍ଚନ ଙ୍କ ପ୍ରେମ ସମ୍ବନ୍ଧ କାହାଣୀ ପୁରା ବଲିଉଡ କୁ ଜଣା ଅଛି । କିନ୍ତୁ ଆପଣ କଣ ଜାଣିଛନ୍ତି କି ଅମିତାଭ ବଚ୍ଚନ, ରେଖା ଙ୍କ ଠାରୁ ବୟସରେ ୧୨ବର୍ଷ ବଡ ଅଟନ୍ତି । ଏମାନେ ଦୁହେଁ ଫିଲ୍ମ “ଦୋ ଅନାଜନେ” ସୁଟିଂ ସମୟରେ ପରସ୍ପରକୁ ଜାଣିଥିଲେ ।

ଏହି ଫିଲ୍ମ ସୁଟିଂ ଚାଲିଥିବା ସମୟରେ ଏହି ଦୁଇଜଣଙ୍କ ମଧ୍ୟରେ ବନ୍ଧୁତା ବଢିଥିଲା ଓ ଦେଖୁ ଦେଖୁ ଦୁହେଁ ପରସ୍ପରର ଖୁବ୍ ଘନିଷ୍ଠ ହୋଇ ଯାଇଥିଲେ । ଲୋକମାନଙ୍କୁ ମଧ୍ୟ ଅମିତାଭ ଓ ରେଖା ଙ୍କ ଯୋଡ଼ି ଖୁବ୍ ପସନ୍ଦ ଥିଲା । ଏମାନେ ବି – ଟାଉନ ର ସେତେବେଳର ସବୁ ଠୁ ହଟ୍ ଅନ୍ ସ୍କ୍ରିନ ଯୋଡ଼ି ଥିଲେ । ଏହି ଦୁଇଜଣଙ୍କ ପ୍ରେମ କାହାଣୀ ସମସ୍ତଙ୍କ ପାଟିରୁ ଶୁଣିବାକୁ ମିଳୁଥିଲା ।

ଏମାନଙ୍କ ପ୍ରେମ କାହାଣୀ କୁ ନେଇ ଅନେକ ବିବାଦ ମଧ୍ୟ ସାମନା କୁ ଆସିଥିଲା । ଆଜି ଅମିତାଭ ବଚ୍ଚନ, ଜୟାଙ୍କୁ ବିବାହ କରି ଖୁସିରେ ଜୀବନଯାପନ କରୁଛନ୍ତି । କିନ୍ତୁ ରେଖା ଆଜି ମଧ୍ୟ ତାଙ୍କ ଜୀବନରେ ଏକ ଅଛନ୍ତି । ରେଖା ଆଜି ମଧ୍ୟ ଅମିତାଭ ବଚ୍ଚନ ଙ୍କୁ ଭୁଲି ପାରି ନାହାଁନ୍ତି । ଟିକେ ସୁଯୋଗ ମିଳିଲେ ଆଜି ମଧ୍ୟ ସେ ବିଗ୍ ବି ଙ୍କ ପ୍ରଶଂସା କରିବାକୁ ଥକି ଯାଆନ୍ତି ନାହିଁ ।

ଅନେକ ଦଶକ ବିତି ଯାଇଥିଲେ ମଧ୍ୟ ଆଜି ବି ଅମିତାଭ ବଚ୍ଚନ ଓ ରେଖା ଙ୍କ ପ୍ରେମ କାହାଣୀ ଏକ ପହେଳି ହୋଇ ରହିଛି । ରେଖା ୧୯୮୪ ମସିହାରେ ଫିଲ୍ମଫେୟାର କୁ ଏକ ସାକ୍ଷାତକାର ଦେଉଥିବା ସମୟରେ ଅମିତାଭ ବଚ୍ଚନ ଙ୍କ ସହ ନିଜ ପ୍ରେମ ସମ୍ପର୍କକୁ ନେଇ ଅନେକ ଖୁଲାସା କରିଥିଲେ । ପରୋକ୍ଷ ଭାବେ ଜୟାଙ୍କୁ ମଧ୍ୟ ସମାଲୋଚନା କରିଥିଲେ ଓ ନିଜେ ମଧ୍ୟ ବିବାଦ ଘେରରେ ଛନ୍ଦି ହୋଇଥିଲେ ।

ସେ କହିଥିଲେ ସେ ଯାହା ଅନୁଭବ କରୁଛନ୍ତି ତାହା କାହାରିକୁ ଫରକ୍ ପଡୁ ନାହିଁ । ତାଙ୍କୁ ସମସ୍ତେ ଦ୍ଵିତୀୟ ସ୍ତ୍ରୀ ର ଆରୋପ ଲଗାଉଛନ୍ତି । କିନ୍ତୁ ସେ ସେ ଯେପରି ଅନୁଭବ କରୁଛନ୍ତି ତାହା କେବେ ମଧ୍ୟ ଅନୁଭବ କରିବାକୁ ଚାହୁଁ ନ ଥିଲେ । ଏପରିକି ମୃତ୍ୟୁ ମଧ୍ୟ ଏହାଠୁ ଏତେ ଖରାପ ହୋଇ ନ ଥିବ ବୋଲି ସେ କହିଥିଲେ ।

ସେହି ସାକ୍ଷାତକାରରେ ସେ ନିଜ ମନର ବ୍ୟଥାକୁ ସେ ସମସ୍ତଙ୍କ ଆଗରେ ପ୍ରକାଶ କରିଥିଲେ । କିନ୍ତୁ ଅମିତାଭ ବଚ୍ଚନ, ଜୟା ଙ୍କୁ ବିବାହ କରିବା ହେତୁ ରେଖା ଙ୍କୁ ତାଙ୍କଠୁ ଅଲଗା ହେବାକୁ ପଡ଼ିଥିଲା । ଏହିପରି ଅନେକ ଥର ମିଡ଼ିଆ ଆଗରେ ସେ ନିଜ ପ୍ରେମ ସମ୍ପର୍କ କଥା କହିଛନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।